ରଜ ସଜବାଜରେ କିଣାକିଣିକୁ ନେଇ କଳି ସ୍ତ୍ରୀକୁ ହାଣିଲା ସ୍ବାମୀ

ଭୁବନେଶ୍ୱର:ରଜରେ କିଣାକିଣିକୁ ନେଇ କଳି ନେଲା ଉଗ୍ର ରୂପ। ମଞ୍ଚେଶ୍ବରରେ ନିଶାସକ୍ତ ଅବସ୍ଥାରେ କଟୁରୀରେ ସ୍ତ୍ରୀ କୁ ସ୍ବାମୀର ଆକ୍ରମଣ। ଆକ୍ରମଣରେ ଗୁରୁତର ମହିଳା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି lସୂଚନା ଅନୁଯାୟୀ ରଜ ପର୍ବ ପାଇଁ ନୂଆ ପୋଷାକ ଏବଂ ଅନ୍ୟାନ୍ୟ ସଜବାଜ ସାମଗ୍ରୀ କିଣାକିଣି କରିବାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା। ସ୍ୱାମୀ ଜଣକ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଥିବାରୁ ସାମାନ୍ୟ କଥାରୁ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ରାଗ … Read more

ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ :ଆଜି ଭୋରରୁ ଦିଲ୍ଲୀର କାଲକାଜି ଅଞ୍ଚଳରେ ଗୋବିନ୍ଦପୁରୀ ଫ୍ଲାଏଓଭର ନିକଟରେ ଥିବା ‘ପଞ୍ଜାବୀ ତଡ଼କା’ ରେଷ୍ଟୁରାଣ୍ଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୪ଟା ୪୫ରେ ନିଆଁ ଲାଗିଥିଲା ଏବଂ ଶୀଘ୍ର ସମଗ୍ର ପରିସରରେ ବ୍ୟାପିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ଅଗ୍ନିଶମ ସେବା ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା।ଅଗ୍ନିକାଣ୍ଡ ସମୟରେ ରେଷ୍ଟୁରାଣ୍ଟରେ ରଖାଯାଇଥିବା ତିନୋଟି ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଅଗ୍ନିକାଣ୍ଡର ଗମ୍ଭୀରତାକୁ ଦୃଷ୍ଟିରେ ରଖି … Read more

ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିବେ । ଆସନ୍ତା ଜୁନ୍ ୩୦ ତାରିଖରେ ଲେଫ୍ଟନାଣ୍ଟ ଜେନେରାଲ୍ ସେଠ୍ ସ୍ଥଳସେନାର ଏହି ସର୍ବୋଚ୍ଚ ପଦବୀର କାର୍ଯ୍ୟଭାର ସମ୍ଭାଳିବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି … Read more

ଭଡା ଘର ପାଇଁ ଲାଗୁ ହେବ ନୂଆ ନିୟମ “ଓଡ଼ିଶା ଅର୍ବାନ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ-୨୦୨୬”

ଭୁବନେଶ୍ୱର:ଘର ଭଡ଼ା ବ୍ୟବସ୍ଥାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ବଦଳିବ ୫୯ ବର୍ଷର ପୁରୁଣା ଆଇନ । ଏଣିକି ଖାଲି କଥାବାର୍ତ୍ତା କରି, ଆଗୁଆ ଟଙ୍କା ଦେଇ କିମ୍ବା ନେଇ, ଆପଣ ଦେଇପାରିବେନି କିମ୍ବା ନେଇପାରିବେନି ଘରଭଡା । ଓଡ଼ିଶାର ସହରାଞ୍ଚଳରେ ଘରଭଡ଼ା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଆଧୁନିକ ଓ ଜବାବଦେହୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ଅର୍ବାନ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ-୨୦୨୬’ ର ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହି ନୂଆ ଆଇନ ଲାଗୁ ହେଲେ … Read more

ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାର ଯାଞ୍ଚ କରିବ SIT

ୟୁପି:ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ୭ କୋଟି ଟଙ୍କା ଚୋରି ହେବା ଅଭିଯୋଗ ପରେ ଆସିବା ପରେ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର ଏହି ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଛନ୍ତି।ଏହି ତଦନ୍ତକାରୀ ଦଳରେ ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ ବିଶ୍ୱାସ ପନ୍ତ ଏବଂ ଆଇପିଏସ୍ କିରଣ ଏସ୍. ଏବଂ ଅନ୍ୟ ଜଣେ ଅଧିକାରୀ ସଦସ୍ୟ … Read more

ତିଖିରି ସରପଞ୍ଚ ଚାମେଲି ଓଝା ଗଲେ ଜେଲ୍

ଭୁବନେଶ୍ୱର:କାର୍ଯ୍ୟରତ ପୋଲିସକୁ ଆକ୍ରମଣ ଘଟଣାରେ ମହାକାଳପଡ଼ା ଥାନା ପୋଲିସ ଚାମେଲିଙ୍କୁ ଗିରଫ କରିବା ପରେ ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର କରିଛି । ଏହା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସରପଞ୍ଚ ଚାମେଲି ଓଝାଙ୍କ ନାମରେ ଦୁଇଟି ମାମଲା ରହିଛି । ମହାକାଳପଡ଼ା ବିଡ଼ିଓଙ୍କୁ ଦୁର୍ବ୍ୟବହାର ଏବଂ ପୋଲିସକୁ ଆକ୍ରମଣ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଚାମେଲି ପୋଲିସ କର୍ମଚାରୀଙ୍କ ଆଙ୍ଗୁଠି କାମୁଡି ପକାଇବା, ଥାନା ପୋଡ଼ି ଦେବା ଧମକ … Read more

ଡିଜି ପଦବୀ ପାଇଁ ୩୩ ଆଇପିଏସ୍ ଚୟନ : ସ୍ଥାନପାଇଲେ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ମିଳିଛି ବଡ଼ ସଫଳତା। ନିର୍ଦ୍ଦେଶକ ଜେନେରାଲ (DG) ବା ସମକକ୍ଷ ପଦବୀ ପାଇଁ ଦେଶର ୩୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ ମନୋନୀତ ହୋଇଥିବା ବେଳେ ଏଥିରେ ଓଡ଼ିଶାର ଦୁଇ ପ୍ରଭାବଶାଳୀ ଚେହେରା ସ୍ଥାନ ପାଇଛନ୍ତି। ସେମାନେ ହେଲେ ୧୯୯୫ ବ୍ୟାଚ୍ ଆଇପିଏସ୍ ଡଃ ସୁଧାଂଶୁ ଷଡ଼ଙ୍ଗୀ ଏବଂ ପଦ୍ମାକର ଏସ୍. ରଣପିସେ। କେନ୍ଦ୍ରୀୟ କ୍ୟାବିନେଟ୍ ନିଯୁକ୍ତି କମିଟି (ACC) … Read more

ବାୟୁସେନାର AN-32 ବିମାନ କ୍ରାଶ୍, ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଆସାମର ଜୋରହାଟସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନରେ ଶନିବାର ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ‘AN-32’ ପରିବହନ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଭାରତୀୟ ବାୟୁସେନା (IAF) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, AN-32 ବିମାନଟି ଜୋରହାଟ ଏୟାରବେସରେ ଲ୍ୟାଣ୍ଡିଂ କରୁଥିବା ସମୟରେ ନିୟନ୍ତ୍ରଣ ହରାଇ ରନୱେ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣା ସମ୍ପର୍କରେ ଜଣେ … Read more

ସରକାରୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ଜଳିଗଲା ୪୦୦୦ରୁ ଅଧିକ EVM

ପଶ୍ଚିମବଙ୍ଗ:ଦକ୍ଷିଣ କୋଲକାତାର ଅଲିପୁରସ୍ଥିତ ଏକ ବହୁମହଲା ସରକାରୀ ବିଲ୍ଡିଂରେ ଗତ ବୁଧବାର ଦିନ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ପ୍ରାୟ ୪,୦୦୦ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଜଳି ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ, ଯେଉଁ ୯ ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଲାଗିଥିଲା, ସେଠାରେ ଦକ୍ଷିଣ ୨୪ ପରଗଣା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମେତ ଅନ୍ୟ କେତେକ ସରକାରୀ ବିଭାଗ ରହିଥିଲା। ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ମନ୍ତ୍ରୀ କୌଶିକ ଚୌଧୁରୀ ଘଟଣାସ୍ଥଳ ପରିଦର୍ଶନ କରିବା ପରେ … Read more

ଉଦଘାଟିତ ହେଲା ଏକାମ୍ର କାନନ ରାସ୍ତା: ସିଆରପିରୁ ଇନଫୋସିଟି ଲାଗିବ ୧୫ ମିନିଟ୍

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଦୁଇବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ଓ ଗମନାଗମନର ବିକାଶ ପାଇଁ ୧୦୮.୨୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଥ୍‌ମାଟିକ୍ସରୁ ଇନ୍‌ଫୋସିଟି ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ୧୩ କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ୬ ଲେନ୍ ରାସ୍ତାର ଉଦ୍‌ଘାଟନ କରିଛନ୍ତି । ଏଥି ସହିତ ୯୪୯ କୋଟିରୁ ଅଧିକ ଟଙ୍କା … Read more