ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଥିବା ହତ୍ୟା ଦଫା (ବିଏନ୍‌ଏସ୍‌୧୦୩)କୁ ବାଦ୍‌ ଦେଇଛି ପୋଲିସ । ବିକ୍ରମଙ୍କ ସମେତ ୧୪ ଜଣ ଅଭିଯୁକ୍ତ ପୂର୍ବତନ ମେୟର ଶିବ ଶଙ୍କର ଦାଶ, କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ, ସୀମାଞ୍ଚଳ ନାୟକ, ବିପିନ ସ୍ୱାଇଁ, ଯୋଗେନ୍ଦ୍ର ରାଉତ, କାଳୁଚରଣ ବେହେରା, ରାଜେନ୍ଦ୍ର ସାହୁ, ବିହାରରୁ ଆସିଥିବା ସହଯୋଗୀ … Read more

ମନରେଗା ଟଙ୍କା ଆତ୍ମସାତ କରି ୨ ଯନ୍ତ୍ରୀ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର AE, JE, ADO, PEO ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ। କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ MGNREGA ରେ ମିଥ୍ୟା ବିଲ କରି ୩୮ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଫୁଲବାଣୀ ଭିଜିଲାନ୍ସ ଟିମ୍ ଗିରଫ କରିଛି। ପୂର୍ବରୁ ଏହି ଦୁର୍ନୀତି ମାମଲାରେ ଧରାକୋଟ ପଂଚାୟତର ନିର୍ବାହୀ … Read more

ପ୍ରଶାସନିକସ୍ତରରେ ଅଦଳବଦଳ :୩ ବିଭାଗ ଦାୟିତ୍ୱରେ ରହିବେ ଆଇଏଏସ୍ ସୁରେଶ ବଶିଷ୍ଠ

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ ପ୍ରଶାସନିକସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ୍ ସୁରେଶ ବଶିଷ୍ଟଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ଦିଆଯାଇଛି l ଏହାସହିତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଓଡ଼ିଶା ସଚିବାଳୟ ସେବା କ୍ୟାଡ଼ର(ଓଏସଏସ)ର ୬ଜଣ ଅଫିସରଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାର ଗତକାଲି ଅବସର ନେଇଥିବାରୁ … Read more

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା ପରେ ଜଳିଗଲା ବସ୍:୭ ଯାତ୍ରୀ ମୃତ

ରାଜସ୍ଥାନ: ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଦୌସା ଜିଲ୍ଲାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ ଏବଂ ଏକ ଟ୍ରକ୍ ମଧ୍ୟରେ ଧକ୍କା ହେବା ପରେ ବସ୍‌ଟି ଜଳିଯାଇଛିl ଯାହାଫଳରେ ୭ଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ବସ୍‌ଟି ଟ୍ରକ ସହିତ ଧକ୍କା ହେବା ପରେ ନିୟନ୍ତ୍ରଣ ହରାଇ ଖାଇରେ ପଡ଼ିଥିଲା। ଦୁର୍ଘଟଣା ପରେ ବସ୍‌ର ପଛ ଭାଗରେ ନିଆଁ ଲାଗିଯାଇଥିଲା, ଯାହା … Read more

ଚାଷୀଙ୍କୁ ଆଶ୍ୱସ୍ତି, ରବି ଧାନ କିଣା ଅବଧି ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ଏବେ ବି ଚାଷୀଙ୍କ ଧାନ ପଡ଼ି ରହିଥିବାରୁ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଯୋଗାଣ ବିଭାଗ ରାଜ୍ୟରେ ରବି ଧାନ କିଣା ଅବଧିକୁ ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି । ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ନୂଆପଡ଼ା, ବାଲେଶ୍ୱର ସମେତ ଆଉ ୩ଟି ଜିଲ୍ଲାର ମଣ୍ଡିରେ ଏବେ ବି ଧାନ ପଡ଼ି ରହିଛି। ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପାଇଁ ଧାନ କିଣା ସମୟ ସୀମାକୁ … Read more

ଆଧାର ସହ ବ୍ୟାଙ୍କ ଖାତା ଲିଙ୍କ୍ ନହେଲେ ବନ୍ଦ ହୋଇପାରେ ପେନସନ୍; ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଧାର ସହ ବ୍ୟାଙ୍କ ଖାତା ଲିଙ୍କ୍ ନଥିଲେ ଅଟକିଯାଇପାରେ ସାମାଜିକ ସୁରକ୍ଷା ପେନସନ୍ । ଏନେଇ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ପାଇଁ ଜିଲ୍ଲାପାଳଙ୍କୁ ହୋଇଛି ନିର୍ଦ୍ଦେଶ। ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷ ୩୫ ହଜାର ୮୫୦ ଜଣ ପେନସନଭୋଗୀଙ୍କ ଆଧାର ନମ୍ବର ବ୍ୟାଙ୍କ ଖାତା ସହ ମ୍ୟାପିଂ ହୋଇନଥିବା ତଥ୍ୟରୁ ଜଣାପଡିଛି | ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତ ଜିଲ୍ଲାପାଳ ଓ … Read more

ଏମକେସିଜିରେ ଇଞ୍ଜେକ୍ସନ ହେରଫେର ମାମଲା: ଅଧିକାରୀଙ୍କ ଉପରେ ଆକ୍ସନ୍

ବ୍ରହ୍ମପୁର: ଦାମୀ ଇଞ୍ଜେକ୍ସନ ହେରଫେର ଘଟଣାରେ ଏମକେସିଜି ମେଡିକାଲ ଷ୍ଟୋରରେ କାର୍ଯ୍ୟାନୁଷ୍ଠାନ । ମେଡିକାଲ ଷ୍ଟୋର ପରିଚାଳନା ଦାୟିତ୍ୱରୁ ଷ୍ଟୋର ମେଡିକାଲ ଅଫିସର (SMO) କୁ ହଟାଯାଇଛି । ସମ୍ପୃକ୍ତ ଫାର୍ମାସି ଅଫିସରଙ୍କୁ ମଧ୍ୟ ଷ୍ଟୋର ଦାୟିତ୍ୱରୁ ହଟାଯିବାକୁ ନିଷ୍ପତ୍ତି ହୋଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଉଟସୋର୍ସିଂ ଆଟେଣ୍ଡାଣ୍ଟଙ୍କୁ ବହିଷ୍କୃତ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ଏହାସହ ନଷ୍ଟ ହୋଇଥିବା ଇଞ୍ଜେକ୍ସନର ମୂଲ୍ୟ ସମ୍ପୃକ୍ତ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସରଙ୍କ ଠାରୁ ଆଦାୟ … Read more

ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ବିମାନ ଆକ୍ରମଣକୁ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏହି ଘଟଣାପରେ ଭାରତ ପକ୍ଷରୁ ପାକିସ୍ତାନକୁ କଡା ନିନ୍ଦା କରାଯାଇଛି l ଭାରତ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତ ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି, ଯେଉଁଥିରେ ମହିଳା ଏବଂ ଶିଶୁଙ୍କ … Read more

ଜୁଲାଇ ୪ତାରିଖରେ ପଶ୍ଚିମ ଓଡିଶାକୁ ଆସିବେ ଅମିତ୍ ଶାହ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆସନ୍ତା ଜୁଲାଇ ୪ତାରିଖରେ ଦୁଇଦିନିଆ ପଶ୍ଚିମଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ବରଗଡ଼ ବିଜେପି ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। । ସୂଚନା ଅନୁଯାୟୀ ଜୁଲାଇ ୪ତାରିଖରେ ଗୃହମନ୍ତ୍ରୀ ଅମିତ୍ ଶାହ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବେ। ସେଠାରୁ ସିଧାସଳଖ ବରଗଡ଼ ଯାଇ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ନିର୍ମିତ ଏକ ବୃହତ୍ ଇଥାନଲ୍ ରିଫାଇନାରୀ ପ୍ରକଳ୍ପର ଉଦଘାଟନ କରିବେ। ବରଗଡ଼ରେ କାର୍ଯ୍ୟକ୍ରମ ସରିବା ପରେ … Read more

ଆୟର୍ଲାଣ୍ଡଠାରୁ ଟିମ୍ ଇଣ୍ଡିଆ ସିରିଜ୍ ହାରିବା ପରେ:ସୂର୍ଯ୍ୟବଂଶୀଙ୍କୁ ନ ଖେଳାଇବାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଆୟର୍ଲାଣ୍ଡଠାରୁ ସିରିଜ୍ ହାରିବା ପରେ ଏବେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଖେଳାଯାଇନଥିବାରୁ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି କିମ୍ବଦନ୍ତି ବ୍ୟାଟର ସୁନୀଲ ଗାଭାସ୍କର। ସେ କହିଛନ୍ତି ଯେ ଇଂଲଣ୍ଡ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳା ପୂର୍ବରୁ ଆୟର୍ଲାଣ୍ଡ ବିପକ୍ଷରେ ବୈଭବଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ ବୋଲି ସେ ଆଶା କରୁଥିଲେ। ଏପରି କରାଯାଇନଥିବାରୁ ସେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। … Read more