ଚାଷୀଙ୍କୁ ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନାକୁ ରାଜ୍ୟ ସରକାରଙ୍କ ମଞ୍ଜୁରି

ଭୁବନେଶ୍ୱର: ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର। ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସାର ଉପଲବ୍ଧ କରାଇବା ଏବଂ ସେମାନଙ୍କୁ କଳାବଜାରୀରୁ ରକ୍ଷା କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ । ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟି (SFC) ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ଯୋଜନାର ନାମ ହେଉଛି—”ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ … Read more

ଅଯୋଧ୍ୟା ଦାନ ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତଙ୍କୁ ଅଯୋଧ୍ୟା ଓକିଲଙ୍କ ଚେତାବନୀ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଦାନ ଅର୍ଥ ଦୁର୍ନୀତିକୁ ନେଇ ସ୍ଥାନୀୟ ଅଯୋଧ୍ୟା ବାର୍ ଆସୋସିଏସନ୍ (ଓକିଲ ସଂଘ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସଂଘ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଗୋପାଳ ରାଓଙ୍କୁ ଆସନ୍ତା ୩ ଦିନ ମଧ୍ୟରେ ଅଯୋଧ୍ୟା ଛାଡ଼ିବାକୁ ହେବ। ଯଦି ସେମାନେ ଏହି … Read more

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ଗଜାନନ ବେଶ ଦର୍ଶନ । ଭୋର ସକାଳୁ ଆରମ୍ଭ ହୋଇଥିବା ପହଣ୍ଡି ସକାଳ ୭ଟା ୨୯ରେ ଶେଷ ହୋଇଛି। ସ୍ନାନବେଦୀରେ ଚତୁର୍ଦ୍ଧାମୁରତି ବିରାଜମାନ କରିଛନ୍ତି। ଭକ୍ତମାନେ ବଡ଼ଦାଣ୍ଡରୁ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦର୍ଶନ କରୁଛନ୍ତି। ଦିନ ୧୨ଟା ୨୦ରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନବିଧି ଅନୁଷ୍ଠିତ ହେବ। ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା … Read more

ମହିଳା ଟି-୨୦ ବିଶ୍ୱକପରୁ ବିଦା ହେଲା ଭାରତ

ନୂଆଦିଲ୍ଲୀ: ରବିବାର ଲର୍ଡ଼ସର ଐତିହାସିକ ମଇଦାନରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଗତଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୦ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୯ ଓଭରରେ ୪ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରି ନେଇଥିଲା। ପ୍ଲେୟର ଅଫ୍‌ ଦି ମ୍ୟାଚ ଏଲିସ ପେରୀ ୫୬ ଓ ଆଶଲେ ଗାର୍ଡନର ୫୩* ରନ୍‌ କରି ଅଷ୍ଟ୍ରେଲିଆ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ … Read more

ବାଲି ସୈରାତ ବାତିଲ କ୍ଷମତା ତହସିଲଦାରଙ୍କ ନାହିଁ:ହାଇକୋର୍ଟ

କଟକ: ୨୦୨୨ରେ ଲଘୁ ଖଣିଜ ଦ୍ରବ୍ୟ ସଂପର୍କିତ ନିୟମାବଳୀ (ଓଏମଏମସି ରୁଲ୍ସ)ରେ ସଂଶୋଧନ ହେବା ପରେ କ୍ଷମତା ନ ଥିଲେ ମଧ୍ୟ ରାଜ୍ୟରେ ତହସିଲଦାରମାନେ ବାଲି ସୈରାତ ଉତ୍ସ ନିଲାମ ବାତିଲ ଭଳି ନିର୍ଦେଶ ପ୍ରଦାନ କରୁଥିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୨୦୨୨ ଡିସେମ୍ବର ୨୮ରୁ ଓଡ଼ିଶା ମାଇନର ମିନେରାଲ କନ୍‌ସେସନ୍‌ (ଓଏମଏମସି) ରୁଲ୍ସର ସଂଶୋଧନ ଲାଗୁ ହେବା ପରେ ବାଲିଘାଟ ଲିଜ୍‌ ସମ୍ବନ୍ଧୀୟ ନିଷ୍ପତ୍ତି ନେବାର … Read more

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଅଞ୍ଚଳରେ ରାଉରକେଲାରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ସହିତ ବସ୍‌ ଭିତରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଯାତ୍ରୀମାନେ ସମୟରେ ବସ୍‌ରୁ ବାହାରିଯାଇଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବସ୍‌ରେ ମୋଟ ୬୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ବସ୍‌ର କିଛି ଅଂଶ ପୋଡ଼ିଯାଇଥିବାବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର … Read more

‘ମନ କି ବାତ’ରେ ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ’ର ୧୩୫ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତର ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହାସଲ ହୋଇଥିବା ବଡ଼ ସଫଳତା ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜୁନ୍ ମାସରେ ଭାରତ ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତରେ ନିର୍ମିତ C-295 ବିମାନ ଏହାର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ କରିଛି। ଭାରତରେ ଏଭଳି ୪୦ଟି ବିମାନ … Read more

ଚୌଦ୍ୱାର ଜେଲ୍‌ରୁ ସିସି କ୍ୟାମେରା ଫୁଟେଜ୍‌ ଗାଏବ

କଟକ: ଚୌଦ୍ୱାର ଜେଲ୍ ସିସି କ୍ୟାମେରା ଫୁଟେଜ୍‌, ଦସ୍ତାବିଜ୍ ଗାଏବ୍ । ଫସିଯିବେ ଜେଲ୍ ଡିଜି, ଅଧୀକ୍ଷକ! ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଏତଲାକୁ ନେଇ ପୁଲିସର ଷ୍ଟେସନ୍‌ ଡାଏରି । ଚୌଦ୍ବାର ସର୍କଲ ଜେଲ୍‌ରୁ ଦୁଇ ବିହାରୀ ଅପରାଧୀ ଫେରାର ଘଟଣାରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପକ୍ଷରୁ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ଚୌଦ୍ବାର ସର୍କଲ ଜେଲ୍‌ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଥାନା ଏତଲା ପରେ ଜେଲ୍ … Read more

ମହାରାଷ୍ଟ୍ର ‘ଟିଇଟି’ପେପର ଲିକ୍ ଘଟଣା : ସରକାରଙ୍କୁ କଡା ସମାଲୋଚନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପେପର ଲିକ୍ କାରଣରୁ ମହାରାଷ୍ଟ୍ରରେ ୨୮ ଜୁନ ରବିବାର ଅନୁଷ୍ଠିତ ହେବାକୁ ଥିବା ଟିଚର ଏଲିଜିବିଲିଟି ଟେଷ୍ଟ (ଟିଇଟି) ୨୦୨୬ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏହାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମହାରାଷ୍ଟ୍ରରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି l ସେ କହିଛନ୍ତି ଯେ ଦେଶର ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାକୁ ଅସୁଲିର ସିଷ୍ଟମ କରିଦିଆଯାଇଛି, ଏଣୁ ଦେଶର ଯୁବ ବର୍ଗ ଏବେ ଅସୁରକ୍ଷିତ। ଏ ନେଇ ରାହୁଲ ଗାନ୍ଧି ଏକ୍ସ ରେ … Read more

ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ମହିଳା ଉଦ୍ୟମିତା ପ୍ଲାଟଫର୍ମ (WEP)ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଶନିବାର ଦିନ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ’ ତଥା ଅନ୍ତର୍ଜାତୀୟ MSME ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ମହିଳା ଉଦ୍ୟମିତା ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ନୀତି ଆୟୋଗର ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ଲାଟ୍‌ଫର୍ମ’ (Women Entrepreneurship Platform- Odisha Chapter) କେବଳ ଏକ ଅନୁଷ୍ଠାନ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରାରେ ମହିଳାମାନଙ୍କ ଅର୍ଥନୈତିକ ନେତୃତ୍ୱର … Read more