April 12, 2026 11:16 am

ଅଯୋଧ୍ୟାରେ ରାମ ଦରବାରର ପ୍ରାଣ ପ୍ରତିଷ୍ଠା

ନୂଆଦିଲ୍ଲୀ : ଆଜି ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ୨୧ ଟି ନଦୀର ପବିତ୍ର ଜଳରେ ଶ୍ରୀରାମଙ୍କୁ ଅଭିଷେକ କରାଯାଇଛି। ରାମମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକର ଅଭିଷେକ କରାଯାଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିଛନ୍ତି। ଗତ ବର୍ଷ ଜଆନୁଆରୀ ୨୨ରେ ରାମ ଜନ୍ମଭୂମିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗୁରୁବାର ଦ୍ଵିତୀୟ ପ୍ରାଣ ପ୍ରତିଷ୍ଠାରେ ପ୍ରଭୁ ରାମ ରାଜା ଭାବେ ଦରବାରରେ ବିରାଜମାନ କରିଛନ୍ତି। ରାମ ମନ୍ଦିରର ପ୍ରଥମ ମହଲାରେ ପ୍ରଭୁ ଶ୍ରୀରାମଙ୍କ ଦରବାର ରହିଛି। ଯେଉଁଠାରେ ଶ୍ରୀରାମଙ୍କ ସହିତ ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ତାଙ୍କ ଭକ୍ତ ପ୍ରଭୁ ହନୁମାନ ମଧ୍ୟ ଅଛନ୍ତି। ଏହି ଅବସରରେ ରାମ ମନ୍ଦିରର ସମ୍ପୂର୍ଣ୍ଣ ପରିସର ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ସମ୍ପୂର୍ଣ୍ଣ ପରିବେଶ ରାମମୟ ହୋଇଉଠିଛି ।