ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ

ଚଣ୍ଡିଗଡ:ଶୁକ୍ରବାର ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟାରରେ ରାଜସ୍ଥାନକୁ ୭ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ଗୁଜରାଟ ।ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ସାମ୍ନାରେ ୨୧୫ ରନ୍‌ର ଏକ ବିଶାଳ ବିଜୟ ଲକ୍ଷ୍ୟ ରହିଥିଲା। ମାତ୍ର ଅଧିନାୟକ ଶୁଭମନ ଗିଲ୍ ଏବଂ ଓପନର ସାଇ ସୁଦର୍ଶନଙ୍କ ଦମଦାର ବ୍ୟାଟିଂ ଏହି ମୁସ୍କିଲ୍ ଲକ୍ଷ୍ୟକୁ ସହଜ କରିଦେଇଥିଲା। ଗୁଜରାଟ ମାତ୍ର ୧୮.୪ ଓଭରରେ ୨ ଉଇକେଟ ହରାଇ ବିଜୟ ହାସଲ କରିନେଇଥିଲା।ଅଧିନାୟକ ଗିଲ୍ ମାତ୍ର ୫୩ଟି ବଲ୍‌ରେ ୧୦୪ … Read more

ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌ : ୫୭୦୩ ଜଣଙ୍କ ବିରୋଧରେ NBW କାର୍ଯ୍ୟକାରୀ,୫୨୦ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସର ଜୋରଦାର ଆକ୍ସନ । ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ ମେ ୧୨ ତାରିଖରୁ ସାରା ରାଜ୍ୟରେ ଜାରି ରହିଛି ଏକ ସ୍ପେଶାଲ ଡ୍ରାଇଭ୍‌ । ବିଗତ ୧୮ ଦିନର ଏହି ସ୍ପେଶାଲ ଅପରେସନରେ ପୋଲିସକୁ ମିଳିଛି ବ୍ୟାପକ ସଫଳତା । ଖବରଦାତା ସମ୍ମିଳନୀରେ ସୂଚନା ଦେଇ ପୋଲିସ ଡିଜି କହିଛନ୍ତି ଯେ, ଏହି ଅଭିଯାନ କାଳରେ ୫,୭୦୩ ଜଣଙ୍କ … Read more

ସୁପ୍ରିମକୋର୍ଟ ଦେଶର ସବୁ ହାଇକୋର୍ଟଙ୍କୁ ଆଦେଶ ସଂରକ୍ଷିତ ରଖିବାର ୩ ମାସ ମଧ୍ୟରେ ରାୟ ଘୋଷଣା କରିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ଦେଶର ସବୁ ହାଇକୋର୍ଟଙ୍କୁ ଏକ ନିର୍ଦ୍ଦେଶରେ ଆଦେଶ ସଂରକ୍ଷିତ ରଖିବାର ୩ ମାସ ମଧ୍ୟରେ ରାୟ ଘୋଷଣା କରିବାକୁ କହିଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ପୀଠ କହିଛନ୍ତି ଯେ କୋର୍ଟଙ୍କ ରାୟ ବିଳମ୍ବ ଯୋଗୁ ବାଦୀଙ୍କର ଅପୂରଣୀୟ କ୍ଷତି ହେଉଛି।ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁସାରେ ନିଜର ବିଶେଷ ଶକ୍ତି ଉପଯୋଗ କରି ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ରାୟର ମୁଖ୍ୟ ଅଂଶ (ଅପରେଟିଭ ପାର୍ଟ) ଶୁଣାଯାଏ ତେବେ … Read more

ଶନିବାର ଠାରୁ ରାଜ୍ୟରେ SIR:ଘରକୁ ଘର ବୁଲିବେ BLO

ଭୁବନେଶ୍ୱର :ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେବଡ଼ ଧରଣର ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କାଲିଠୁ ଯୋଗ୍ୟତା ଅବଧି ଭାବେ ଧାର୍ଯ୍ୟ କରାଯାଇଛି। ଏ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏହି ଅଭିଯାନରେ ରାଜ୍ୟର ପ୍ରାୟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଜଣ … Read more

ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, ଛଅ ଶ୍ରମିକ ମୃତ

ୟୁପି:ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ହମିରପୁରରେ ପ୍ରବଳ ଝଡ଼ ବର୍ଷା ଯୋଗୁଁ ଏକ ନିର୍ମାଣାଧୀନ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିଛି । ଫଳରେ ସେଠାରେ କାମ କରୁଥିବା ଛଅଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।ସ୍ଥାନୀୟ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) କର୍ମଚାରୀମାନେ ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ହମିରପୁର ପୋଲିସ ଅଧୀକ୍ଷକ ଅରବିନ୍ଦ କୁମାର ପାଞ୍ଚ … Read more

DRDA କାର୍ଯ୍ୟାଳୟର ମହିଳା ୱାସରୁମରୁ ମିଳିଲା ସିକ୍ରେଟ କ୍ୟାମେରା

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା DRDA କାର୍ଯ୍ୟାଳୟର ମହିଳା ୱାସରୁମ ଭିତରୁ ଏକ ସିକ୍ରେଟ କ୍ୟାମେରା ମିଳିବା ପରେ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। କିଏ ଏହି କ୍ୟାମେରା ଲଗାଇଥିଲା ଏବଂ ଏହା ପଛରେ କଣ ଉଦ୍ଦେଶ୍ୟ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ ଗତ ୨୫ ତାରିଖରେ ଜଣେ ମହିଳା କର୍ମଚାରୀ ୱାସରୁମ ବ୍ୟବହାର କରୁଥିବା ବେଳେ ହଠାତ୍ ଏକ ଛୋଟ କ୍ୟାମେରା ଖସି ପଡ଼ିଥିଲା। … Read more

ପାଣ୍ଡିଆନଙ୍କ ଫେରିବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ କଡା ସମାଲୋଚନା କଲେ ଶ୍ରୀମୟୀ

ଭୁବନେଶ୍ୱର:ପାଣ୍ଡିଆନଙ୍କୁ ପ୍ରତ୍ୟକ୍ଷ ସକ୍ରିୟ ଭୂମିକାରେ ଫେରାଇ ଆଣିବା ପାଇଁ ଦଳରେ ଚାଲିଥିବା କ୍ୟାମ୍ପେନ୍ ମଧ୍ୟରେ ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି।ପାଣ୍ଡିଆନ ଫେରିବାକୁ ନେଇ ଚାଲିଥିବା କ୍ୟାମ୍ପେନ ଯୋଗୁ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଉଭୟ ଦଳ ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇସାରିଥିଲେ ମଧ୍ୟ ଦଳୀୟ ନେତାମାନଙ୍କ ଚେତା ପଶିନାହିଁ। ବିଜେଡିର ଗୋଟିଏ ଚାଟୁକାର ଗୋଷ୍ଠୀ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ଜୋରସୋରରେ ପ୍ରଚାର ଚଳାଇଥିବାବେଳେ ଶ୍ରୀମୟୀ ଆଜି … Read more

କିଟ୍‍ ଦ୍ୱାରା ବିକଶିତ ବନ୍ୟପ୍ରାଣୀ ମନିଟରିଂ ଡିଭାଇସ୍‍ ଡିଜାଇନକୁ ମିଳିଲା ପେଟେଣ୍ଟ

ଭୁବନେଶ୍ୱର:ପ୍ରଯୁକ୍ତିବିଦ୍ୟା-ଚାଳିତ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି, “ଇଣ୍ଟେଲିଜେଣ୍ଟ ସେନ୍ସର ଡିଭାଇସ୍ ଫର୍‍ ଅଟୋମେଟେଡ୍ ୱାଇଲ୍ଡଲାଇଫ୍ ମନିଟରିଂ’ ଶୀର୍ଷକ ଏକ ଅଭିନବ ଉପକରଣକୁ ଡିଜାଇନ୍ ପେଟେଣ୍ଟ ପ୍ରଦାନ କରାଯାଇଛି। ଏହା କିଟ ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବା ବେଳେ ଗବେଷଣା-ଆଧାରିତ ପରିବେଶ ସୁରକ୍ଷା ପଦକ୍ଷେପରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ।କିଟ୍‍ ଲ୍ୟାବ୍‍ରେ ବିକଶିତ ଏହି ପ୍ରଯୁକ୍ତିର ଉଦ୍ଦେଶ୍ୟ ହେଉଛି ସେନ୍ସର-ଆଧାରିତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବନ୍ୟପ୍ରାଣୀ ତଦାରଖ ଏବଂ ଜୈବ ବିବିଧତା … Read more

ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ଦୁଧିଆନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।ଗାଁକୁ ସଜାଡିବାକୁ ଆସିଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ ଗ୍ରାମବାସୀ l ଖବର ପାଇ କଂସର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସୂଚନା ଅନୁଯାୟୀ କାଳବୈଶାଖୀ ଯୋଗୁଁ ୪ ଦିନ ହେଲା ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଗୁରୁବାର ବିଦ୍ୟୁତ ବିଭାଗ ପକ୍ଷରୁ ଏହାକୁ ସଜାଡିବାକୁ ଆସିଥିବାବେଳେ ୩ ଜଣ କର୍ମଚାରୀଙ୍କୁ … Read more

ସିବିଏସଇ ଉତ୍ତର ଖାତା ବିବାଦ: ଉତ୍ତରଦାୟିତ୍ୱ ମୁଣ୍ଡକୁ ନେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ସିବିଏସ୍‌ଇର ଅନ ସ୍କ୍ରିନ ମାର୍କିଂ ସିଷ୍ଟମକୁ ନେଇ ଦେଶରେ ଚାଲିଥିବା ବିବାଦ ଘଟଣାରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ସିବିଏସ୍‌ଇ ଉତ୍ତର ଖାତା ସୃଷ୍ଟି ହୋଇଥିବା ବିବାଦର ଉତ୍ତର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି। ଏଥିସହ ଶିକ୍ଷାର୍ଥୀ ଓ ଅଭିଭାବକଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଯଦି ଅନିୟମିତତା ହୋଇଥିବା ଜଣାପଡ଼ିବ, ତା’ହେଲେ କାହାକୁ ବି ଛଡ଼ା ଯିବ ନାହିଁ। ଶ୍ରୀ ପ୍ରଧାନ କହିଛନ୍ତି, “ମୁଁ ସବୁ ବିବାଦର … Read more