ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଶୁଭାରମ୍ଭ

ରାୟଗଡା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରାୟଗଡ଼ା ଜିଲ୍ଲାଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧୭୦୦ କୋଟି ଟଙ୍କା ବିନିମୟରେ ୮୨୭ଟି ନୂଆ ସଡ଼କ ନିର୍ମାଣ କରାଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇଥିଲେ l ଏହି ସଡ଼କ ଯୋଗୁଁ ଜିଲ୍ଲାର … Read more

ଭାଙ୍ଗିଲା GSTର ସବୁ ରେକର୍ଡ; ଟପିଲା ୨.୪୩ ଲକ୍ଷ କୋଟି

ନୂଆଦିଲ୍ଲୀ: ଏପ୍ରିଲରେ ମୋଟ୍ ଜିଏସଟି ସଂଗ୍ରହ ୨.୪୩ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ପୂର୍ବରୁ ୨ ଲକ୍ଷ କୋଟିରୁ ଅଧିକ। ଗତ ବର୍ଷ ଏପ୍ରିଲ ତୁଳନାରେ ଏହା ୮.୭ ପ୍ରତିଶତ ଅଧିକ । ଉଲ୍ଲେଖନୀୟ ୨୦୨୫ ଏପ୍ରିଲରେ ଜିଏସଟି କଲେକ୍ସନ ୨.୨୩ ଲକ୍ଷ କୋଟିରୁ ଅଧିକ ଥିଲା, ଯାହା ସର୍ବକାଳୀନ କଲେକ୍ସନ ଥିଲା । ଗୋଟିଏ ବର୍ଷ ପରେ ଏହି ରେକର୍ଡ ଭାଙ୍ଗି ଯାଇଛି ଏବଂ ଜିଏସଟି ସଂଗ୍ରହ ପ୍ରଥମ ଥର ୨.୪୩ ଲକ୍ଷ କୋଟି … Read more

ପୁଣି ଥରେ ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ପିୟୁସିର ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପୁଣି ଥରେ ପବ୍ଲିକ୍ ଅଣ୍ଡରଟେକିଂ କମିଟି ବା ପିୟୁସିର ଅଧ୍ୟକ୍ଷ ପଦର ଦାୟିତ୍ୱ ନେଇଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ନିଯୁକ୍ତି ଦେଇଛନ୍ତି । ଗତବର୍ଷ ମେ ୧ ତାରିଖରେ ବୈଜୟନ୍ତୀଙ୍କୁ ପିୟୁସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ଅର୍ଥାତ୍ ୨୦୨୬ ଏପ୍ରିଲ ୩୦ ଯାଏ ଥିଲା … Read more

ସଞ୍ଜୟ କପୁରଙ୍କ ସମ୍ପତ୍ତି ମାମଲା କରିନା କପୁରଙ୍କୁ ମିଳିଲା ହାଇକୋର୍ଟ ରୁ ଆଶ୍ବସ୍ତି

ନୂଆଦିଲ୍ଲୀ: ସଞ୍ଜୟ କପୁରଙ୍କ ପରଲୋକ ପରେ ତାଙ୍କ ସମ୍ପତ୍ତିକୁ ନେଇ ଆଇନଗତ ସମସ୍ୟା ବଢିବାରେ ଲାଗିଛି। କରିସ୍ମା କପୁରଙ୍କ ପିଲାଙ୍କ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର ପରେ ଏହି ଆଇନଗତ ସମସ୍ୟା ଉପୁଜିଥିଲା, ଯେଉଁଥିରେ ଦୁଇ ପିଲା ପ୍ରିୟା ସଚଦେବ କପୁରଙ୍କ ବିରୋଧରେ ସଞ୍ଜୟଙ୍କ ଇଚ୍ଛା ପତ୍ର ହେରଫେରର ଅଭିଯୋଗ ଆଣିଥିଲେ। ଏହି ଆଇନଗତ ସମସ୍ୟା ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଗୁରୁବାର କରିସ୍ମାଙ୍କ ପିଲାଙ୍କ ଦ୍ୱାରା ରୁଜୁ ଅନ୍ତରୀଣ ନିଷେଧାଜ୍ଞା ପିଟିସନକୁ ବିଚାର ଲାଗି ଗ୍ରହଣ … Read more

ମମତାଙ୍କ ଦାବି ୨୨୬ରୁ ଅଧିକ ଆସନରେ ଜିତିବ ଟିଏମସି

ପଶ୍ଚିମବଙ୍ଗ: ମତଦାନ ପରେ ପ୍ରକାଶ ପାଇଥିବା ଏକ୍ଜିଟ୍ ପୋଲ୍ ରିପୋର୍ଟ ପରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମମତା ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଭିଡ଼ିଓ ଜାରି କରି ତୃଣମୂଳ କଂଗ୍ରେସର ସମସ୍ତ କର୍ମକର୍ତ୍ତା ଏବଂ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଯେଉଁମାନେ ନିଜ ଜୀବନକୁ ବାଜିରେ ଲଗାଇ ସଂଘର୍ଷ କରି ସମସ୍ତ ଅନୁକୂଳ ପରିସ୍ଥିତିରେ ସାମ୍ନା କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଦାବି କରିଛନ୍ତି ଯେ ଟିଏମସି ୨୨୬ରୁ ଅଧିକ … Read more

ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ

ଭୁବନେଶ୍ୱର: ବିଜେବି କଲେଜରେ କମେଣ୍ଟ ମାରିବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଭୟ ପକ୍ଷକୁ ପ୍ରିନ୍ସପାଲଙ୍କ ଚାମ୍ବରକୁ ଡାକାଯାଇଥିଲା। କିନ୍ତୁ ଆଲୋଚନା ଚାଲିଥିବା ସମୟରେ ହଠାତ୍ କିଛି ଛାତ୍ର ମାରଣାସ୍ତ୍ର ନେଇ ଚାମ୍ବର ଭିତରକୁ ପଶି ଆକ୍ରମଣ କରିଥିଲେ। ଫଳରେ ଦୁଇ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଛାତ୍ରଙ୍କୁ … Read more

ଓଡ଼ିଶାରେ ମହିଳା ସମ୍ମାନକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ

ଭୁବନେଶ୍ୱର: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌ ଏବଂ ସୀମା ନିର୍ଦ୍ଧାରଣ (Delimitation) ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ରାଜ୍ୟରେ ମହିଳା ସୁରକ୍ଷା ଓ ପ୍ରଶାସନିକ ବିଫଳତାକୁ ନେଇ ସେ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ଗୃହକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେନ୍ଦୁଝରରେ ଟଙ୍କା ପାଇଁ ଜଣେ ଭାଇକୁ ନିଜ … Read more

ପୋଲିସକୁ ଛୁରା ମାଡ଼ ଅଭିଯୋଗରେ ୫ ଜଣ ଆକ୍ରମଣକାରୀ ଅଟକ

କଟକ: ଗତକାଲି ରାତିରେ କଟକ ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ରେ ପୋଲିସକୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ଆହତ ପୋଲିସ କର୍ମଚାରୀଙ୍କ ବେକ, ପିଠି ଏବଂ ହାତରେ ଆଘାତ ଲାଗିଛି । ସେମାନେ ହେଲେ ସିପାହୀ ପ୍ରଶାନ୍ତ ମୁଦୁଲି ଓ ମାନସ ରଣସିଂହ ଏବଂ ଚାଉଳିଆଗଞ୍ଜ ଥାନା ହୋମଗାର୍ଡ ବିପିନ ଦାସ । … Read more

ମତଦାନ ଶେଷ ହେବାପରେ ପ୍ରକାଶ ପାଇଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ

ନୂଆଦିଲ୍ଲୀ:କେରଳ, ଆସାମ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଚାରିଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ଭୋଟ୍ ଗ୍ରହଣ ସରିବା ପରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇଛି। ଆସାମରେ ଭାଜପା ବିଜୟୀ ହେବ ବୋଲି ଅନେକ ଏକ୍‌ଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରିଥିବାବେଳେ ପଶ୍ଚିମବଙ୍ଗରେ ଶାସକ ଟିଏମ୍‌ସି ଏବଂ ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ୪ଟି ଏକ୍‌ଜିଟ୍‌ ପୋଲ୍‌ ଭାଜପା ସପକ୍ଷରେ ଯାଇଥିବାବେଳେ ୨ଟି ଟିଏମ୍‌ସି ବିଜୟୀ ହେବ ବୋଲି କହିଛନ୍ତି। … Read more

ସୁଧୀର ପାତ୍ର ହତ୍ୟା ମାମଲା: ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅତ୍ୟଧିକ ମାଡ଼ ସାଙ୍ଗକୁ ଶ୍ୱାସରୁଦ୍ଧ ହେବା ଯୋଗୁଁ ସୁଧୀରଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଏମକେସିଜି ମେଡିକାଲ କଲେଜର ଏଫଏମଟି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶଙ୍କ ସୂଚନା ଅନୁଯାୟୀ, ସୁଧୀରଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ଆଘାତ ଲାଗିଥିଲା, ଯାହା ଫଳରେ ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା। ଅତ୍ୟଧିକ ଭୟଭୀତ … Read more