କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ଏବିଭିପିର ଧାରଣା; ଶପଥ ଗ୍ରହଣ ଉତ୍ସବ ସ୍ଥଗିତ

କେନ୍ଦ୍ରାପଡ଼ା: ଭୋଟ ପୁନଃ ଗଣନା ଦାବି ପାଇଁ ଦାବି କରି କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜ ଆଗରେ ଏବିଭିପିର ଛାତ୍ରଛାତ୍ରୀଙ୍କ ଧାରଣା । ଫଳରେ ନବନିର୍ବାଚିତ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ଏହି ଶପଥ ଗ୍ରହଣ ଉତ୍ସବ ସ୍ଥଗିତ ସମ୍ପର୍କରେ ଘୋଷଣା କରିଛନ୍ତି। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ … Read more

ନବୀନ ପଟ୍ଟନାୟକ ଙ୍କ ଦୀର୍ଘାୟୁ କାମନା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଜେଡି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ। ଓଡ଼ିଶା ରାଜନୀତିରେ ଲଗାତାର ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ । ଆଜି ତାଙ୍କ ଜନ୍ମଦିନରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ନେଇ ଅନେକ ବିଜେଡି ନେତା ତଥା ଅନ୍ୟ ଦଳର ବିଶିଷ୍ଟ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ସୁଖମୟ ଜୀବନ କାମନା … Read more

ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ :ବିଜୟୀ ପ୍ରାର୍ଥୀଙ୍କ ଜୋରଦାର ସେଲିବ୍ରେସନ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସିଛି l ବାଣୀବିହାର ରେ କଡ଼ା ମୁକାବିଳା ମଧ୍ୟରେ ଏବିଭିପି ସଭାପତି ପଦ ହାତେଇଛି। ବିସିଜେଡି ଏବଂ NSUI ମଧ୍ୟ ବିଭିନ୍ନ ପଦପଦବୀ ହାତେଇବାରେ ସଫଳ ହୋଇଛି।ରମାଦେବୀ ବିଶ୍ୱବିଦ୍ୟାଳୟରେ BCJD ବାଜିମାତ୍‌ କରିଛି। ସଭାପତି ପ୍ରାର୍ଥୀ ଭାବେ ସୋନାଲି ବେହେରା ବିପୁଳ ବିଜୟ ହାସଲ କରିଛନ୍ତି। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ABVP ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ର ବିଜୟୀ ହୋଇଥିବା ବେଳେ ରାଜଧାନୀ କଲେଜରେ ABVP ପ୍ରାର୍ଥୀ … Read more

ବିଧାୟକ-ସାଂସଦମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ୧୪ଟି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ପୂର୍ବତନ ଓ ବର୍ତ୍ତମାନର ବିଧାୟକ-ସାଂସଦମାନଙ୍କ ବିରୋଧରେ ବର୍ଷବର୍ଷ ଧରି ପଡ଼ିରହିଥିବା ଅପରାଧ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଲୋକପ୍ରତିନିଧି(ବିଧାୟକ-ସାଂସଦ)ମାନଙ୍କ ସହ ଜଡ଼ିତ ମାମଲାର ବିଚାର ପ୍ରକ୍ରିୟାକୁ ତ୍ୱରିତ୍ ଶୁଣାଣି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୧୪ଟି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ଜିଲ୍ଲା ଜଜ୍ କ୍ୟାଡ଼ରର ୩ଟି ଦୌରାଜଜ୍ ଅଦାଲତ ଓ ସିଭିଲ୍ ଜଜ୍ କ୍ୟାଡ଼ରର ୧୧ଟି ମାଜିଷ୍ଟ୍ରେଟ୍ ଅଦାଲତ ସାମିଲ ରହିଛି। ଏହି କୋର୍ଟ … Read more

ଯନ୍ତର ମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଇବାକୁ ନେଇ ମାମଲା ରୁଜୁ :କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଯନ୍ତରମନ୍ତରକୁ ନେଇ ଆଇନଗତ ଲଢ଼େଇ ତୀବ୍ର ହୋଇଛି। ଦିଲ୍ଲୀ ପୁଲିସର ପ୍ରତିବାଦ ସ୍ଥଳ ତାଲିକାରୁ ଯନ୍ତରମନ୍ତରକୁ ହଟାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି ଏବଂ କେନ୍ଦ୍ର ଏବଂ ଦିଲ୍ଲୀ ପୁଲିସଠାରୁ ଜବାବ ମାଗିଛନ୍ତି। ମୁଖ୍ୟ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଏହି ନୋଟିସ୍ ଜାରି କରିଛନ୍ତି। ଶୁଣାଣି ସମୟରେ, ଜଷ୍ଟିସ୍ ବାଗଚି … Read more

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧୦ରୁ ଅଧିକ ଗୁରୁତର

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ଛତ୍ରପୁର ଅଭିମୁଖେ ଯାଉଥିବା ଏକ କାର୍ ସାମ୍ନାରେ ଥିବା ଟ୍ରକ୍‌କୁ ଧକ୍କା ଦେବା ପରେ ଦୁଇଟିଯାକ ଗାଡ଼ି ନିୟନ୍ତ୍ରଣ ହରାଇ କେତେକ ମୋଟରସାଇକେଲ୍ ଓ ସାଇକେଲ୍ ଉପରେ ଚଢ଼ି ଯାଇଥିଲା । ଫଳରେ ଗାଡ଼ିଗୁଡ଼ିକ ଚାପି ହୋଇ ଘଟଣାସ୍ଥଳରେ ବ୍ୟାପକ କ୍ଷତିଘଟିଛି। ଏହି ଦୁର୍ଘଟଣାରେ ଛତ୍ରପୁର ଟ୍ରେଜେରୀ କାର୍ଯ୍ୟାଳୟର କର୍ମଚାରୀ ରୋଜାଲିନ୍ ମିଶ୍ରଙ୍କର ମୃତ୍ୟୁ ଘଟିଛି। ଏହାସହିତ ସେହି କାର୍ଯ୍ୟାଳୟର ଅନ୍ୟ … Read more

ରମାଦେବୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା, ଇପସିତାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ମାହୋଲ ମଧ୍ୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମ୍ନାରେ ଦେଖାଦେଇଛି ପ୍ରବଳ ହଙ୍ଗାମା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିସିଜେଡି (BCJD) ସଭାନେତ୍ରୀ ଇପସିତା ସାହୁଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଛି। ସୂଚନାନୁଯାୟୀ, ଇପସିତା ସାହୁଙ୍କ ନାମରେ ସହିଦନଗର ଥାନାରେ ଏକ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ପୋଲିସ ତାଙ୍କୁ କାବୁ କରି ନେଇଥିବା ଜଣାପଡ଼ିଛି। ତେବେ ତାଙ୍କ ବିରୋଧରେ କେଉଁ ନିର୍ଦ୍ଦିଷ୍ଟ ମାମଲାରେ ଏହି ଅଭିଯୋଗ ହୋଇଛି, ସେ … Read more

ସ୍କୁଲ ଛାତ ଭୁଶୁଡ଼ି ୨୧ ଶିଶୁ ଓ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନ୍‌ଖ୍ୱା ପ୍ରଦେଶର ରାଜଧାନୀ ପେଶାୱରରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ୨୧ ଜଣ ଶିଶୁ ଏବଂ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ସମସ୍ତ ଶିଶୁଙ୍କ ବୟସ ୧୩ ବର୍ଷରୁ କମ୍ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନ୍ୟ ୨୫ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ପେଶାୱରର ଦିର୍ କଲୋନୀସ୍ଥିତ ଏକ ବିଦ୍ୟାଳୟରେ ଶ୍ରେଣୀଗୃହ ଚାଲିଥିବା ସମୟରେ ହଠାତ୍ ଛାତଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଅନେକ … Read more

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮ ଗବେଷକ ସ୍ଥାନିତ

ଭୁବନେଶ୍ୱର: ଆମେରିକାର ସମ୍ମାନଜନକ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନେଦରଲାଣ୍ଡର ପ୍ରମୁଖ ଶିକ୍ଷା ଓ ଗବେଷଣା ପ୍ରକାଶନ ସଂସ୍ଥା ଏଲସେଭିୟର ପକ୍ଷରୁ ପ୍ରକାଶିତ ୨୦୨୬ ମସିହାର ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ୩୮ ଜଣ ଗବେଷକ ସ୍ଥାନ ପାଇଛନ୍ତି । ଷ୍ଟାନଫୋର୍ଡର ଏହି ତାଲିକାରେ ଗବେଷକମାନଙ୍କୁ ଦୁଇଟି ବର୍ଗରେ ସ୍ଥାନିତ କରାଯାଇଛି । ଗୋଟିଏ କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଲିଷ୍ଟ (ସାମଗ୍ରିକ ଗବେଷଣା ଜୀବନର ପ୍ରଭାବ) ଏବଂ ଅନ୍ୟଟି ହେଉଛି … Read more

ବିଡିଏର ୧୫୩ତମ ବୋର୍ଡ ବୈଠକ ଅନୁଷ୍ଠିତ :ରାଜଧାନୀ ପାଇଁ BDA ର ମେଗା ପ୍ଲାନିଂ

ଭୁବନେଶ୍ୱର: ବିଡିଏର ୧୫୩ତମ ବୋର୍ଡ ବୈଠକ ପରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଦୀର୍ଘବର୍ଷ ଧରି ଅବହେଳିତ ଓ ବିଧ୍ୱଂସ୍ତ ଅବସ୍ଥାରେ ପଡ଼ିରହିଥିବା ରାଜଧାନୀର ସବୁଠୁ ଲୋକପ୍ରିୟ ନିକୋ ପାର୍କର ପୁନରୁଦ୍ଧାର ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି । ବିଡିଏର ଏହି ପାର୍କର ନବୀକରଣ କାମକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ଓ ପ୍ରଶାସନିକ ମଞ୍ଜୁରୀ ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ। ପାର୍କ ଦେଇ ଯାଉଥିବା ନାଳ ପାଣିକୁ ଆଧୁନିକ … Read more