ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ଘଟଣାରେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସିଭିଲ ଲାଇନ୍ସ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଜନଶୁଣାଣି କରୁଥିଲା ବେଳେ, ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଖବର ମିଳିଛି ଯେ ଜନଶୁଣାଣି ସମୟରେ, ଜଣେ ୪୧ ବର୍ଷୀୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ତାଙ୍କ ଅଭିଯୋଗ ନେଇ ପହଞ୍ଚିଥିଲେ, କିନ୍ତୁ ହଠାତ୍‌ ସେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିଲେ। ଆକ୍ରମଣକାରୀଙ୍କ ହାତରେ କିଛି … Read more

ନାବାଳିକାଙ୍କୁ ବିବାହ ଓ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ

ଜଗତସିଂହପୁର: ପୋଲିସ ଏସ୍ଆଇ ଅମିତ ପାଢ଼ୀକୁ ରାଜ୍ୟ ବାହାରୁ ଗିରଫ କରାଯାଇଛି । ଜଗତସିଂହପୁର ପୋଲିସର ସ୍ଵତନ୍ତ୍ର ୪ ଜଣିଆ ଟିମ୍‌ ଗିରଫ କରିଥିବା ଖବର ମିଳିଛି । ନାବାଳିକାଙ୍କୁ ବିବାହ ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇଛନ୍ତି ଏସଆଇ ଅମିତ ପାଢ଼ୀ । ସେ ୪ ମାସ ହେଲା ଫେରାର ଥିଲେ । ତେବେ ଅଭିଯୁକ୍ତ ଏସଆଇକୁ କେଉଁଠୁ ଗିରଫ କରାଯାଇଛି ତାର ସୂଚନା ଦିଆଯାଇ ନାହିଁ।ଖବର ଅନୁଯାଇ, ଫେସ୍‌ବୁକ୍‌ … Read more

ଅନଲାଇନ ଗେମିଂ ଆପ ଉପରେ ଲାଗିବ ରୋକ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଡିଜିଟାଲ ଗେମିଂ ସେକ୍ଟର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓ ଅନଲାଇନ ବେଟିଂ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ସରକାର ଏହି ବିଲ ଆଣିବେ। ଏହି ବିଲ ଅଧୀନରେ ସମସ୍ତ ଟଙ୍କା ଲଗାଣକାରୀ ଗେମିଂ ନେଣଦେଣ ଉପରେ ରୋକ ଲାଗିବ। ଅର୍ଥାତ ଗେମିଂ ଆପ ଜରିଆରେ କେହି ବି ଟଙ୍କା ଉଠାଇ ପାରିବେ ନାହିଁ କିମ୍ବା ଲଗାଇ ପାରିବେ ନାହିଁ। ପ୍ରସ୍ତାବିତ ରେଗୁଲେସନ ଆଣ୍ଡ ପ୍ରମୋସନ ଅଫ … Read more

ମିସ୍ ୟୁନିଭର୍ସ ଇଣ୍ଡିଆ ହେଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ପାଇଁ ସାରା ଦେଶରୁ ୪୮ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ପରେ, ରାଜସ୍ଥାନର ମନିକା ବିଶ୍ୱକର୍ମା ବିଜୟୀ ହୋଇ ଭାରତ ପାଇଁ ଗର୍ବ ଆଣିଛନ୍ତି । ଏହା ସହ ଉତ୍ତରପ୍ରଦେଶର ତାନ୍ୟା ଶର୍ମା ପ୍ରଥମ ରନର୍ସ ଅପ୍, ହରିୟାଣାର ମେହକ ଢ଼ିଙ୍ଗରା ଦ୍ୱିତୀୟ ରନର୍ସ ଅପ୍ ଏବଂ ଅମିଶୀ କୌଶିକ ତୃତୀୟ ରନର୍ସ ଅପ୍ । ରାଜସ୍ଥାନର ଜୟପୁରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ … Read more

ଟ୍ରେନରେ ଅଧିକ ଲଗେଜ ନେଲେ ପଡିପାରେ ଜୋରିମାନା

ନୂଆଦିଲ୍ଲୀ: ଯାତ୍ରୀଙ୍କ ପାଇଁ କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଲୱେ । ଟ୍ରେନରେ ମନଇଚ୍ଛା ଲଗେଜ ନେଇପାରିବେନି ଯାତ୍ରୀ। ବ୍ୟାଗର ଓଜନ ଅଧିକ ହେଲେ ମଧ୍ୟ ଦେବାକୁ ପଡିବ ଜୋରିମାନା। ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପରି ହେବ ଟ୍ରେନରେ ମଧ୍ୟ ସମାନ ନିୟମ ଲାଗୁ । ଏବେ ଯାତ୍ରୀମାନେ କେବଳ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଟ୍ରେନରେ ଯାତ୍ରା କରିବା ସମୟରେ ଲଗେଜ ବହନ କରିପାରିବେ। ଦେଶର କିଛି ପ୍ରମୁଖ ରେଳ ଷ୍ଟେସନରେ … Read more

ଶିଶୁ ବାଟିକା ପିଲାଙ୍କୁ ଦିଆଯିବ ମାଗଣା ୟୁନିଫର୍ମ,ଆସିଛି ଗଣଶିକ୍ଷା ବିଭାଗକୁ ଚିଠି

ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ପିଲାଙ୍କ ଭଳି ଶିଶୁବାଟିକା ପିଲାଙ୍କୁ ମଧ୍ୟ ମିଳିବ ୟୁନିଫର୍ମ । ସେମାନେ ମଧ୍ୟ ପିନ୍ଧିବେ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ବି ଦିଆଯିବ । ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ମିଳିବ । ଏସବୁ ବଣ୍ଟନ ପାଇଁ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ୧ ହଜାର ଟଙ୍କା ପାଣ୍ଠି ଆବଶ୍ୟକ । … Read more

ଓଡିଶାକୁ ହୋଇପାରେ ପୋସ୍କୋର ଲେଉଟାଣି

କେନ୍ଦୁଝର: ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ପୋସ୍କୋ କେନ୍ଦୁଝର ଜିଲ୍ଲାରେ ଷ୍ଟିଲପ୍ଲାଣ୍ଟ କରିପାରନ୍ତି। ଭାରତରେ, ସମ୍ଭବତଃ ଓଡ଼ିଶାରେ ଏକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ଲାଣ୍ଟ ବସାଇବାକୁ ଜେଏସ୍ଡବ୍ଲୁ ଷ୍ଟିଲ୍ ଓ ପୋସ୍କୋ ଗ୍ରୁପ୍ ଚୁକ୍ତିବଦ୍ଧ ହୋଇଥିବା ଖବର ସାମ୍ନାକୁ ଆସିଥିବା ନେଇ ଶିଳ୍ପମନ୍ତ୍ରୀଙ୍କ ଏଇ ଇଙ୍ଗିତ ପରେ ରାଜ୍ୟକୁ ପୁଣିଥରେ ପୋସ୍କୋ ଫେରିବା ସମ୍ଭାବନାକୁ ଅଧିକ ଉଜ୍ଜିବୀତ କରିଛି । ଗତକାଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଦିନିକିଆ ଅନୁଗୁଳ ଗସ୍ତରେ ଆସି … Read more

ନିଯୁକ୍ତ ହେବେ ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ୱ ପାରାମେଡିକାଲ୍‌ ଷ୍ଟାଫ୍‌

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷକତାରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ ଖାଲି ଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବୀ ପୂରଣ ସହ ଆଦିବାସୀ ଅଧୁଷିତ ଅଞ୍ଚଳରେ ଅଧିକ ଡାକ୍ତର ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ମେଡିକାଲ ଅଫିସରଙ୍କ ନିଯୁକ୍ତି ପାଇଁ … Read more

ସେପ୍ଟମ୍ବରରୁ ଓଡ଼ିଶାରେ ଭୋଟର ତାଲିକାର SIR

ଭୁବନେଶ୍ୱର: ଓଡ଼ିଶାରେ ସେପ୍ଟମ୍ବରରୁ ଆରମ୍ଭ ହେବ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟା। ଏଥିପାଇଁ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ଆର ଗୋପାଲନ।ଏହି ସଂଶୋଧନ ପ୍ରାୟ ୨୪ ବର୍ଷ ପରେ ହେବାକୁ ଯାଉଛି। ଶେଷଥର ପାଇଁ ୨୦୦୨ ମସିହାରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା। ସେହିଭଳି ରାଜ୍ୟ ନିର୍ବାଚନ ଅଧିକାରୀ ଆର ଗୋପାଲନ, ବିରୋଧୀ ଦଳ ପକ୍ଷରୁ ଭୋଟ ଚୋରି ଏବଂ ଏପିକ୍ ନମ୍ବରକୁ ନେଇ ଆସିଥିବା ଅଭିଯୋଗ ଉପରେ ସ୍ପଷ୍ଠୀ କାରଣ ରଖିଛନ୍ତି। … Read more

ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର:-ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରସ୍ତାବ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର କୃଷି ବିଶ୍ୱ ବିଦ୍ୟାଳୟ ଅଧିନିୟମ, ୧୯୯୨ ଅନୁଯାୟୀ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇଛି । କୃଷି ଓ ଆନୁଷଙ୍ଗିକ ବିଜ୍ଞାନରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ସ୍ନାତକ ଓ ସ୍ନାତକୋତ୍ତର … Read more