July 13, 2025 6:38 pm

୯ ଟି ରାଜ୍ୟ ପାଇଁ ବିଜେପି ଘୋଷଣା କଲା ନୂଆ ସଭାପତିଙ୍କ ନାମ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପୁଡ଼ୁଚେରୀ, ମିଜୋରମ, ଆଣ୍ଡାମାନ ନିକୋବର ଓ ମଧ୍ୟପ୍ରଦେଶ ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ବିଜେପି ତରଫରୁ ୨୦ ଟି ରାଜ୍ୟପାଇଁ ବିଜେପି ସଭାପତିଙ୍କ ନାମ ଘୋଷଣା କରିଛି । କୁହାଯାଇଛି କି, ଆସନ୍ତା ୨ ଦିନ ମଧ୍ୟରେ ବାକି ଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଜେପି ତା’ର ସଭାପତିଙ୍କ ନାମ ଘୋଷଣା କରିବ । ଘୋଷଣା ହୋଇଥିବା ୯ ଟି ରାଜ୍ୟର ସଭାପତିଙ୍କ ନାମ ହେଉଛି ରବିନ୍ଦ୍ର ଚୌହ୍ୱାନ- ମହାରାଷ୍ଟ୍ର, ଏନ୍ ରାମଚନ୍ଦ୍ରରାଓ-ତେଲେଙ୍ଗାନା, ପିବିଏମ୍ ମାଧବ ଗାରୁ- ଆନ୍ଧ୍ରପ୍ରଦେଶ, ମହେନ୍ଦ୍ର ଭଟ୍ଟ-ଉତ୍ତରାଖଣ୍ଡ, ରାଜୀବ ବିନ୍ଦଲ-ହିମାଚଳପ୍ରଦେଶ, ବି.ପି ରାମଲିଙ୍ଗମ୍- ପୁଡ଼ୁଚେରୀ, କେ.ବେଚୁଆ-ମିଜୋରମ, ଅନୀଲ ତିୱାରୀ-ଆଣ୍ଡାମାନ ନିକୋବର, ହେମନ୍ତ ଖଣ୍ଡେଲୱାଲ-ମଧ୍ୟପ୍ରଦେଶ । ନୂଆ ସଭାପତିଙ୍କ ନେତୃତ୍ୱରେ ଏହିସବୁ ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ପାଇଁ ଦଳକୁ ମଜବୁତ୍ କରାଯିବ । ଏହାସହ ସମସ୍ତ ରାଜ୍ୟର ସଭାପତି ଚୟନ ସରିବା ପରେ ଦଳର ଜାତୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଆଗାମୀ କିଛିଦିନ ମଧ୍ୟରେ ବିଜେପିରେ ନେତୃତ୍ୱକୁ ନେଇ ନୂଆ ଖବର ମିଳିପାରେ ।