April 12, 2026 11:54 pm

ଲଞ୍ଚ ହେଲା CMS-03 ସାଟେଲାଇଟ

ନୂଆଦିଲ୍ଲୀ: ଲଞ୍ଚ ହେଲା CMS-03 ସାଟେଲାଇଟ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦ୍ବାରା ନିର୍ମିତ ଏହି ସାଟେଲାଇଟ ହେଉଛି ଏକ ଯୋଗାଯୋଗ ଉପଗ୍ରହ (କମ୍ୟୁନିକେସନ ସାଟେଲାଇଟ୍‌)। ରବିବାର ସନ୍ଧ୍ୟା ୫:୨୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଏହି ୪,୪୧୦ କିଲୋଗ୍ରାମ ଓଜନର ସାଟେଲାଇଟକୁ ମହାକାଶକୁ ଉତକ୍ଷେପଣ କରିଛି । ଏହି ଉପଗ୍ରହକୁ LVM3-M5 ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯାଇଥିଲା, ଯାହାକୁ ଏହାର ଭାରୀ ଉଠାଣ କ୍ଷମତା ପାଇଁ “ବାହୁବଳୀ” ନାମ ଦିଆଯାଇଛି। ISRO ର CMS-03 ଯୋଗାଯୋଗ ଉପଗ୍ରହ ବହନ କରୁଥିବା LVM3-M5 ଆଜି SDSC/ISRO ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଛି। ଭାରତୀୟ ନୌସେନାର GSAT 7R (CMS-03) ଯୋଗାଯୋଗ ଉପଗ୍ରହ ଭାରତୀୟ ନୌସେନାର ଏପର୍ଯ୍ୟନ୍ତର ସବୁଠାରୁ ଉନ୍ନତ ଯୋଗାଯୋଗ ଉପଗ୍ରହ ହେବ । ଏହି ଉପଗ୍ରହ ନୌସେନାର ମହାକାଶ-ଆଧାରିତ ଯୋଗାଯୋଗ କ୍ଷମତାକୁ ସୁଦୃଢ଼କରିବ। ଏହି ଉପଗ୍ରହ ହେଉଛି ଭାରତର ଏପର୍ଯ୍ୟନ୍ତର ସବୁଠାରୁ ଭାରୀ ଯୋଗାଯୋଗ ଉପଗ୍ରହ, ଯାହାର ଓଜନ ପ୍ରାୟ ୪,୪୦୦ କିଲୋଗ୍ରାମ। ଏଥିରେ ଭାରତୀୟ ନୌସେନାର କାର୍ଯ୍ୟକ୍ଷମ ଆବଶ୍ୟକତା ପୂରଣ କରିବା ପାଇଁ ବିଶେଷ ଭାବରେ ବିକଶିତ ଅନେକ ସ୍ୱଦେଶୀ ଅତ୍ୟାଧୁନିକ ଉପାଦାନ ସାମିଲ କରାଯାଇଛି।