ଆମେରିକା ସେନାର ଶକ୍ତିଶାଳୀ ବିମାନ ବି-୫୨ କ୍ରାସ୍‌: ୮ ମୃତ

ୱାସିଂଟନ: ଆମେରିକା ବାୟୁସେନାର B-52 ଦୁର୍ଘଟଣାରେ ଆଠ ଜଣ ପ୍ରାଣ ହରାଇଛନ୍ତି। ବାୟୁସେନା ଘାଟିର ସୂଚନା ଅନୁଯାୟୀ ସୋମବାର ସ୍ଥାନୀୟ ସମୟ ଅନୁସାରେ ସକାଳ ୧୧ଟା ୨୦ରେ ବିମାନଟି ଏକ ନିୟମିତ ମିଶନରେ ଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ, ଘଟଣାସ୍ଥଳରୁ କଳା ଧୂଆଁର ଏକ ବିରାଟ ପାହାଡ଼ ଉଠିଥିଲା, ଯାହା ଦୂରରୁ ଦୃଶ୍ୟମାନ ହେଉଥିଲାଏଡୱାର୍ଡସ୍ ବାୟୁସେନା ଘାଟିର କର୍ଣ୍ଣେଲ ଜେମ୍ସ ହେୟସ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ଆଜି ବେସରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣା ଘଟିଛି, … Read more

ଦିଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟେଇବା ପାଇଁ ଦୃଢ଼ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୁରୀ ଟାଉନ ହଲ ଠାରେ ଗତ କାଲି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭବ୍ୟ ଗଣସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ‘ଶ୍ରୀ ଜଗନ୍ନାଥ ଭକ୍ତ ସେବା ସଂସ୍ଥାନ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜ୍ୟ ସାଧୁ-ସନ୍ଥ, ଶ୍ରୀମନ୍ଦିରର ସେବାୟତ ମଣ୍ଡଳୀ ଏବଂ ହଜାର ହଜାର ଜଗନ୍ନାଥପ୍ରେମୀ ଭକ୍ତଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ସାଦର ସମ୍ବର୍ଦ୍ଧିତ କରିଥିଲେ । ପଶ୍ଚିମବଙ୍ଗର ଦିଘା ଜଗନ୍ନାଥ ମନ୍ଦିର ନାମରୁ “ଧାମ” ଶବ୍ଦ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ … Read more

ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଇନ୍ଧନ ଯୋଗାଣରେ ବାଧା ଉତ୍ପନ ନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକ ବିଦ୍ୟୁତ ବିଭ୍ରାଟ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ପାଇଁ ଡିଜି ସେଟ୍‌ ଏବଂ ପରିବହନ ପାଇଁ ପେଟ୍ରୋଲ/ଡିଜେଲ ଉପରେ ନିର୍ଭର କରିଥାନ୍ତି । ଉପଯୁକ୍ତ ସମୟରେ ପେଟ୍ରୋଲ କିମ୍ବା ଡିଜେଲ ଅଭାବରୁ ଚିକିତ୍ସା ସେବା ଏବଂ ରୋଗୀସେବାରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ ଏବଂ ମାନବ ଜୀବନ ହାନି ମଧ୍ୟ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି, ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ … Read more

ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣା:ଅଭିଯୁକ୍ତ ଗିରଫ

ମହାକାଳପଡ଼ା:ସରପଞ୍ଚ ସୁଶ୍ରୀ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ପାର୍ଥସାରଥୀ ସାମନ୍ତରାୟଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ । ମୋବାଇଲ ଛଡାଇବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏହି ଗିରଫ କରାଯାଇଥିବା ସୂଚନା ମିଳିଛି ।ଗତ ୧୦ ତାରିଖରେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଚାମେଲି ଓଝା ମହାକାଳପଡ଼ା ବିଡିଓଙ୍କୁ ଭେଟିବା ପାଇଁ ଯାଇଥିଲେ l ବିଡିଓଙ୍କ ସହିତ ଆଲୋଚନା ଚାଲିଥିଲା ବେଳେ ଚାମେଲିଙ୍କ ଭାଇ ଏହାର ଭିଡ଼ିଓ କରିବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ … Read more

ଜୁନ୍୧୮ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୮ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଗୁଡ଼ିକ ପୁଣିଥରେ ଖୋଲିବ। ଏ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଆଜି ସୂଚନା ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ଖରାଛୁଟି ପରେ ଛାତ୍ରଛାତ୍ରୀମାନେ ପୁଣି ବିଦ୍ୟାଳୟ ମୁହାଁ ହେବେ ଏବଂ ଶ୍ରେଣୀଗୃହରେ ପାଠପଢ଼ା ସ୍ୱାଭାବିକ ରୂପେ ଆରମ୍ଭ ହେବ।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ସ୍କୁଲ୍ ଖୋଲିବା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଯଦି କେତେକ ଜିଲ୍ଲାରେ ଗ୍ରୀଷ୍ମ … Read more

ମହିଳା ସରପଞ୍ଚଙ୍କୁ ଅତ୍ୟାଚାର ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା କଲେ ନବୀନ

ଭୁବନେଶ୍ୱର:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ମହିଳା ସରପଞ୍ଚଙ୍କୁ ସରକାରୀ କାର୍ଯ୍ୟାଳୟ ଭିତରେ ଦୁର୍ବ୍ୟବହାର କରାଯିବା ଘଟଣାକୁ ନେଇ ସେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ଏହାସହ ମହିଳାମାନଙ୍କ ସ୍ୱର ଚାପିବା ପାଇଁ ଶାସକ ଦଳ ହୀନ ପ୍ରୟାସ କରୁଥିବା ସେ ଅଭିଯୋଗ ଆଣିଛନ୍ତି ।ନବୀନ ପଟ୍ଟନାୟକ କହିଛନ୍ତି ଯେ, ଲୋକଙ୍କ ସ୍ୱର ଉଠାଇ ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କ ଉପରେ ହେଉଥିବା ଦମନଲୀଳାର ସାକ୍ଷୀ ରହୁଛି ଓଡ଼ିଶା । ମହାକାଳପଡ଼ା ଅଞ୍ଚଳର … Read more

ମହିଳା ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ:ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ୬୪ ରନରେ ପାକିସ୍ତାନକୁ ପରାସ୍ତ କରିଛି। ୧୭୧ ରନର ଟାର୍ଗେଟର ଜବାବରେ ପାକିସ୍ତାନ ୧୭ ଓଭରରେ ୧୦୬ ରନରେ ଅଲଆଉଟ୍‌ ହୋଇଯାଇଥିଲା।ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଶେଫାଳି ବର୍ମା (୬) ଓ ଜେମିମା ରୋଡ୍ରିଗ୍ସ (୧)ଙ୍କ ଉଇକେଟ ହରାଇଥିଲା। ଏଭଳି ପରିସ୍ଥିତିରେ ଅଧିନାୟିକା ହରମନପ୍ରୀତଙ୍କ ସହ ଉପ ଅଧିନାୟିକା ସ୍ମୃତି ମନ୍ଧାନା ମିଶି ଦଳୀୟ ସ୍ଥିତିରେ ସୁଧାର ଆଣିଥିଲେ। ଦୁହେଁ ତୃତୀୟ ଉଇକେଟରେ ୯୧ ରନ … Read more

ଟିଏମସିର ବିଦ୍ରୋହୀ ନେତା ମିଶିବେ ଏନ୍‌ସିପିଆଇରେ

ପଶ୍ଚିମବଙ୍ଗ:ଟିଏମସିର ବିଦ୍ରୋହୀ ଗୋଷ୍ଠୀ ନ୍ୟାସନାଲିଷ୍ଟ ସିଟିଜନ୍ସ ପାର୍ଟି ଅଫ୍ ଇଣ୍ଡିଆ(ଏନ୍‌ସିପିଆଇ)ରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଏହି ଦଳରେ ମିଶିବେ ଓ ଏନଡିଏକୁ ସମର୍ଥନ କରିବେ। ରାଜ୍ୟର ବିକାଶ ପାଇଁ କାମ କରିବେ ବୋଲି ଘୋଷଣା କରିଛନ୍ତି।ବାଚସ୍ପତିଙ୍କ ସହ ବୈଠକ ପରେ କାକୋଲି ଘୋଷ ଦସ୍ତିଦାର କହିଛନ୍ତି, ଆମେ ଟିଏମସିରୁ ନିର୍ବାଚିତ ହୋଇଥିବା ୨୦ ଜଣ ସାଂସଦ ବାଚସ୍ପତିଙ୍କୁ ଭେଟିଲୁ। ଅଲଗା ବସିବା ପାଇଁ ଅନୁରୋଧ କରି ଏକ ପତ୍ର ଦେଲୁ। ଏହି ୨୦ ଜଣ … Read more

ରଜ ପାଇଁ ସାରା ଓଡ଼ିଶା ଉତ୍ସବମୁଖର

ଭୁବନେଶ୍ୱର : ଆଜି ଓଡ଼ିଶାର ଗଣପର୍ବ ‘ରଜ’। ବଡ଼ ଧୂମଧାମରେ ଆରମ୍ଭ ହୋଇଯାଇଛି ରଜ ମଉଜ। ପ୍ରଥମ ଦିନ ଅର୍ଥାତ୍ ‘ପହିଲି ରଜ’ରେ ସାରା ଓଡ଼ିଶା ଉତ୍ସବମୁଖର। ରଜ ପର୍ବ ହେଉଛି ଧରଣୀ ମା’ଙ୍କ ଉର୍ବରତା ଏବଂ ନବଯୌବନର ପ୍ରତୀକ। ଏହି ତିନି ଦିନ ମାଟି ମା’ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଆଗାମୀ ଚାଷ ଅନୁକୂଳ ପାଇଁ ମାଟିକୁ ପ୍ରସ୍ତୁତ କରିବା ସହ ପ୍ରକୃତିକୁ ସମ୍ମାନ ଜଣାଇ ଏହି ଦିନମାନଙ୍କରେ … Read more

ରଜ ସଜବାଜରେ କିଣାକିଣିକୁ ନେଇ କଳି ସ୍ତ୍ରୀକୁ ହାଣିଲା ସ୍ବାମୀ

ଭୁବନେଶ୍ୱର:ରଜରେ କିଣାକିଣିକୁ ନେଇ କଳି ନେଲା ଉଗ୍ର ରୂପ। ମଞ୍ଚେଶ୍ବରରେ ନିଶାସକ୍ତ ଅବସ୍ଥାରେ କଟୁରୀରେ ସ୍ତ୍ରୀ କୁ ସ୍ବାମୀର ଆକ୍ରମଣ। ଆକ୍ରମଣରେ ଗୁରୁତର ମହିଳା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି lସୂଚନା ଅନୁଯାୟୀ ରଜ ପର୍ବ ପାଇଁ ନୂଆ ପୋଷାକ ଏବଂ ଅନ୍ୟାନ୍ୟ ସଜବାଜ ସାମଗ୍ରୀ କିଣାକିଣି କରିବାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା। ସ୍ୱାମୀ ଜଣକ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଥିବାରୁ ସାମାନ୍ୟ କଥାରୁ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ରାଗ … Read more