December 6, 2025 3:03 pm

ଆଜିଠୁ ଭାରତ- ଦକ୍ଷିଣ ଆଫ୍ରିକା ଦିନିକିଆ

ରାଞ୍ଚି: ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ର ପ୍ରଥମ ମ୍ୟାଚ୍ ଆଜି (ରବିବାର) ରାଞ୍ଚିରେ ହେବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ରାଞ୍ଚିର ଜେଏସସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଅପରାହ୍ନ 1:30ରେ ଆରମ୍ଭ ହେବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ମୋଟ୍ 94ଟି ODI ମ୍ୟାଚ୍ ଖେଳିଛନ୍ତି। ଯାହା ମଧ୍ୟରୁ ଭାରତ 40ଟି ମ୍ୟାଚ୍ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା 51ଟି ଜିତିଛିlଟେଷ୍ଟ ସିରିଜକୁ 2-0ରେ ଜିତି କ୍ଲିନ୍ ସ୍ବିପ୍ କରିଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ, ଏକଦିବସୀୟ ସିରିଜକୁ ମଧ୍ୟ ନିଜ ନାଁରେ କରିବାକୁ ଉଦ୍ୟମ କରିବ।