April 12, 2026 3:23 pm

ଭାରତୀୟ ଏୟାରଲାଇନ୍ସ କିଣିବେ ୧୦୦୦ରୁ ଊର୍ଦ୍ଧ୍ଵ ନୂଆ ବିମାନ 

ନୂଆଦିଲ୍ଲୀ: ଅର୍ଥନୈତିକ ସମୃଦ୍ଧି ଓ  ବିମାନ ଚଳାଚଳ  ମାନଚିତ୍ରରେ ଦେଶର ପ୍ରାୟ ସବୁ ଛୋଟ ବଡ ସହର ସ୍ଥାନପାଇଥିବାରୁ ଭାରତୀୟ ଏୟାରଲାଇନ୍ସଗୁଡ଼ିକ ବିପୁଳ ସଂଖ୍ୟକ ବିମାନ କିଣିବା ବରାଦ ଦେଇଛନ୍ତି। ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ମିଳିତ ଭାବେ ୧୧୨୦ଟି ବିମାନ କିଣିବେ। ୨୦୨୩ରେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ୯୭୦ଟି ବିମାନ କିଣିବା ବରାଦ ଦେଇଥିଲେ। ଦେଶବିଦେଶର ବିଭିନ୍ନ ସ୍ଥାନକୁ ବିମାନ ସଂଯୋଗ ପ୍ରଦାନ କରିବା ଲାଗି ନୂଆ ଏୟାରଲାଇନ୍ସ ‘ଆକାଶ ଏୟାର’ … Read more

ଧୋନୀଙ୍କ ରୋଜଗାର କେତେ, ସେ କେତେ ଧନୀ ?

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟକୁ ଏକ ନୂତନ ଶିଖରକୁ ପହଞ୍ଚାଇଥିବା ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ଵ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଏ । ତାଙ୍କ ଅଧିନାୟକତ୍ବ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଏକ ଯୁଗର ଅନ୍ତ ହୋଇଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଚେନ୍ନାଇ ସୁପର କିଙ୍ଗସ ପାଇଁ … Read more

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ  ୨୨ ତାରିଖରେ ଦୀପ  ଜାଳିବାକୁ ଅନୁରୋଧକଲେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ  ରାମନଗରୀ ଅଯୋଧ୍ୟାରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୀପ ଜାଳି ଦିନଟିକୁ ସ୍ମରଣୀୟ ଓ ଐତିହାସିକ କରିବାକୁ ସମସ୍ତଙ୍କୁ ନିବେଦନ କରି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ ବାର୍ତ୍ତାରେ  ଧର୍ମେନ୍ଦ୍ର କହିଛନ୍ତି ଯେ  ଯେତେବେଳେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରିଥିଲେ, ସେତେବେଳେ ଅଯୋଧ୍ୟାବାସୀ ଆନନ୍ଦରେ ସମଗ୍ର ନଗରୀକୁ ଦୀପ ଦ୍ୱାରା ସଜାଇ … Read more

ରାଜ୍ୟରେ ଆରମ୍ଭହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା 

ଭୁବନେଶ୍ୱର: ଗତକାଲି ପରିକ୍ରମା ପ୍ରକଳ୍ପ  ଉଦ୍ଘାଟିତ ହେବାପରେ ରାଜ୍ୟରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା । ଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ଏହି ବସ୍ ଗୁଡ଼ିକ ଜିଲ୍ଲା ସଦର ମହକୁମାରୁ ଭୁବନେଶ୍ୱର ଦେଇ ପୁରୀ ସହ ଯୋଡି ହେବ । ପ୍ରଥମ ପର୍ଯ୍ୟାୟରେ ୧୨ ଟି ଜିଲ୍ଲାରୁ ପୁରୀକୁ ଗଡ଼ିଛି ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ୍ ଯୋଗେ ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରୁ ୮୦ଟି ସୁପର … Read more

ସାମସଙ୍ଗ ଗାଲାକ୍ସି ଏସ୨୪ ସ୍ମାର୍ଟଫୋନ ନୋଇଡାରେ ତିଆରି ହେବ 

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା ସାମସଙ୍ଗ ଅନୁଯାୟୀ ଭାରତର  ନୋଇଡାର ଥିବା ଏହାର  କାରଖାନାରେ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ସଜ୍ଜିତ ସାମସଙ୍ଗ ଗାଲାକ୍ସି ଏସ୨୪ ସିରିଜ୍ ସ୍ମାର୍ଟଫୋନ୍ ତିଆରି କରିବ। ଉଭୟ ଘରୋଇ ଓ ରପ୍ତାନି ବଜାର ପାଇଁ ଏହା ନିର୍ମାଣ ହେବ। ଆପଲ ଭାରତରେ ନିର୍ମାଣ ଉପରେ ଗୁରୁତ୍ବ ଦେଉଥିବାବେଳେ ସାମସଙ୍ଗ ମଧ୍ୟ ନିଜର ଭାରତୀୟ କାରଖାନା ଉପରେ ସର୍ବାଧିକ ଫୋକସ ପ୍ରଦାନ କରୁଛି ।  ସାମସଙ୍ଗ ଇଣ୍ଡିଆର ଅଧ୍ୟକ୍ଷ ତଥା ସିଇଓ ଜେବି ପାର୍କ … Read more

ତେଲେଙ୍ଗାନାରେ ୧୨,୪୦୦ କୋଟି ନିବେଶ କରିବ ଆଦାନୀ ଗ୍ରୁପ୍‌,ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ତେଲେଙ୍ଗନାରେ ପୁଞ୍ଜିନିବେଶ କରିବ ଆଦାନୀ ଗ୍ରୁପ୍‌।  ତେଲେଙ୍ଗାନା ରାଜ୍ୟ ସରକାରଙ୍କ ସହଭାଗିତାରେ ଏକାଧିକ କ୍ଷେତ୍ରରେ ୧୨,୪୦୦ କୋଟି ଟଙ୍କା (୧.୪୯ ବିଲିୟନ ଡଲାର)ରୁ ଅଧିକ ପୁଞ୍ଜି ନିବେଶ କରିବାକୁ ୪ଟି ଚୁକ୍ତି ସ୍ୱାକ୍ଷର କରିଛି।ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଡାଭୋସ୍‌ ଠାରେ ବିଶ୍ୱ ଅର୍ଥନୈତିକ ଫୋରମରେ ଏକ ବୈଠକ କରିଥିଲେ; ଯାହା ରାଜ୍ୟରେ ବିପୁଳ ପୁଞ୍ଜିନିବେଶ ପାଇଁ ପଥ ପ୍ରଶସ୍ତ କରିଥିଲା। ଏହି ବୈଠକରେ ୪ଟି ବୁଝାମଣାପତ୍ର … Read more

ଓଡିଶାରୁ ଅଧିକ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ 

ଭୁବନେଶ୍ଵର: ଚଳିତ ଖରିଫ୍ ବିପଣନ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦେଶରେ ଧାନ ଉତ୍ପାଦନ … Read more

ସୁଦର୍ଶନଙ୍କ ବାଲୁକା କଳାରେ ପୁରୀ ପରିକ୍ରମା ପ୍ରକଳ୍ପ

ପୁରୀ:  ଜାନୁଆରୀ ୧୭ ଅର୍ଥାତ ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବାକୁଥିବା ବେଳେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଜଜମାନ ଭାବେ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ଏଣୁ ଏହି ଦିନଟି ଏକ ଐତିହାସିକ ଦିନ । ଏହି ଅବସରରେ ପରିଚାଳନା କମିଟି ସଦସ୍ୟ ତଥା ବିଶିଷ୍ଠ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା । ଏଥିରେ … Read more

ପାପା କହେତେହେଁ ସିନେମାର ଚୁଲବୁଲି ଅଭିନେତ୍ରୀ ଏବେ ଗୁଗଲ ଇଣ୍ଡିଆର ହେଡ୍

ମୁମ୍ବାଇ: ପାପା କହେତେହେଁ  ସିନେମାର ‘ଘର ସେ ନିକଲତେ ହି, କୁଛ ଦୂର ଚଲତେ ହି…’ ଗୀତଟି ଏବେ ବି ଲୋକମାନଙ୍କ ମନରେ ତାଜା ହୋଇରହିଛି।   ଏହି ସିନେମାରେ  ନାୟିକା ଥିବା ଅଭିନେତ୍ରୀ ଏବେ ଗୁଗଲ ଇଣ୍ଡିଆର ହେଡ୍(ଇଣ୍ଡଷ୍ଟ୍ରି ହେଡ୍-ଏଜେନ୍ସି ବିଜନେସ୍)।  ଗୀତ ସହ ଏଥିରେ ଅଭିନୟ କରିଥିବା ସେହି ସୁନ୍ଦର ଏବଂ ନିରୀହ ଅଭିନେତ୍ରୀଙ୍କୁ ସିନେମା ପ୍ରେମୀ ନିଶ୍ଚୟ ମାନେ ରଖିଛନ୍ତି। ନାୟିକାଜଣକ ହେଲେ ମୟୂରୀ କଙ୍ଗୋ। ଫିଲ୍ମରେ ତାଙ୍କ ବିପକ୍ଷରେ ଜୁଗଲ ହଂସରାଜ … Read more

ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ

ବିଶ୍ୱରଞ୍ଜନ ପଟ୍ଟନାୟକ ଅନୁଗୁଳ: ଗତ ତିନି ଦିନଧରି ଅନୁଗୁଳ ଷ୍ଟାଡିୟମ୍ ରେ ଚାଲିଥିବା ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ରାଜ୍ୟ ପରିବେଶ ଓ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।ଜିଲ୍ଲା ମହୋତ୍ସବ ନୃତ୍ୟକଳା ଲୋକକଳା ଓ ସଙ୍ଗୀତ ର ପ୍ରଚାର ପ୍ରସାର କରିବା ସହ ସମସ୍ତଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ଅମାତ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ସରକାର ଦୁସ୍ଥ … Read more