ଶୀତଳା ମାତା ମନ୍ଦିରରେ ଦଳାଚକଟାରେ ୮ ମୃତ
ପାଟନା : ଆଜି ବିହାରର ନାଳନ୍ଦା ଜିଲ୍ଲାର ଶୀତଳା ମାତା ମନ୍ଦିରରେ ଦଳାଚକଟା ହୋଇ ବଡ ଅଘଟଣ ଘଟିଯାଇଛି। ଏଯାଏଁ ପ୍ରାୟ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ପୁଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ମନ୍ଦିର ପରିସରକୁ ଖାଲି କରାଯାଇଛି। ଦୀପନଗର ଅଞ୍ଚଳରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ଏକ ମେଳା ଏବଂ … Read more