ନୂଆଦିଲ୍ଲୀ: ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାବରଣ କରିଛନ୍ତି । ଭିଡ଼ିଓ କନଫେରନ୍ସିଂ ଜରିଆରେ ମୋଦି ଏହାର ଉନ୍ମୋଚନ କରିଛନ୍ତି । ଏହା ସହିତ ଦେଶର ପ୍ରଥମ ମହାକାଶ ଘରୋଇ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସର ଇନ୍ଫିନିଟି କ୍ୟାମ୍ପସ୍ କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ଆମର ଅଧିକାଂଶ ମହାକାଶ ଷ୍ଟାଟଅପ୍ ଅତି ଛୋଟ ଟିମରୁ ଆରମ୍ଭ ହୋଇଛି । ଏହି ଚିନ୍ତାଧାରା ଭାରତରେ ଘରୋଇ ମହାକାଶ ବିପ୍ଲବକୁ ଜନ୍ମ ଦେଇଛି । ଜେନ୍-ଜିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଜେନ୍-ଜିର ଡିଜାଇନର୍, କୋଡର୍, ଇଞ୍ଜିନିୟରମାନେ ନୂଆ ନୂଆ ଟେକ୍ନୋଲୋଜିର ଉଦଘାଟନ କରିଛନ୍ତି । ଯେଉଁମାନଙ୍କ କ୍ଷେତ୍ରରେ କଳ୍ପନା କରିବା ବି ଅସମ୍ଭବ ଆଜି ସେହି କ୍ଷେତ୍ରରେ ଭାରତର ଯୁବପୀଢ଼ି କାମ କରୁଛନ୍ତି । ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପାଖରେ ଯାହା ଜ୍ଞାନ କୌଶଳ ଅଛି, ତାହା ବିଶ୍ୱର ମାତ୍ର କେତୋଟି ଦେଶରେ ଅଛି । ଭାରତର ମହାକାଶ କ୍ଷମତା ବ୍ୟୟ ସାପେକ୍ଷ ଏବଂ ବିଶ୍ୱସନୀୟ ଅଟେ । ଆଜି ବିଶ୍ୱ ସ୍ତରୀୟ କମ୍ପାନୀମାନେ ଆଜି ଭାରତ ଠାରୁ ସାଟେଲାଇଟ୍, ଲଞ୍ଚ୍ ସର୍ଭିସେସ୍ ଏବଂ ଟେକ୍ନୋଲୋଜି ପାର୍ଟନରସିପ୍ ଚାହୁଁଛନ୍ତି ।









