ଭୁବନେଶ୍ୱର: ବିଜେବି କଲେଜରେ କମେଣ୍ଟ ମାରିବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଭୟ ପକ୍ଷକୁ ପ୍ରିନ୍ସପାଲଙ୍କ ଚାମ୍ବରକୁ ଡାକାଯାଇଥିଲା। କିନ୍ତୁ ଆଲୋଚନା ଚାଲିଥିବା ସମୟରେ ହଠାତ୍ କିଛି ଛାତ୍ର ମାରଣାସ୍ତ୍ର ନେଇ ଚାମ୍ବର ଭିତରକୁ ପଶି ଆକ୍ରମଣ କରିଥିଲେ। ଫଳରେ ଦୁଇ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ କଲେଜ ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ପହଞ୍ଚି ପରିସ୍ଥିତିକୁ କଣ୍ଟ୍ରୋଲ କରିଛି।
Post Views: 17









