ବିଧାନସଭାରେ ସ୍ଵାସ୍ଥ୍ୟମନ୍ତ୍ରୀ ଓ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ମୁହାଁମୁହିଁ

ଭୁବନେଶ୍ୱର: ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ନେତା।ଆଜି ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ ଯେ ସୋନପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣ ଶୈଳୀ ଦେଶର ଦ୍ଵିତୀୟ ସ୍ଥାନରେ ରହିଛି, କିନ୍ତୁ ଡାକ୍ତର ନାହାନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ତାଙ୍କ ଅଞ୍ଚଳକୁ ଭଲ ଡାକ୍ତର ବଦଳି କରି ନେଇଯାଉଛନ୍ତି। ଯେଉଁ କାରଣରୁ ଅନେକ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାର ଜବାବରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ … Read more

କିଟ୍‌ ବିଶ୍ବବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: କିଟ୍ ପରିସରରେ ଥିବା ଛାତ୍ରାବାସରୁ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ଛତିଶଗଡ଼ର ରାହୁଲ ଯାଦବ । ସେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଥମ ବର୍ଷର ଛାତ୍ର ଅଟନ୍ତି । ଇନଫୋସିଟି ଥାନା ପୋଲିସ ଶବକୁ ଜବତ କରି ଶବଗୃହରେ ରଖିଛି । ଏ ନେଇ ଏସିପି ସୋନାଲ୍ ସିଂ ପରମାର ସୂଚନା ଦେଇଛନ୍ତି । ଛତିଶଗଡ଼ ରାହୁଲ କିଟରେ ପଢ଼ୁଥିଲେ । ଗତକାଲି ବିଳମ୍ବିତ ରାତିରେ … Read more

ଶିକ୍ଷକ ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଇଓଙ୍କୁ ଚିଠି ଜାରି କରାଯାଇଛି । ଯେଉଁଥିରେ ଜିଲ୍ଲା ଭିତରେ ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନ୍ ଆବେଦନ କରିବାକୁ କୁହାଯାଇଛି । ଚିଠି ଅନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତ ମେ ୧୪ରେ ଜାରି କରିଥିବା ଚିଠି ସଂଖ୍ୟା ୧୩୪୫୩ ବିଜ୍ଞପ୍ତି ଅନୁଯାୟୀ ବଦଳି … Read more

ମେସେଜିଂ ଆପ୍‌ ପାଇଁ ଆକ୍ଟିଭ ସିମ୍‌ ବାଧ୍ୟତାମୂଳକ: କେନ୍ଦ୍ରସରକାର

ନୂଆଦିଲ୍ଲୀ: ସମସ୍ତ ମେସେଜିଂ ଆପ୍‌ ପାଇଁ ଏକ ଆକ୍ଟିଭ ସିମ୍‌ ବାଧ୍ୟତାମୂଳକ କରିଛନ୍ତି । ୧୨୦ ଦିନ ମଧ୍ୟରେ ଡିଓଟିକୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି । ଯଦି କମ୍ପାନୀଗୁଡିକ ଏହା ପାଳନ କରିବାରେ ବିଫଳ ହୁଅନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଭାରତରେ କାର୍ଯ୍ୟ କରୁଥିବା ହ୍ୱାଟ୍ସଆପ୍‌, ଟେଲିଗ୍ରାମ୍‌ ଏବଂ ସିଗନାଲ ଭଳି ମେସେଜିଂ ଆପ୍‌ ଅପରେଟରମାନଙ୍କୁ ଏବେ ୧୨୦ ଦିନ ମଧ୍ୟରେ ଦୂରସଂଚାର ବିଭାଗ … Read more

୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ, ସମୀକ୍ଷା ପରେ ମେୟର ଙ୍କ ସୂଚନା

ଭୁବନେଶ୍ୱର: ମହାନଗର ନିଗମ ର ୪ ନମ୍ବର ମାଛ ମାର୍କେଟରେ ହେବ ନବକଳେବର । ଏନେଇ ସମୀକ୍ଷା କରିଛନ୍ତି ବିଏମ ମେୟର ଓ କମିଶନର ।ରବିବାର ସକାଳୁ ସକାଳୁ ବିଏମ୍ସି ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଲ ରଣା ୪ ନମ୍ବରରେ ଥିବା ମାଛ ମାର୍କେଟ ପରିଦର୍ଶନ କରିଥିଲେ । ଏହି ଅବସରରେ ମାର୍କେଟର ନୂଆ ରୂପରେଖ ନେଇ ସମୀକ୍ଷା କରିଛନ୍ତି । ଏହାସହ କିପରି ପାର୍କିଂ ସହ ସମସ୍ତ ସୁବିଧା ଉପଲବ୍ଧ ହେବ । … Read more

ଆଜିଠୁ ଭାରତ- ଦକ୍ଷିଣ ଆଫ୍ରିକା ଦିନିକିଆ

ରାଞ୍ଚି: ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ର ପ୍ରଥମ ମ୍ୟାଚ୍ ଆଜି (ରବିବାର) ରାଞ୍ଚିରେ ହେବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ରାଞ୍ଚିର ଜେଏସସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଅପରାହ୍ନ 1:30ରେ ଆରମ୍ଭ ହେବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ମୋଟ୍ 94ଟି ODI ମ୍ୟାଚ୍ ଖେଳିଛନ୍ତି। ଯାହା ମଧ୍ୟରୁ ଭାରତ 40ଟି … Read more

ଭିଜିଲାନ୍ସ ଜାଲରେ ନିମାପଡ଼ା ଏନଏସି ଅମିନ

ନିମାପଡା :କୋଠା ନିର୍ମାଣ ଅନୁମୋଦନ ପାଇଁ ଫାଇଲ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ଲାଗି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ନିମାପଡ଼ା ଏନଏସିର ଅମିନ ବିଜୟ କୁମାର ଗ୍ରହାଚାର୍ଯ୍ୟ।ଜଣେ ବ୍ୟକ୍ତି ଘର ନିର୍ମାଣ ଲାଗି ଗତ ମାର୍ଚ୍ଚ ମାସରେ ଅନୁମୋଦନ ପାଇଁ ଆବେଦନ କରିଥିଲେ। କିନ୍ତୁ ଅମିନ ବିଜୟ ତାଙ୍କ ଫାଇଲ ଉପରେ କୌଣସି କାମ ଆରମ୍ଭ କରି ନ ଥିଲେ। କେବଳ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ଏଥିପାଇଁ … Read more

ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଅଧ୍ୟକ୍ଷ

ଭଦ୍ରକ:ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।ଅଧ୍ୟକ୍ଷଙ୍କ ବିରୋଧରେ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ଆଣିଥିଲା ବିଜେଡି। ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ନିଜ ନାମରେ ଭେଣ୍ଡର କୋଡ଼ ଖୋଲି ଟଙ୍କା ଆତ୍ମସାତ କରିଥିବା ଖବରଦାତା ସମ୍ମିଳନୀରେ ବ୍ଲକ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା। ବିଜେଡି ସମର୍ଥିତ ବ୍ଲକ … Read more

ଡିଜିସିଏ ପକ୍ଷରୁ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି

ନୂଆଦିଲ୍ଲୀ: ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏୟାରବସ୍ A318, A319, A320 ଏବଂ A321 ବିମାନ ପାଇଁ ଏକ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି କରିଛି, ଯେଉଁଥିରେ ପ୍ରଭାବିତ ବିମାନଗୁଡ଼ିକୁ ପରିଚାଳନା କରିବା ପୂର୍ବରୁ ନିର୍ଦ୍ଦିଷ୍ଟ ଯାଞ୍ଚ ଏବଂ ପରିବର୍ତ୍ତନ କରିବାକୁ ବିମାନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।କୌଣସି ବିମାନ ଆବଶ୍ୟକୀୟ ସୁରକ୍ଷା ମାନଦଣ୍ଡ ପୂରଣ ନକରି ସେବା ଜାରି ରଖିବ ନାହିଁ ବୋଲି ଡିଜିସିଏ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇ ନିଶ୍ଚିତ କରିବାକୁ … Read more

କ୍ୟାପିଟାଲ ହସ୍ପିଟାଲରୁ ମିଳିଲା ଝୁଲନ୍ତା ମୃତଦେହ

କ୍ୟାପିଟାଲ ହସ୍ପିଟାଲରୁ ଶନିବାର ଏକ ଝୁଲନ୍ତା ମୃତଦେହ ଜବତ ହୋଇଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୁଲିସ ମୃତଦେହକୁ ଜବତ କରିଛି। ମୃତକ ଜଣ ଡାକ୍ତରଖାନାରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ ନାମ ପରମାନନ୍ଦ ନାୟକ। ଏକ ଗାମୁଛାରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଶନିବାର ଦେଖିବାକୁ ମିଳିଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି।