June 27, 2025 12:04 pm

୧ କୋଟି ବୀମାରାଶି ଲୋଭରେ ଚେହେରା ସହିତ ମେଳ ଖାଉଥିବା ବ୍ୟକ୍ତିଙ୍କୁ ହତ୍ୟା କରି ‘ଜିମ୍‌ ଟ୍ରେନର୍‌’ ଗିରଫ

ଚେନ୍ନାଇ: ବୀମା ଅର୍ଥ ପାଇବା ଲାଗି ନିଜ ଚେହେରା ସହିତ ମେଳ ଖାଉଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ନିଜର ମୃତ୍ୟୁ ଘଟିଛି ବୋଲି ଦର୍ଶାଇ ଥିବା ସନ୍ଦେହରେ ଜଣେ ‘ଜିମ୍‌ ଟ୍ରେନର୍‌’ଙ୍କୁ ଗିରଫ କରାଯାଇଥିବା କଥା ଚେନ୍ନାଇ ପୁଲିସ କହିଛି। ଏହି ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସନ୍ଦେହରେ ‘ଜିମ୍‌ ଟ୍ରେନର୍‌’ଙ୍କର ଆଉ ୨ଜଣ ବନ୍ଧୁଙ୍କୁ ମଧ୍ୟ ଗିରଫ କରାଯାଇଛି। ପୁଲିସ କହିଛି, ୨୦୨୩ ସେପ୍ଟେମ୍ବରରେ ଆୟନାନାବରମ୍‌ସ୍ଥିତ ୩୮ ବର୍ଷିୟ ‘ଜିମ୍‌ ଟ୍ରେନର୍‌’ ସୁରେଶ ମିଛରେ … Read more

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ  ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ଆଜି ଲୋକାର୍ପିତ ହୋଇଛି। ୨୭୨୩ କୋଟି ଟଙ୍କା ବ୍ୟରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। । ଏତଦବ୍ୟତୀତ  ସେ ଜିଲ୍ଲାରେ ୩୦୫ କୋଟିର ୬୯ଟି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି।  ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ସମ୍ବଲପୁରୀ ଭାଷାରେ ନବୀନ କହିଥିଲେ, ନୂଆବର୍ଷରେ ବଲାଙ୍ଗୀର ଜିଲ୍ଲାରୁ ମୋର ପ୍ରଥମ ଜିଲ୍ଲା ଗସ୍ତ ଆରମ୍ଭ … Read more

ଅସାମରେ ବନ୍ଦ ହେବ ୧୦୦୦ ରୁ ଊର୍ଦ୍ଧ୍ଵ  ବେସରକାରୀ ମଦ୍ରାସା

ଗୌହାଟୀ: ଆସାମର 1000 ରୁ ଅଧିକ ବେସରକାରୀ ମଦ୍ରାସା ବନ୍ଦ ହେବାକୁ ଯାଉଛି।  ଦୈନିକ ଇଂଗ୍ଲିଶ ଖବର କାଗଜ  ‘ଦି  ଷ୍ଟେଟସମ୍ୟାନ’ ଖବର ଅନୁସାରେ    ମୁଖ୍ୟମନ୍ତ୍ରୀ ହିମନ୍ତ  ବିଶ୍ଵଶର୍ମା  ଏହା ଘୋଷଣା କରିଛନ୍ତି। ଆସାମ ସରକାର ଏହି ବେସରକାରୀ ଧାର୍ମିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାଧାରଣ ବିଦ୍ୟାଳୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଭାରତୀୟ ସମ୍ବିଧାନ  ଦ୍ଵାରା ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଅନୁଷ୍ଠାନଗୁଡିକୁ ଦିଆଯାଇଥିବା ସୁରକ୍ଷାକୁ ଦୃଷ୍ଟିରେ ରଖି ଆସାମ ସରକାର ସେଗୁଡିକର  ବନ୍ଦ ଏବଂ ପରବର୍ତ୍ତୀ ପରିବର୍ତ୍ତନ … Read more

ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ  ବେଞ୍ଚ ଅନାବଶ୍ୟକ: କେନ୍ଦ୍ର ଆଇନ ମନ୍ତ୍ରୀ 

ଦିଲ୍ଲୀ: ପଶ୍ଚିମ ଓଡିଶାର ଲୋକମାନେ ଏକ ସମୟରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରୁଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଙ୍ଗଳବାର ଦିନ କହିଛନ୍ତି ଯେ ପଶ୍ଚିମ ଓଡିଶାରେ ଏଭଳି ବେଞ୍ଚ ଅନାବଶ୍ୟକ। ମେଘୱାଲ ଗୁରୁତ୍ୱାରୋପ କରିଛନ୍ତି ଯେ ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ,  ପ୍ରଧାନ ବିଚାରପତି ଏବଂ ପରବର୍ତୀ ସମୟରେ ଭାରତର ପ୍ରଧାନ ବିଚାରପତିଙ୍କ ସୁପାରିଶ ଆବଶ୍ୟକ। ଇ-କୋର୍ଟ ପ୍ରକଳ୍ପରେ ଚାଲିଥିବା … Read more

କେତେ ଧନୀ ରୋହିତ ଶର୍ମା, ବର୍ଷକୁ ଆୟ ୩୦କୋଟି 

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା ଜାତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା କିଛି ଦିନ ହେବ ବିଭିନ୍ନ କାରଣକୁ ନେଇ ବିବାଦ ଓ ଚର୍ଚ୍ଚାରେ ରହିଛନ୍ତି। ଭାରତ ବିଶ୍ବକପ ହାରିବା ପରେ ରୋହିତଙ୍କ ଅଧିନାୟକତ୍ବକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସରେ ତାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯିବା ନେଇ ବିବାଦ ‌ହୋଇଥିଲା। ୨୦୨୩ରେ ଅନେକ କାରଣ ପାଇଁ ଚର୍ଚ୍ଚାକୁ ଆସିଥିବା ରୋହିତଙ୍କ ମୋଟ ସମ୍ପତ୍ତି କେତେ ଆପଣ ଜାଣନ୍ତି କି? … Read more

କଂଗ୍ରେସରେ ଯୋଗଦେବେ ଜଗନଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା 

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା ଜାନୁଆରି ୪ ତାରିଖରେ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି। ୱାଇଏସ୍‌ ଶର୍ମିଲା ଏବେ ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ଅଛନ୍ତି। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଏହାର କିଛି ଦିନ ପରେ ରାଜ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଗୁରୁତ୍ବ ଶେଷ ହୋଇଛି। ଏହାରି ମଧ୍ୟରେ ୱାଇଏସ୍‌ ଶର୍ମିଲା ଆଜି ସକାଳ ୧୧ଟାରେ ଦଳର ସମସ୍ତ ନେତାଙ୍କ … Read more

ଟୋକିଓ ଏୟାରପୋର୍ଟରେ ଦୁର୍ଘଟଣା : ରନୱେ ରେ ଜଳିଗଲା ବିମାନ

ବିମାନଟି ଏକ ତଟରକ୍ଷୀ ବାହିନୀ ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା ଟୋକିଓ : ଜାପାନରେ ଅବତରଣ ସମୟରେ ଏକ ବିମାନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଟୋକିଓ ବିମାନ ବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ଜାପାନ ନ୍ୟୁଜ୍ ଏଜେନ୍ସି ଏନଏଚକେ ଏହି ଦୁର୍ଘଟଣା ସମ୍ପର୍କରେ ବଡ଼ ସୂଚନା ଦେଇଛି।  ଏନଏଚକେ ସାମ୍ବାଦିକଙ୍କ କହିବାନୁସାରେ, ବିମାନଟି ଏକ ତଟରକ୍ଷୀ ବାହିନୀ ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା।  … Read more

ଭୁବନେଶ୍ଵର ମେଟ୍ରୋରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍‌ର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ। ପରିବହନ କ୍ଷେତ୍ରରେ ଆସିବ ବଡ ରୂପାନ୍ତରଣ। ସେ କହିଥିଲେ ଯେ ମେଟ୍ରୋ ରେଲ୍‌ପାଇଁ ମୁଁ ଯେଉଁ ପ୍ରତିଶୃତି ଦେଇଥିଲି, ତାହା ଆଜି ପାଳନ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ … Read more

ନୋବେଲ ବିଜେତା ଅର୍ଥନୀତିଜ୍ଞ ଡକ୍ଟର ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡ

ଢାକା: ବାଂଲାଦେଶର ନୋବେଲ ବିଜେତା ଅର୍ଥନୀତିଜ୍ଞ ଡକ୍ଟର ମହମ୍ମଦ ୟୁନୁସଙ୍କୁ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ସୋମବାର ଏକ ଅଦାଲତ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୮୩ ବର୍ଷୀୟ ଅର୍ଥନୀତିଜ୍ଞ ୨୦୦୬ ମସିହାରେ ଦାରିଦ୍ର୍ୟ ବିରୋଧୀ ଅଭିଯାନ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ ଏବଂ ୧୯୮୩ ମସିହାରେ ପ୍ରତିଷ୍ଠା କରିଥିବା ତାଙ୍କ ଗ୍ରାମୀଣ ବ୍ୟାଙ୍କ ଜରିଆରେ ବାଂଲାଦେଶକୁ ମାଇକ୍ରୋକ୍ରେଡିଟ୍‌ର ଘର ଭାବେ ଖ୍ୟାତି ଅର୍ଜନ କରିଥିଲେ।ୟୁନୁସ୍‌ ଏବଂ ଗ୍ରାମୀଣ ଟେଲିକମ୍‌ରେ ତାଙ୍କର ତିନି ଜଣ ସହଯୋଗୀ … Read more

ସୁଶୀଳା ଦେବୀ ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ନୂଆ କ୍ୟାମ୍ପସ ଉଦଘାଟିତ

ବ୍ରହ୍ମପୁର: ସୁଶୀଳା ଦେବୀ ସ୍ଵାସ୍ଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ନୂତନ ଭାବେ ନିର୍ମିତ କ୍ୟାମ୍ପସ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭାବି ନାରାୟଣପୁର ଗ୍ରାମରେ ରବିବାର ଦିନ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନ ର ନିର୍ଦ୍ଦେଶକ ପ୍ରଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବ କୁ ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ ଯୋଗ ଦେଇ ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ … Read more