June 27, 2025 5:07 pm

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ୟ ଜାନୁଆରି ୮ରେ,ନିୟୋଜିତ ‌ହେବେ ୩୨ ଟିମ୍‌

ଭୁବନେଶ୍ଵର: ଆସନ୍ତାକାଲି, ଜାନୁଆରି ୮ ତାରିଖ ଠାରୁ ସମ୍ବଲପୁର ଜିଲ୍ଲାରେ ଥିବା ପ୍ରସିଦ୍ଧ ନଦୀବନ୍ଧ ‘ହରାକୁଦ ଜଳଭଣ୍ଡାର’ରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ। ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ୩୨ଟିମ୍‌ ନିୟୋଜିତ ହୋଇ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣିବେ। ଏଥିରେ ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ହେବେ ସାମିଲ। ସୂଚନାଯୋଗ୍ୟ ଚଳିତ ବର୍ଷ ଓଡ଼ିଶାର ବୃହତ୍‌ ଜଳରାଶିରେ ବିଦେଶୀ ପକ୍ଷୀମାନଙ୍କର ଆଗମନ ପୂର୍ବ ବର୍ଷ … Read more

୧ କୋଟି  ଟଙ୍କା ଠକେଇ ମାମଲାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ଗିରଫ

ଭୁବନେଶ୍ଵର: କୋଟିଏ ଟଙ୍କାର ଠକେଇ ଘଟଣାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ । ବିଲଡର କଳିଙ୍ଗ କେଶରୀ ରଥଙ୍କ ଅଭିଯୋଗ କ୍ରମେ ଓ୍ୱେବପୋର୍ଟାଲ ରିପୋଟର୍ସ ଟୁଡେ ଓ ଖବର କାଗଜ ମହାଭାରତର ମାଲିକ ସୁରଜିତ ଧଳଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ସାମ୍ବାଦିକ ସୁଜିତ ଧଳ ବିଲଡର କଳିଙ୍ଗ କେଶରୀ ରଥଙ୍କୁ ବିଭିନ୍ନ ପ୍ରକଳ୍ପର ଅନୁମୋଦନ ପାଇଁ ବିଡିଏର ଅନୁମତି କରାଇଦେବାକୁ ପ୍ରଲୋଭନ ଦେଇଥିଲେ ।  ବଡ଼ ଲୋକଙ୍କ … Read more

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଜାନୁଆରୀ ୧୭  ଯାଏଁ ସାରା ଓଡିଶାରେ  ବୁଲିବ ପରିକ୍ରମା ରଥ, ଗୁଆ ଚାଉଳ ଦେଉଛନ୍ତି ଭକ୍ତଗଣ 

ଭୁବନେଶ୍ଵର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ  ମାତ୍ର କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ସ୍ଥଳେ ପ୍ରତିଟି ଗାଁ ବୁଲି ଗୁଆ, ଚାଉଳ ସଂଗ୍ରହ ନିଷ୍ପତ୍ତିର  ଆଜିଠୁ ଶୁଭାରମ୍ଭ ହୋଇଛି  ।  ପରିକ୍ରମା ରଥ ସବୁସ୍ଥାନ ପରିଭ୍ରମଣ କରୁଛି । ଆସନ୍ତା ଜାନୁଆରୀ ୧୭ ତାରିଖ ଯାଏଁ ଗାଁରୁ ସହର ସବୁଜାଗାରେ ବୁଲିବ ଜଗନ୍ନାଥ ରଥ । ଓଡିଆ ପ୍ରାଣର ଠାକୁର କାଳିଆ ସାଆଁନ୍ତଙ୍କ ପବିତ୍ର କାର୍ଯ୍ୟରେ ସାମିଲ ପାଇଁ ପ୍ରତିଟି ଓଡ଼ିଆଙ୍କ ମନରେ … Read more

କୋଟି କୋଟି ଟଙ୍କା ନେଇ ଚିଟଫଣ୍ଡ କମ୍ପାନୀ ଫେରାର 

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ସୋର ଅଞ୍ଚଳରେ ଗଢ଼ି ଉଠିଥିବା ଦୁଇଟି ସଂସ୍ଥା ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କଠୁ ପ୍ରାୟ ୨୦୦ କୋଟି ଟଙ୍କା କରି ଛୁ ମାରିଥିବା ଅଭିଯୋଗ ହୋଇଛି। ଗୋଟିଏ ସଂସ୍ଥା ମାସେ ତଳେ ଉଭାନ୍‌ ହୋଇଯାଇଥିବା ବେଳେ ଅନ୍ୟ ସଂସ୍ଥାଟି ୩ ଦିନ ତଳେ ଗାଏବ୍‌ ହୋଇଯାଇଛି। ସୂଚନା ଅନୁସାରେ; ବାଲେଶ୍ଵରରେ ଅନେକ ଛୋଟବଡ଼ ଅର୍ଥଲଗାଣକାରୀ ଚିଟ୍‌ଫଣ୍ଡ ସଂସ୍ଥା ଖୋଲିଥିଲା। ଯେଉଁ ସାଂସ୍ଥାଗୁଡ଼ିକ ଆଶାତୀତ ସୁଧର ଲୋଭ ଦେଖାଇ ଜିଲ୍ଲାର ଲୋକମାନଙ୍କଠାରୁ ଶହ … Read more

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଲୋକେ ପେଟ୍ରୋଲ ଡିଜେଲ ପାଇଁ ଛାନିଆ

ଭୁବନେଶ୍ଵର: ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକେ ଆତଙ୍କିତ ଥିବା ଯୋଗୁଁ ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି। ସେହିଭଳି ଆନ୍ଦୋଳନ ଯୋଗୁଁ ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫ ପ୍ରତିଶତ କମିଛି। କାଲି ମାତ୍ର ୨୫ % ଗାଡ଼ିରେ ତେଲ … Read more

ଆସିଲା ୨୦୨୪ ଭୋଟର ତାଲିକା,ରାଜ୍ୟରେ ୩ କୋଟି ୩୨ ଲକ୍ଷ ଭୋଟର

ଭୁବନେଶ୍ୱର:  ୨୦୨୪ ଭୋଟର ତାଲିକା ସରକାର ପ୍ରକାଶ କରିଛନ୍ତି। ଓଡ଼ିଶାରେ ଏଥର ଭୋଟ ଦେବେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଲୋକ । ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଏକ ପ୍ରେସ୍ ମିଟରେ ୨୦୨୪ ଭୋଟର ତାଲିକା ଜାରି କରିଛନ୍ତି । ତାଲିକାରେ ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ … Read more

ଆଲ୍ଲୁ ଅର୍ଜୁନଙ୍କ ବ୍ୟକ୍ତିଗତଜେଟର  ମୂଲ୍ୟ ୮୦ କୋଟି ଟଙ୍କା! 

ହାଇଦ୍ରାବାଦ: ଶ୍ରେଷ୍ଠ ଆକ୍ଟର  ଜାତୀୟ ପୁରସ୍କାର ଜିତିବାରେ ପ୍ରଥମ ତେଲୁଗୁ ଅଭିନେତା ହେବା ପରେ ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ପ୍ରଶଂସା ଏବଂ ଭଲପାଇବା ସାଉଁଟୁଛନ୍ତି। ଅଭିନେତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା-୨’ର ମୁକ୍ତିଲାଭକୁ ଅପେକ୍ଷା କରିଥିବା ବେଳେ ଏବେ ତାଙ୍କର ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତା କିଭଳି ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି, ଫିଲ୍ମ ଓ ବ୍ୟବସାୟରୁ କେତେ ଟଙ୍କା ଆୟ କରୁଛନ୍ତି ଓ କେଉଁ ସ୍ଥାନରେ ତାଙ୍କର କ‌େତେ ସମ୍ପତ୍ତି … Read more

ଧୋନୀଙ୍କୁ ଠକିଲେ ପୂର୍ବତନ ବ୍ୟବସାୟିକ ସହଯୋଗୀ, ଧୋନୀ କଲେ  କେସ 

ରାଞ୍ଚି: ପୂର୍ବ ବିଜନେସ ପାର୍ଟନରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କଲେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଧୋନି ତାଙ୍କ ବିରୋଧରେ ୧୫କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଥିବା ଜଣାପଡ଼ିଛି। ୨୦୧୭ରେ ହୋଇଥିବା ବ୍ୟବସାୟିକ ଚୁକ୍ତିକୁ ନେଇ ରାଞ୍ଚି କୋର୍ଟରେ ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡର ମିହିର ଦିବାକର ଏବଂ ସୌମ୍ୟା ବିଶ୍ୱାସଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ଧୋନିଙ୍କ ଅଭିଯୋଗ ମୁତାବକ, ମିହିର ଦିବାକର କ୍ରିକେଟରଙ୍କ ନାମରେ ଭାରତ ତଥା … Read more

କର୍ତବ୍ୟ ପଥରେ ଏଥର ଗଡିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ/ଭୁବନେଶ୍ଵର: କର୍ତବ୍ୟ ପଥରେ ଏଥର ଗଡିବା ଓଡ଼ିଶା ପ୍ରଜ୍ଞାପନ ମେଢ଼। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର (ସାଧାରଣତନ୍ତ୍ର) ଦିବସ‌ ପରେଡ୍‌ରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମାଧ୍ୟମରେ କର୍ତ୍ତବ୍ୟପଥରେ ଦର୍ଶକମାନେ ଓଡ଼ିଶାର କଳାକୁ ଆଖି ଆଗରେ ଦେଖିବାର ସୁଯୋଗ ପାଇପାରିବେ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଦିନ ଚିଠି ଜାରି … Read more

ପେଟ୍ରୋଲ୍‌, ଡିଜେଲ୍‌ ଦାମ୍ କମାଇବାର ଯୋଜନା ନାହିଁ: ହରଦୀପ ପୁରି

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍‌ ମୂଲ୍ୟରେ ଆଗାମୀ ଦିନରେ କୌଣସି ହ୍ରାସ ହେବ ନାହିଁ। ଦୀର୍ଘ ୨୦ ମାସ ଧରି ଏହା ଅପରିବର୍ତ୍ତିତ ରହିଛି। ବିଶ୍ଵ ବଜାରରେ ଅଶୋଧିତ ତେଲ ଦାମ୍ କମିବା ଏବଂ ବିକ୍ରିରେ କଂପାନିଗୁଡ଼ିକ ଲାଭ କରୁଥିବା ସ୍ଥଳେ ସାଧାରଣ ଖାଉଟିଙ୍କ ଲାଗି ପୂର୍ବ ଦର ବଳବତ୍ତର ରହିଛି। ତେଲ ଦାମ୍ କମ୍ କରିବାର କୌଣସି ଯୋଜନା ନାହିଁ ବୋଲି ଆଜି ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଗଣମାଧ୍ୟମରେ ଯେଉଁ ରିପୋର୍ଟ … Read more