April 12, 2026 1:45 pm

ମା ହିଙ୍ଗୁଳାଙ୍କ ମନ୍ଦିରରେ ସ୍ଵଚ୍ଛତା ଅଭିଯାନରେ ଶ୍ରମଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ଅନୁଗୁଳ : ରବିବାର ଦିନ ମାଆ ହିଙ୍ଗୁଳାଙ୍କ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମରେ ପତ୍ନୀଙ୍କ ସହ ଶ୍ରମଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ଆଠମଲ୍ଲିକରେ ଜଂଘା ବଳଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। ପୁନଶ୍ଚ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଛେଣ୍ଡିପଦା ସ୍କୁଲ ପ୍ଲାଟିନମ୍ ଜୁବଲି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହ ଯୋଗଦେଇଥିଲେ । ସ୍କୁଲ ଶିକ୍ଷାରେ କଳା ଓ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦେବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । । ଏହି ଅବସରରେ କେନ୍ଦ୍ର … Read more

ଓଡ଼ିଶାରେ ଏଥର ବିଜେପି ସରକାର: ହିମନ୍ତ ବିଶ୍ଵଶର୍ମା

ଭୁବନେଶ୍ୱର: ଓଡ଼ିଶାରେ ଏଥର ବିଜେପି ସରକାର ଗଠନକରିବା ନେଇ ଦୃଢ଼ ଆଶାପୋଷଣ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଶର୍ମା ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଯୁକ୍ତି ରଖିବା ସହ ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଓଡ଼ିଶା ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ଶର୍ମା କହିଛନ୍ତି, ଓଡ଼ିଶାରେ ବିଜୁ ଜନତା ଦଳ ଲୋକଙ୍କ ମନରେ … Read more

ଅନୁଗୋଳ ଜିନ୍ଦଲସ୍ଥିତ ଜଗନ୍ନାଥ ମନ୍ଦିର ସଫେଇ କାର୍ଯ୍ୟରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ: ପବିତ୍ର ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପାଇଁ ଯାଉଥିବା ବେଳେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲା ଜିନ୍ଦଲ ନଗର ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ସଫେଇ କାର୍ଯ୍ୟରେ ସାମିଲ ହୋଇ ଶ୍ରମଦାନ କରିଛନ୍ତି।  ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଇଛି । ଓଡ଼ିଶା ସମେତ ଦେଶର କୋଣ ଅନୁକୋଣରେ ଜନସାଧାରଣମାନେ ଶ୍ରୀରାମଙ୍କ ସ୍ୱାଗତ … Read more

କୋର୍ଟ ହାବିଲଦାର ଚାକିରି ଆଶାୟୀଙ୍କୁ ଠକିଲା ୬୧ ଲକ୍ଷ 

ଝାରଖଣ୍ଡ : ଝାଡ଼ଖଣ୍ଡର ଦୁମକା କୋର୍ଟ ପରିସରରେ କାମ କରୁଥିବା ହାବିଲଦାର ସର୍ଗୁନ ହରିଜନ ନାମକ ବ୍ୟକ୍ତି ନାଁରେ ଏକ ଗୁରୁତର ଅଭିଯୋଗ ଆସିଛି । କୋର୍ଟରେ ଚାକିରି କରାଇଦେବା ନାଁରେ ୬୧ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଦୁମକା, ସାହିବଗଞ୍ଜ, ଗୋଡ୍ଡା ଓ ପାକୁରର ୨୩ ଜଣ ଦୁମକା ନଗର ଥାନାରେ  ଅଭିଯୋଗ କରିଛନ୍ତି। ପୀଡିତମାନେ ଆବେଦନର ନକଲ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ, ଜିଲ୍ଲା ଜଜ୍, ଡିଆଇଜି ଓ ଏସପିଙ୍କୁ ପ୍ରଦାନ କରିବା … Read more

ଦେଶର ଦୀର୍ଘତମ ସମୁଦ୍ର ପୋଲ ‘ଅଟଳ ସେତୁ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ  

ଦକ୍ଷିଣ ମୁମ୍ବାଇରୁ ନବୀ ମୁମ୍ବାଇ ମାତ୍ର ୧୫ ମିନିଟର ସମୟ  ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଦେଶର ଦୀର୍ଘତମ ସମୁଦ୍ର ପୋଲ ‘ଅଟଳ ସେତୁ’ର ଉଦ୍‌ଘାଟନ କରିଛନ୍ତି। ଏହି ପୋଲର ଲମ୍ବ ୨୧.୮ କିଲୋମିଟର। ଏହା ଦକ୍ଷିଣ ମୁମ୍ବାଇକୁ  ନବୀ ମୁମ୍ବାଇ  ସହ ସଂଯୋଗ କରୁଛି। ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦକ୍ଷିଣ ମୁମ୍ବାଇରୁ ନବୀ ମୁମ୍ବାଇ ମାତ୍ର ୧୫ ମିନିଟରେ ପହଞ୍ଚି ହେବ। ଆଗରୁ  ସିଧାସଳଖ କୌଣସି ରାସ୍ତା … Read more

ଓଡ଼ିଶାର ୪ ଜିଲ୍ଲାରେ ୩୪୧ କିମି ଯାତ୍ରା କରିବେ ରାହୁଲ ଗାନ୍ଧୀ 

ଭୁବନେଶ୍ୱର: ବରିଷ୍ଠ  କଂଗ୍ରେସ ନେତା ରହିଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାର ୪ ଟି ଜିଲ୍ଲାରେ ୪ ଦିନ ବୁଲିବେ ରାହୁଲ ଗାନ୍ଧୀ । ଫେବ୍ରୁଆରୀ ୧୪ ରେ ତାଙ୍କର ଯାତ୍ରା ଓଡିଶାରେ ପ୍ରବେଶ କରିବାକୁ ଥିବାବେଳେ ୪ ଦିନ ଧରି ଶ୍ରୀ ଗାନ୍ଧୀ ସମୁଦାୟ ୩୪୧ କିମି ଅତିକ୍ରମ କରିବେ । ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ବିସ୍ତୃତ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । ଭାରତ … Read more

ବଙ୍ଗୋପସାଗରରେ ନିଖୋଜ ହୋଇଥିବା ବାୟୁସେନାର ଏଏନ୍‌-୩୨ ବିମାନର ସନ୍ଧାନ ଆଠ  ବର୍ଷ ପରେ ମିଳିଲା 

ନୂଆଦିଲ୍ଲୀ:  ବଙ୍ଗୋପସାଗରରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନର ଭଗ୍ନାବଶେଷ ନିକଟରେ ଚେନ୍ନାଇ ଉପକୂଳର ୩୧୦ କିଲୋମିଟର ଦୂରରୁ ଉଦ୍ଧାର କରାଯାଇଛି।  ୨୦୧୬ ରେ ନିଖୋଜ ହୋଇଥିବା ଏହି ବିମାନରେ ୨୯ ଜଣ ଯବାନ ଥିଲେ  ଚେନ୍ନାଇ ଉପକୂଳଠାରୁ ପ୍ରାୟ ୩୧୦ କିଲୋମିଟର ଦୂର ସମୁଦ୍ର ପତନରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷର ଫଟୋ କଏଦ ହୋଇଥିଲା ବୋଲି ଶୁକ୍ରବାର ସରକାରଙ୍କ ପକ୍ଷରୁ ଏକ ଏକ ପ୍ରେସ୍‌ ବିଜ୍ଞପ୍ତି  ଜାରି କରା ଯାଇଛି। ଏହି ଫଟୋକୁ ଯାଞ୍ଚ … Read more

ସୁପ୍ରିମ୍‌ କୋର୍ଟ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ଅଟକାଇବାକୁ ମନା କଲେ  

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଙ୍କୁ ବାଦ୍‌ ଦେଇ ଗଠିତ ଏକ ପ୍ୟାନେଲ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଏକ ନୂତନ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ଆବେଦନର ଏକତ୍ର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି। ନୂଆ … Read more

ନବୀନ ଓଡିଶା ମୁଖ୍ୟ କାର୍ତିକ ପାଣ୍ଡିଆନଙ୍କ ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ନବୀନ ଓଡିଶା ମୁଖ୍ୟ ଶ୍ରୀ କାର୍ତିକ  ପାଣ୍ଡିଆନ୍ ଆଜି ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ କରିଥିଲେ । ପ୍ରଥମେ ଖୋର୍ଦ୍ଧା ହାବେଳି ପଡ଼ିଆଠାରେ ଆୟୋଜିତ ନୂଆ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ସେ କହିଥିଲେ, କଠିନ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର । ଏହାର କୌଣସି ବିକଳ୍ପ ନାହିଁ । ଏହି ପରିପ୍ରେକ୍ଷୀରେ ତାଙ୍କର ଜଣେ ଆଇଏଏସ୍ ମହିଳା ବ୍ୟାଚମେଣ୍ଟ ଙ୍କ ସଫଳତା ଓ ସଂଘର୍ଷର କାହାଣୀ କହିଥିଲେ … Read more

ନୟାଗଡ଼ ଏମଭିଆଇଙ୍କ ସମ୍ପତ୍ତି: ମାତ୍ର ଦୁଇଟି କୋଠା, ୩୧ ପ୍ଲଟ୍

ଭୁବନେଶ୍ୱର: ଓଡିଶା ଭିଜିଲାନସ୍ ନୟାଗଡ ଏମଭିଆଇ(ମୋଟର ଭେଇକିଲ୍ ଇନସପେକ୍ଟର) ପଞ୍ଚାନନ  ଓରଫ୍ ପଞ୍ଚୁ ବେହେରାଙ୍କୁ ଆୟବହିର୍ଭୂତ  ସମତି ଠୁଳ କରିଥିବା ଅଭିଯୋଗରେ ଗିରଫ କରିଛି।  ତାଙ୍କର  ଭୁବନେଶ୍ୱରରେ ଦୁଇ ଦୁଇଟି କୋଠା ସାଙ୍ଗକୁ  ରାଜଧାନୀର ପ୍ରମୁଖ ଜାଗାରେ ୩୧ ଟି ପ୍ଲଟ  ର ସନ୍ଧାନ ମିଳିଛି। ସେଥିରେ ୧୦ ଟି ବେନାମୀ ପ୍ଲଟ୍ ମଧ୍ୟ ରହିଛି । ଖାଲି ସେତିକି ନୁହେଁ, ବ୍ୟାଙ୍କ ଓ ଇନସୁରାନ୍ସରେ ୭୨ ଲକ୍ଷ ଟଙ୍କା ଜମା ରଖିଛନ୍ତି । ୧୫ ଲକ୍ଷ … Read more