ଏସସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା ର ତଦନ୍ତ ପାଇଁ ମେଡିକାଲରେ ପହିଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍

କଟକ : ଏସସିବିରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ବୁଧୁବାର ଦିନ ୬ ଜଣିଆ କେନ୍ଦ୍ରୀୟ ଟିମ ମେଡିକାଲରେ ପହଞ୍ଚିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ କତ୍ତୃପକ୍ଷ , ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ପ୍ରଫେସର, ଭାରତ ସରକାରଙ୍କ ଅଗ୍ନିସମ ବିଭାଗ ପରାମର୍ଶ ଦାତା ପ୍ରମୁଖ ଟିମରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ମାସ ପୂର୍ବରୁ କଟକ ଏସସିବି ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଆଶୁ ଚିକିତ୍ସା ବିଭାଗର ଟ୍ରମା … Read more

ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ

ରାଉରକେଲା : ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ । ଅଏଲ ପ୍ରେସର କମ୍ ଯୋଗୁଁ ଦୁର୍ଘଟଣା ହୋଇଥିବା କହିଲା AAIB । ଗତ ଜାନୁଆରୀ ୧୦ ତାରିଖରେ ରାଉରକେଲାରେ ପ୍ଳେନ କ୍ରାସ୍ ହୋଇଥିଲା । AAIB ପକ୍ଷରୁ ହୋଇଥିବା ଦୁର୍ଘଟଣାର ତଦନ୍ତ ରିପୋର୍ଟରେ ଫୁଏଲ ସପ୍ଲାଇ ବନ୍ଦ ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଅଏଲ୍ ପ୍ରେସର କମ୍ ହେବା ଯୋଗୁଁ ଦୁର୍ଘଟଣା ଘଟିଥିଲା । ୩୦ ନଟିକାଲ ମାଇଲ ପୂର୍ବରୁ ଅଏଲ୍ … Read more

ଆଇଏଏସ୍ ର ୨-ଦିନିଆ ବାର୍ଷିିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଉତ୍ସବର ଶୁଭାରମ୍ଭ:ସୋଆ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ବୁଧବାର ଦୁଇ ଦିନିଆ ବାର୍ଷିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଆରମ୍ଭ ହୋଇଛି । ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜୀବନର ଲକ୍ଷ୍ୟସ୍ଥଳରେ ପହଂଚିବା ନିମନ୍ତେ କଠିନ ପରିଶ୍ରମ, ଅଧ୍ୟବସାୟ ଓ ସମୟାନୁବର୍ତିତା ଆବଶ୍ୟକ ବୋଲି … Read more

ଗ୍ୟାସ୍‌ ସଙ୍କଟ ମଧ୍ୟରେ କଳାବଜାରୀ; ଚଢ଼ାଉ ବେଳେ କାଠ ଗୋଲା ଭିତରୁ ମିଳିଲା ବିପୁଳ ଟାଙ୍କି

ଭୁବନେଶ୍ୱର: ସାମନ୍ତରାପୁର ଛକ ନିକଟରେ ଥିବା ଏକ କାଠଗୋଲା ଭିତରୁ ବିପୁଳ ପରିମାଣର ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି ଜିଲ୍ଲା ଯୋଗାଣ ବିଭାଗ। ବେଆଇନ ଭାବେ ଗ୍ୟାସ୍‌ ମହଜୁଦ ଓ କଳାବଜାରୀ ଚାଲିଥିବା ଖବର ପାଇ ଅଧିକାରୀମାନେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଦେଖାଯାଇଥିଲା ଯେ, ବିନା ଲାଇସେନ୍ସରେ ଏଠାରେ ବହୁ ପରିମାଣରେ ଗ୍ୟାସ୍‌ ସିଲିଣ୍ଡର ମହଜୁଦ ରଖାଯାଇଥିଲା। ୫ କିଲୋ, ୧୨ କିଲୋ ଓ ୧୪ କିଲୋର ଘରୋଇ ଗ୍ୟାସ୍‌ ଟାଙ୍କି ଏଠାରୁ ଠାବ … Read more

ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗରେ ଲାଗିବ କଟକଣା

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ଓ ଅପଶବ୍ଦ ବ୍ୟବହାରକୁ ନେଇ ଏବେ ସରକାର କଠୋର ମନୋଭାବ ନେଇଛନ୍ତି। ଆଗାମୀ ଦିନରେ ଏପରି କାର୍ଯ୍ୟ କରିଲେ କେବଳ ସତର୍କତା ନୁହେଁ, ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡିପାରେ। ଏପରି ଏକ କଠୋର ଆଇନ ଆଣିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ଯେ, ସୋସିଆଲ ମିଡିଆରେ ଦିନକୁ ଦିନ ଅସଭ୍ୟତା ବଢ଼ୁଛି। ଅନେକ ଲୋକ ନିଜ ସୀମା … Read more

ରାଜ୍ୟରେ ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ୧୩୬୩ଟି ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ପଦବୀରେ ନିଯୁକ୍ତି ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି ନିଯୁକ୍ତି ରାଜ୍ୟର ୩୦ଟି ଜିଲ୍ଲାରେ କରାଯିବ, ଯାହା ଯୁବମାନଙ୍କ ପାଇଁ ବଡ଼ ସୁଯୋଗ ଆଣିଛି। ଏହି ନିଷ୍ପତ୍ତି ଅର୍ଥ ବିଭାଗର ପ୍ରଧାନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି … Read more

ମାଆ କୋଳରୁ ଶିଶୁପୁତ୍ର ଚୋରି ଘଟଣା

ଭୁବନେଶ୍ୱର: ଖୋର୍ଦ୍ଧା ରେଳ ଡିଭିଜନ ନିରାକାରପୁର ରେଳ ଷ୍ଟେସନ ପରିସରରୁ ୪ମାସର ଶିଶୁପୁତ୍ର ଚୋରି ଅଭିଯୋଗ । ରେଳ ଷ୍ଟେସନରେ ବାପା-ମା’ ଓ ଶିଶୁ ପୁତ୍ର ଶୋଇଥିବା ବେଳେ କେହି ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ନିରାକାରପୁର ରେଳବାଇ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ନେଇ ରେଳବାଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ନିରାକାରପୁର ରେଳ ଷ୍ଟେସନର ପ୍ଲାଟଫର୍ମରେ ରାତ୍ରିଯାପନ କରିଥିଲେ ନୟାଗଡ଼ ଜିଲ୍ଲା … Read more

ଆଜିଠୁ ବାହାର ରତ୍ନଭଣ୍ଡାର ଗଣତିମଣତି

ପୁରୀ: ଆଜିଠୁ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ଯାହା ତିନି ଦିନ ଧରି ଚାଲିବ । ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ ରହିବା ପରେ ପୁଣି ଆସନ୍ତା ୧୩ ତାରିଖ ଏବଂ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତିମଣତି ଚାଲିବ । ଏସ୍‌ଓପି ବା ମାର୍ଗଦର୍ଶିକା ମୁତାବକ ସୁପର୍‌ ଭାଇଜିଂ ଓ ହ୍ୟାଣ୍ଡଲିଂ ଟିମ୍‌ ସହଯୋଗରେ ଗଣତିମଣତି କରାଯିବ । ଟ୍ରେଜେରିରୁ ଚାବି ଅଣାଯାଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ … Read more

୨ ସପ୍ତାହର ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ

ୱାସିଂଟନ: ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ୍ । ସୋସିଆଲ ମିଡିଆ ‘ଏକ୍ସ’ରେ ଏନେଇ ପୋଷ୍ଟ କରିଛନ୍ତି ଡୋନାଲଡ ଟ୍ରମ୍ପ । ୨ ସପ୍ତାହ ପାଇଁ ଇରାନକୁ ସମୟ ଦେବାକୁ ଗତ ରାତିରେ ପାକିସ୍ତାନ ଆମେରିକାକୁ ଅନୁରୋଧ କରିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ ଏ ସମ୍ପର୍କରେ ଡୋନାଲଡ ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ । ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଖୋଲିବା ସର୍ତ୍ତରେ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ ‘ଏକ୍ସ’ରେ ଉଲ୍ଲେଖ … Read more

ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ ଓରାମ

ଭୁବନେଶ୍ୱର: ୩ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଂପ୍ରସାରଣ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ ବିଷୟରେ ଆଲୋଚନା କରିଛନ୍ତି। ଜମି ଅଧିଗ୍ରହଣ … Read more