ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଓ ଆଦିବାସୀ ମହାସଂଘ ଭେଟାଭେଟି

ଭୁବନେଶ୍ଵର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଆମ ସରକାରର ପ୍ରାଥମିକତା ରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ସମାଜର ୪ଟି ବର୍ଗଙ୍କ ଭିତରେ ପ୍ରଥମରେ ଥିବା ଗରିବଙ୍କ ଭିତରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟ … Read more

ରେଳ ଅଧିକାରୀଙ୍କ ଖାମଖିଆଲି, ଲାଇନଚ୍ୟୁତ ହେଲା ମହିମା ଗୋସାଇଁ ଏକ୍ସପ୍ରେସ୍

ସମ୍ବଲପୁର: ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଆଜି ସକାଳ ୯ଟା ୧୮ସମୟରେ ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ ଜେନେରାଲ୍ କୋଚର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ସମ୍ୱଲପୁର ସିଟି ଷ୍ଟେସନ ପୂର୍ବରୁ ଲାଇନଚ୍ୟୁତ ହୋଇଥିବା ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ଟ୍ରେନ୍ ଟି ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିବା ସମୟରେ ଏହାର ଏକ ସାଧାରଣ କୋଚ୍ ଟ୍ରାକରୁ ଖସି ପଡ଼ିଥିଲା। ସୌଭାଗ୍ୟବଶତଃ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା … Read more

ଶିଳ୍ପପତି ଅନିଲ ଅମ୍ବାନୀ ଇଡି ଜାଲରେ

ନୂଆଦିଲ୍ଲୀ: ଉଦ୍ୟୋଗପତି ଅନିଲ ଅମ୍ବାନିଙ୍କ ଅନେକ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢଉ କରିଛି । ଗୁରୁବାର ଅନିଲ ଅମ୍ବାନିଙ୍କ ଗ୍ରୁପର କମ୍ପାନି ରାଗା କମ୍ପାନି ବିରୋଧରେ ମନି ଲଣ୍ଡ୍ରିଂର ବଡ ଯାଞ୍ଚ ଆରମ୍ଭ କରିଛି । ଏଜେନ୍ସି ପକ୍ଷରୁ ଅନିଲ ଅମ୍ବାନିଙ୍କ ସହ ଜଡିତ ୪୮ରୁ ୫୦ ସ୍ଥାନରେ ଇଡି ସର୍ଚ୍ଚ ଅପରେସନ ଚଳାଇଛି । ସିବିଆଇ ପକ୍ଷରୁ ଦୁଇଟି ଏଫଆଇଆର ରୁଜୁ ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି ।ତଦନ୍ତରୁ ଜଣା ପଡିଛି ଯେ, … Read more

ଆଜି ସୃଷ୍ଟି ହେବ ଲଘୁଚାପ ! ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଗୁରୁବାର ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବ । ପାଣିପାଗ ବିଭାଗ (ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି । ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, … Read more

ମହାନଦୀ ଜଳ ବିବାଦ: ଆପୋଷ ଆଲୋଚନା ଜରିଆରେ ହେବ ସମାଧାନ

ଭୁବନେଶ୍ୱର : ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରୀୟ ଜଳ କମିସନରେ ସମସ୍ୟା ସମାଧାନ ପାଇଁ ହେଉଥିବା ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯାଇପାରିବ। ଏଥିରେ କେନ୍ଦ୍ର ଜଳ କମିଶନ ବୈଷୟିକ ସହଯୋଗ ପ୍ରଦାନ … Read more

କଟକ ଜିଲ୍ଲାର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

କଟକ: କଟକ ଜିଲ୍ଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ରିପୋର୍ଟ ଦାଖଲ କରିନଥିବାରୁ ସେହି କଲେଜ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜିଲ୍ଲାର ୨୧୦ଟି କଲେଜଙ୍କୁ ଆଇସିସି ରିପୋର୍ଟ ମାଗିଥିଲା ଜିଲ୍ଲା ପ୍ରଶାସନ। ଅଭିଯୋଗକାରିଣୀଙ୍କ ଯୋଗାଯୋଗ ଠିକଣା ସହ ମୁଖ୍ୟଙ୍କ ହସ୍ତାକ୍ଷର ମଗାଯାଇଥିଲା । କିନ୍ତୁ ଅଧାରୁ ଅଧିକ କଲେଜ ଚିଠିର ଉତ୍ତର ଦେଇନଥିବାରୁ … Read more

ନିଯୁକ୍ତି ପାଇବେ ୨୫୬ ହାବିଲଦାର ଓ ୧୩୫୦ କନଷ୍ଟେବଳ; ମୋହନ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (OISF)ର ୨ଟି ନୂଆ ବାଟାଲିୟନ୍ ହେବ । ତୃତୀୟ ଓ ଚତୁର୍ଥ ବାଟାଲିୟନ ନାମରେ ଏହା ନାମିତ ହେବ । ଏହି ଦୁଇଟି ନୂତନ ବାଟାଲିୟନ୍ ପାଇଁ ସମୁଦାୟ ୨୦୮୦ ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ଏଥିରୁ ୧୯୪୪ଟି ନିୟମିତ ପଦବୀ ଥିବାବେଳେ ୧୩୬ ଟି ପଦବୀ ଆଉଟସୋର୍ସିଙ୍ଗ ଭିତ୍ତିରେ ସୃଷ୍ଟି କରାଯାଇଛି ।ସୂଚନାଯୋଗ୍ୟ … Read more

ରାଜ୍ୟପାଳଙ୍କ ସଚିବ ଭାବେ ପ୍ରଥମ ମହିଳା ଆଇଏଏସ୍ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଗତକାଲି ଏକ ବୃହତ୍ ପ୍ରଶାସନିକ ଅଦଳବଦଳ କରି ୧୬ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ନିଯୁକ୍ତ କରିଛନ୍ତି। ଏହା ମାଧ୍ୟମରେ ଜନସାଧାରଣଙ୍କୁ ସୁଶାସନ ଓ ସେବା ଯୋଗାଣରେ ନୂଆ ନେତୃତ୍ୱ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସ୍ ଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟପାଳଙ୍କ ସଚିବ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ରୂପା ରୋଶନ ସାହୁଙ୍କୁ ନିଯୁକ୍ତି ମିଳିଛି । ରୂପା ରୋଶନ ଓଡ଼ିଶା ରାଜଭବନ … Read more

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର: ମଙ୍ଗଳବାର ରାତି ରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣା ହେଲେ ବିଏମସି କମିସନର। ଶିଳ୍ପ ବିଭାଗ ACS ହେମନ୍ତ ଶର୍ମା ହେଲେ I & PR ସଚିବ। ସଂସ୍କୃତି ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ହୋଇଛନ୍ତି ଅର୍ଥ ସଚିବ। ସେ IDCO ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ରାଜ୍ୟପାଳଙ୍କ ପ୍ରମୁଖ ସଚିବ NBS ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ଦାୟିତ୍ୱ ଦିଆଯାଇଛି। … Read more

ଚାଷୀ ଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶା ସରକାର ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରୁଥିବା ସମସ୍ତ ଚାଷୀଙ୍କ ପାଇଁ ଇ-କେୱାଇସି (ଇଲେକ୍ଟ୍ରୋନିକ ନୋ-ୟୁଅର-କଷ୍ଟମର) ଯାଞ୍ଚକୁ ବାଧ୍ୟତାମୂଳକ କରି ନକଲି ଚାଷୀଙ୍କୁ ଚିହ୍ନଟ ଓ ବାଦ ଦେବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ପୂର୍ବବର୍ତ୍ତୀ ଋତୁଗୁଡ଼ିକରେ ଅନେକ ନକଲି ଚାଷୀ ଧାନ ବିକ୍ରି କରୁଥିବା ଜଣାପଡ଼ିଛି। ଇ-କେୱାଇସି ପ୍ରକ୍ରିୟାରେ ଆଙ୍ଗୁଠି ଚିହ୍ନ ଓ ଆଖିର ଆଇରିସ … Read more