May 30, 2026 11:55 pm

ଦିନକ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ସେପ୍ଟେମ୍ବର ୧୬ରୁ ଅଧିବେଶନ ଆରମ୍ଭ ହୋଇଥିଲା। ସୂଚୀ ଅନୁସାରେ ସେପ୍ଟେମ୍ବର ୨୫ ଯାଏଁ ଗୃହ ଚାଲିବାର ଥିଲା। କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଥିଲେ । ୬ଟି କାର୍ଯ୍ୟଦିବସ ପରେ ଏହାକୁ ମୁଲତବୀ ଘୋଷଣା କରାଯାଇଛି । ଦିନକ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଶେଷ କରାଯାଇଛି। ଗୃହ କାର୍ଯ୍ୟ ସମୟରେ ବିରୋଧୀ ଦଳର ବିଧାୟକମାନେ ଶାସକ ଦଳକୁ ଏକାଧିକ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ଶାସକ ଦଳ ଏହାର ଉତ୍ତର ଦେଇଥିଲେ। ଷଷ୍ଠ ଦିନରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ । ୨ଟି ବିଲ୍‌ ସହ GST ସଂଶୋଧନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି । ଗୃହରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୫ ଓ ଓଡ଼ିଶା ଦ୍ରବ୍ୟ ଓ ସେବା କର(ସଂଶୋଧନ)ବିଲ ୨୦୨୫ ପାରିତ ହୋଇଛି ।