ଆସନ୍ତା ବର୍ଷରୁ ଅନଲାଇନରେ ହେବ ନିଟ୍ ପରୀକ୍ଷା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନିଟ୍‌ ପେପର ଲିକ୍ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆସନ୍ତା ବର୍ଷ ଠାରୁ ନିଟ୍‌ ପରୀକ୍ଷାରେ ହେବ ବଡ଼ ପରିବର୍ତ୍ତନ । ନିଟ୍‌ ପରୀକ୍ଷା ଓଏମ୍‌ଆର ସିଟ୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ। ଅର୍ଥାତ୍‌ ଓଏମଆର ସିଟ୍‌ ବଦଳରେ କମ୍ପ୍ୟୁଟର-ଭିତ୍ତିକ ଟେଷ୍ଟ (CBT) ମାଧ୍ୟମରେ ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । “ଓଏମଆର ଅପେକ୍ଷା CBT ଅଧିକ … Read more

ଓମାନ ଉପକୁଳରେ ଡ୍ରୋନ୍‌ ମାଡ଼ ଯୋଗୁଁ ସମୁଦ୍ରରେ ବୁଡ଼ିଲା ଭାରତୀୟ ଜାହାଜ

ନୂଆଦିଲ୍ଲୀ: ଭାରତୀୟ ମାଲବାହୀ ଜାହାଜ ‘ହାଜି ଅଲ୍ଲୀ’ ଉପରେ ସନ୍ଦିଗ୍ଧ ଡ୍ରୋନ୍‌ ମାଡ଼ ହେବା ଫଳରେ ଓମାନ ଉପକୁଳ ରେ ଏହା ସମୁଦ୍ରରେ ବୁଡ଼ିଯାଇଛି। ଏହି ଭୟଙ୍କର ଆକ୍ରମଣରୁ ଜାହାଜରେ ଥିବା ସମସ୍ତ ୧୪ ଜଣ ଭାରତୀୟ ନାବିକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଓମାନ କର୍ତ୍ତୃପକ୍ଷ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଭାରତ ସରକାର ଏହି ଘଟଣାକୁ ଅତି ନିନ୍ଦନୀୟ ଓ ‘ଅଗ୍ରହଣୀୟ’ ବୋଲି ଅଭିହିତ କରିଛନ୍ତି। ବୁଧବାର ଭୋର ପ୍ରାୟ ୩:୩୦ ସମୟରେ ଓମାନର ଉତ୍ତର … Read more

ଜୁଲାଇ ୧ରୁ ଓଡ଼ିଶାରେ ହେବ SIR

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧ରୁ ରାଜ୍ୟରେ (SIR) ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ। ନିର୍ବାଚନ ଆୟୋଗ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଂଚଳରେ ଭୋଟର ତାଲିକାର ତୃତୀୟ ପର୍ଯ୍ୟାୟ ଏସଆଇଆର କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।ଏବେ ଜନଗଣନା ପାଇଁ ଚାଲିଥିବା ଘର ଗଣନା(House Listing) ପ୍ରକ୍ରିୟା ସହ ସମନ୍ୱୟ ରକ୍ଷା କରି ଏହି SIR ନିମନ୍ତେ ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି। କେବଳ ପ୍ରତିକୂଳ … Read more

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ରଞ୍ଜିତ୍ ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ପକ୍ଷରୁ ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ଘଟଣାର ମୁଖ୍ୟ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସେ ହେଲା କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ଵରଗଡର ରଞ୍ଜିତ ପାତ୍ର ଓରଫ ଚିନୁ (୨୪)। କ୍ରାଇମବ୍ରାଞ୍ଚ ତାକୁ ପଚରାଉଚରା କରୁଛି। ସନ୍ଧ୍ୟା ସୁଦ୍ଧା କୋର୍ଟଚାଲାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଯୁଧିଷ୍ଠିର … Read more

ଭି.ଡି ସତୀଶନ କେରଳମର ନୂଆ ମୁଖ୍ୟମନ୍ତ୍ରୀ

କେରଳ: କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭି.ଡି ସତୀଶନଙ୍କ ନାମ ଘୋଷଣା କରିଛି କଂଗ୍ରେସ । କେରଳ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୧୦ ଦିନ ପରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛି । ଭି.ଡି ସତୀଶନ ୬ ଥର ବିଧାୟକ ରହିଥିଲେ । ଦିଲ୍ଲୀରେ କଂଗ୍ରେସ ନେତାଙ୍କ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ସମେତ ପାର୍ଟିର ଅନ୍ୟ ବରିଷ୍ଠ ନେତା ସାମିଲ ଥିଲେ । ଏହି ବୈଠକରେ … Read more

ଓଡ଼ିଶାର ସମସ୍ତ OSRTC ଗାଡିକୁ କରାଯିବ ଇଲେକ୍ଟ୍ରିକ୍‌: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଖୁବ୍‌ ଶୀଘ୍ର ଓଡ଼ିଶା ଷ୍ଟେଟ୍‌ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ (OSRTC)ର ସମସ୍ତ ବସ୍‌କୁ ଇଲେକ୍ଟ୍ରିକ୍‌ ଭେହିକଲ୍‌ (EV)ରେ ପରିଣତ କରାଯିବ। ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ରାଜ୍ୟରେ ଇଭି ଗାଡିର ବ୍ୟବହାର ବଢ଼ାଇବା ପାଇଁ ଚାର୍ଜିଂ ଷ୍ଟେସନ୍‌ ବ୍ୟବସ୍ଥାକୁ ଜୋରଦାର କରାଯାଉଛି। ସରକାର ପକ୍ଷରୁ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ୍‌ ପାଇଁ ଅନୁମୋଦନ ମିଳିଥିବାବେଳେ, ୩୦ଟି … Read more

NEET UG-2026 ପେପର୍ ଲିକ୍ ମାମଲାରେ ୫ ଜଣଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: NEET UG-2026 ପରୀକ୍ଷାର ପେପର ଲିକ୍ ମାମଲାରେ ବୁଧବାର CBI ତିନୋଟି ଭିନ୍ନ ଭିନ୍ନ ସ୍ଥାନରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ, CBI ଦେଶର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ତେବେ ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଜୟପୁରରୁ, ଜଣଙ୍କୁ ନାସିକରୁ ଏବଂ ଅନ୍ୟ ଜଣଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଛି। NEET ପରୀକ୍ଷାର ଅନିୟମିତତା ଏବଂ ପେପର ଲିକ୍ ମାମଲାରେ CBI ଦ୍ୱାରା ଗିରଫ ହୋଇଥିବା ପାଞ୍ଚ … Read more

ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ: ଶୁଭେନ୍ଦୁ ଅଧିକାରୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ସେ ଭବାନୀପୁର ଆସନ ରଖିବେ ଓ ନନ୍ଦିଗ୍ରାମ ଆସନକୁ ଛାଡ଼ିବେ ବୋଲି ସୂଚନା ଦେଇଛନ୍ତି। ଶୁଭେନ୍ଦୁ ନିକଟରେ ଶେଷ ହୋଇଥିବା ବେଙ୍ଗଲ ବିଧାନସଭା ନିର୍ବାଚନରେ ଉଭୟ ଭବାନୀପୁର ଓ ନନ୍ଦିଗ୍ରାମରୁ ବିଜୟୀ ହୋଇଥିଲେ। କିନ୍ତୁ ବୁଧବାର ସେ ରାଜ୍ୟ ବିଧାନସଭାରେ ଭବାନୀପୁର ଆସନର ବିଧାୟକ ଭାବେ ଶପଥ ନେଇଛନ୍ତି। ସେ ନନ୍ଦିଗ୍ରାମ ଆସନ ଛାଡ଼ିଥିବାରୁ ସେଠାରେ ଉପ ନିର୍ବାଚନ ହେବ। ଏହା ଶୁଭେନ୍ଦୁଙ୍କ ଗଡ଼ ହୋଇଥିବାରୁ ତାଙ୍କର … Read more

ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ। ୧୮.୫ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସାମଗ୍ରିକ ପାସ୍ ହାର ଗତ ବର୍ଷର ୮୮.୩୯ ପ୍ରତିଶତ ତୁଳନାରେ ୮୫.୨୦ ପ୍ରତିଶତକୁ ହ୍ରାସ ପାଇଛି। ଭୁବନେଶ୍ୱର ଅଞ୍ଚଳରେ ପାସ୍ ହାର ୮୧.୭୧ ପ୍ରତିଶତ ରେକର୍ଡ କରାଯାଇଛି।ସୂଚନା ଥାଉ ଯେ, ୨୦୨୬ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୧୭,୮୦,୩୬୫ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୭,୬୮,୯୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରାର୍ଥୀଙ୍କ … Read more

ମୁଲାୟମ ସିଂହଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ପରଲୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ ପରିବାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମୁଲାୟମଙ୍କ ସାନ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସାନ ଭାଇ ପ୍ରତୀକ ଯାଦବଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ବୁଧବାର ସକାଳେ ପ୍ରତୀକଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଲକ୍ଷ୍ନୌ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି … Read more