June 27, 2025 3:25 am

୩ ମାସ ତଳେ ବଦଳାଯାଇଥିଲା ଦୁର୍ଘଟଣାଗ୍ରସ୍ତ ବିମାନର ଇଞ୍ଜିନ୍‌

ଅହମଦାବାଦରେ ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୧୨ ବର୍ଷ ତଳର ଏହି ପୁରୁଣା ପ୍ଲେନର ଗୋଟିଏ ଇଞ୍ଜିନକୁ କିଛି ଦିନ ତଳେ ହିଁ ମରାମତି କରାଯାଇଥିଲା । ଏହାସହିତ ୩ ମାସ ତଳେ ଅର୍ଥାତ ମାର୍ଚ୍ଚ ମାସରେ ଇଞ୍ଜିନକୁ ବଦଳାଯାଇଥିଲା ବୋଲି ସୂଚନା ମିଳିଛି। ଅହମଦାବାଦରୁ ଲଣ୍ଡନକୁ ଯାଉଥିବା ଏହି ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ହିଁ କ୍ରାସ୍ କରିଯାଇଥିଲା, ଯେଉଁଥିରେ କି … Read more

ଅମରନାଥ ଯାତ୍ରା ଲାଗି ଉଦ୍ଦିଷ୍ଟ ଦୁଇଟି ରାସ୍ତାକୁ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ପାଇଁ ଚିହ୍ନଟ ଦୁଇଟି ରାସ୍ତା ହେଲା ପହଲଗାଓଁ (୪୬ କିମି) ଓ ବାଲତାଲ୍ (୧୪ କିମି) ଯାହାକୁ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି। ଜୁଲାଇ ୧ରୁ ଏହି ଦୁଇ ରାସ୍ତା ଉପରେ କୌଣସି ପ୍ରକାର ଡ୍ରୋନ, ବିମାନ, ହେଲିକପ୍ଟର ଆଦି ଉଡାଣ କରିପାରିବ ନାହିଁ। ରାସ୍ତା ଉପରେ ଯଦି କୌଣସି ପ୍ରକାର ଉଡନ୍ତା ଯାନ ବା ବସ୍ତୁକୁ ଦେଖିବାକୁ ମିଳେ ତେବେ ଏହାକୁ ଗୁଳିକରି ଖସାଇ ଦେବାକୁ ସୁରକ୍ଷାବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି। … Read more

ଏନ୍‌କାଉଣ୍ଟରରେ ୩ ଟପ୍‌ ମାଓବାଦୀ ନିହତ

ମାଲକାନଗିରି ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଏନ୍‌କାଉଣ୍ଟର୍ ହୋଇଛି। ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି। ନିହତ ମାଓବାଦୀଙ୍କ ମୁଣ୍ଡ ପାଇଁ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ଥିଲା। ଏନକାଉଣ୍ଟରରେ ସେଣ୍ଟ୍ରାଲ କମିଟି ମେମ୍ବର ସମେତ ୩ ଟପ୍ କ୍ୟାଡ଼ର ମାଓବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟରରେ ସେଣ୍ଟ୍ରାଲ କ୍ୟାଡ଼ର ମାଓବାଦୀ ଗଜରାଲା ରବି ଓରଫ ଉଦୟ, ଅରୁଣା,ସୀତାରାମ ଜିଲ୍ଲା ଏରିଆ କମ୍ମିଟି ACM କ୍ୟାଡ଼ର ମାଓବାଦୀ ଅମିତ ବରଦାର … Read more

ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଗୋପାଳପୁର: ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଏହି ମାମଲାକୁ ରେଡ୍‌ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଥିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖ ମାମଲାର ତଦନ୍ତ କରିବ। ଆଇଜି ଏସ୍‌ ସାଇନିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ତଦନ୍ତ କରାଯିବ । କ୍ରାଇମବ୍ରାଞ୍ଚର ଏକ ବିଶେଷ … Read more

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାପୂଜା ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସର ସମୀକ୍ଷା ପାଇଁ ସମିତି ଗଠିତ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ନିଯୁକ୍ତ ବିଭିନ୍ନ ନିଯୋଗମାନଙ୍କ ଦ୍ୱାରା କରାଯାଉଥିବା ସେବାପୂଜ ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସ (ROR)ର ସମୀକ୍ଷା ପାଇଁ ଗଠନ ହେଲା ଦୁଇ ସଦସ୍ୟବିଶିଷ୍ଟ ସମିତି । ରାଜ୍ୟ ସରକାର, ଓଡ଼ିଶା ଉଚ୍ଚ ନ୍ୟାୟଳୟର ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଡଃ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ଦୁଇ-ସଦସ୍ୟ ବିଶିଷ୍ଟ ସମିତି ଗଠନ କରିଛନ୍ତି । ଏହି ସମିତିର ଗଠନ ସନ୍ଦର୍ଭରେ ବିଧି ବିଭାଗର ପତ୍ର ସଂଖ୍ୟା ୭୭୧୪/ଏଲ୍‌ ତାରିଖ ମେ ୮ ତାରିଖ ୨୦୨୫ … Read more

କଟକରେ ବ୍ୟାପିଲା ଝାଡ଼ାବାନ୍ତି

କଟକ:- କଟକରେ ମଧ୍ୟ ଚିନ୍ତା ବଢାଇଛି ଝାଡାବାନ୍ତି । ପ୍ରାୟ ୬୪ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସିଟି ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ସମୀକ୍ଷା କରିଛି । ସିଡିଏମଓଙ୍କ ସହ ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରିଛନ୍ତି । ବାଙ୍କୀ ଘୋଳପୁରରୁ ୪୬, ଟାଙ୍ଗୀରୁ ୧୮ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏହାସହ କଟକରେ ମଧ୍ୟ ସ୍ଥିତି ପରଖିବା ପାଇଁ କେନ୍ଦ୍ରୀୟ ଟିମ୍‌ ପହଞ୍ଚିଛନ୍ତି । ଜିଲ୍ଲାରୁ ଜିଲ୍ଲା ବ୍ୟାପୁଛି ଝାଡାବାନ୍ତି । ଯାଜପୁର … Read more

ବଲାଙ୍ଗୀର ରେ ମୁଖ୍ୟମନ୍ତ୍ରୀ ଙ୍କୁ କଳାପତାକା ଦେଖାଇ ୬ କଂଗ୍ରେସ କର୍ମୀ ଅଟକ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ପ୍ରଶାସନ ବ୍ୟାପକ ଭାବରେ ସୁରକ୍ଷା ବ୍ୟବସ୍ଥା କରିଥିବା ବେଳେ କଳା ପତାକା, ଅଣ୍ଡା ମାଡ଼କୁ ଆଖି ଆଗରେ ରଖି ଦେଓଗାଁ ପୁଲିସ ୬ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ଅଟକଥିବା କଂଗ୍ରେସ କର୍ମୀମାନେ ହେଲେ ଓବିସି ସେଲ ସଧାରଣ ସମ୍ପାଦକ ଜନ୍ମଜୟ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱଜିତ୍ ପାତ୍ର ସହ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ … Read more

ତୁରନ୍ତ ତେହେରାନ ଛାଡିବାକୁ ଭାରତ ସରକାରଙ୍କ ଅପିଲ

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଇରାନରେ ପରିସ୍ଥିତି ଦିନକୁ ଦିନ ଖରାପ ହେଉଛି । ଏହି କାରଣରୁ ଭାରତୀୟ ଦୂତାବାସ ଆଜି ନିଜ ନାଗରିକମାନଙ୍କୁ ତୁରନ୍ତ ତେହେରାନ ଛାଡ଼ିବାକୁ ଅନୁରୋଧ କରିଛି। ଇରାନର ରାଜଧାନୀ ତେହେରାନ ଇସ୍ରାଏଲୀ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ନିରନ୍ତର ବିମାନ ଆକ୍ରମଣର ଶିକାର ହେଉଥିବା ବେଳେ ଯଦି ନିଜେ ପାରୁଛ ତାହେଲେ ଦେଶ ଛାଡ଼ିଯିବାକୁ ଅନୁରୋଧ କରିଛି ଭାରତ। ସମସ୍ତ ଭାରତୀୟ ନାଗରିକ ଏବଂ ପିଆଇଓ … Read more

୮ ବଡ ଶିଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ;ଢେଙ୍କାନାଳରେ ବେଦାନ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚଏଲସିଏ) ୧.୫୧ ଲକ୍ଷ କୋଟି ଟଙ୍କାର ୮ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରିଛି। ୮ ଶିଳ୍ପ ହେଲେ ୬୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଢେଙ୍କାନାଳ ଜିଲ୍ଲାରେ ବେଦାନ୍ତ କରିବ ମେଗା ପ୍ରକଳ୍ପ। ୧ ଲକ୍ଷ ୨୮ ହଜାର କୋଟି ଟଙ୍କାର ନିବେଶ ସହିତ ବେଦାନ୍ତ ଲିମିଟେଡ୍ ପ୍ରତିଷ୍ଠା କରିବ ସ୍ମେଲଟର ପ୍ଲାଣ୍ଟ ସହ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ। ପ୍ରକଳ୍ପ ହେଲେ ୩୦ … Read more

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ । ଜ୍ୱରରେ ପୀଡିତ ଥିବା ଶ୍ରୀବିଗ୍ରହ ମାନଙ୍କ ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ଗୁପ୍ତ ଚିକିତ୍ସା ବା ଗୁପ୍ତ ସେବା ଜାରି ରଖିଛନ୍ତି । ଜ୍ୱରରେ ପୀଡିତ ଥିବାରୁ ମହାପ୍ରଭୁଙ୍କ ନିକଟରେ ଦଇତାପତି ସେବକ ମାନେ ପଣା ଓ ଚକଟା ଭୋଗ କରୁଛନ୍ତି । ତେବେ ଅନବସରର ଚତୁର୍ଥ ଦିବସରରେ ଦଇତାପତି … Read more