May 30, 2026 11:09 pm

ଶୀତଳା ମାତା ମନ୍ଦିରରେ ଦଳାଚକଟାରେ ୮ ମୃତ

ପାଟନା : ଆଜି ବିହାରର ନାଳନ୍ଦା ଜିଲ୍ଲାର ଶୀତଳା ମାତା ମନ୍ଦିରରେ ଦଳାଚକଟା ହୋଇ ବଡ ଅଘଟଣ ଘଟିଯାଇଛି। ଏଯାଏଁ ପ୍ରାୟ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ପୁଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ମନ୍ଦିର ପରିସରକୁ ଖାଲି କରାଯାଇଛି। ଦୀପନଗର ଅଞ୍ଚଳରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ଏକ ମେଳା ଏବଂ ପୂଜା-ଦର୍ଶନ ସମୟରେ ଦଳାଚକଟା ହେବା ପରେ ଏହି ଅଘଟଣ ଘଟିଥିଲା। ସୂଚନା ଅନୁଯାୟୀ, ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର। ଏହି ଅବସରରେ ଶୀତଳା ମାତା ମନ୍ଦିରରେ ଲୋକଙ୍କ ଭିଡ଼ ଜମିଥିଲା। ସେଠାରେ ଅନୁଷ୍ଠିତ ମେଳା ଏବଂ ଦର୍ଶନ ପାଇଁ ସଠିକ୍ ବ୍ୟବସ୍ଥା ନହେବା ସହ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଭକ୍ତମାନଙ୍କ ପୂଜା ପାଇଁ ଧାଡି ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। ଫଳରେ ଦର୍ଶନ ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଅଘଟଣ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।