ନୂଆପଡ଼ା ଉପନିର୍ବାଚନ: ସଂନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ

ନୂଆପଡା:ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୫.୩୭% ମତଦାନ ହୋଇଛିlଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨ଲକ୍ଷ ୫୩ହଜାର ୬୨୪ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥି ମଧ୍ୟରେ ୧ ଲକ୍ଷ ୨୪ ହଜାର ୧୦୮ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୨୯ହଜାର ୪୯୫ ମହିଳା ଭୋଟର ଥିଲେ । ସେହିଭଳି ୮୫ବର୍ଷରୁ ଅଧିକ ବୟସର … Read more

ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅବଦୁର ରେହମାନ ର ଜାମିନ ଖାରଜ

କଟକ: ଉଗ୍ରବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅବଦୁର ରେହମାନ ର ଜାମିନ ଖାରଜ କରିଛନ୍ତି ହାଇକୋର୍ଟ । ଆଜି ଓଡ଼ିଶା ଉଚ୍ଚ ନ୍ୟାୟଳୟ ଅବଦୁରର ଜାମିନ ଆବେଦନକୁ ଖାରଜ କରଛନ୍ତି । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ରେହମାନର ଜାମିନ ଖାରଜ ହୋଇଛି । ଦେଶ ବିରୋଧୀ ଅପରାଧରେ ଲିପ୍ତ ଥିବାରୁ ଜାମିନ ଦେବାକୁ କୋର୍ଟ ମନା କରିଦେଇଛନ୍ତି ।ଅବଦୁର ରେହମାନ ପାକିସ୍ତାନୀ ଆତଙ୍କୀ ସଂଗଠନ ସହିତ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲା । … Read more

ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି; ପୀତବାସ ପଣ୍ଡା ହତ୍ୟା ମାମଲା

ବ୍ରହ୍ମପୁର: ବ୍ରହ୍ମପୁର ଏସ୍‌ପି ସର୍ଭଣା ବିବେକ ଏମ୍‌ ହାଇକୋର୍ଟରେ କ୍ଷମା ମାଗିଲେ । ୭ ତାରିଖରେ ଦେଇଥିବା ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଆଜି ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ଆଫିଡେଭିଟ ମାଧ୍ୟମରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏନେଇ ଆଜି ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍। ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମ କୁ ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ … Read more

ପ୍ରିଜାଇଡିଂ ଅଫିସର୍‌ ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ..

ନୂଆପଡା: ନୂଆପଡ଼ା ଉପନିର୍ବାଚନର ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍‌ପେଣ୍ଡ କରାଯାଇଛି । ତାଙ୍କୁ ମତଦାତାଙ୍କ ଗୋପନୀୟତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ପରବର୍ତ୍ତୀ ସମୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ନୂଆପଡ଼ାରେ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଛି । କୌଣସି ସ୍ଥାନରୁ … Read more

ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ୨୯ଦିନିଆ ଶୀତ ଅଧିବେଶନ

ଭୁବନେଶ୍ୱର: ସପ୍ତଦଶ ଓଡ଼ିଶା ବିଧାନସଭାର ପଞ୍ଚମ ଅଧିବେଶନ(ଶୀତ ଅଧିବେଶନ) ଆସନ୍ତା ୨୭ତାରିଖରୁ ଆରମ୍ଭ ହେବ । ଏହି ୨୯ଦିନିଆ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ବିଧାନସଭା ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭାରେ ପ୍ରଥମ ଥର ବିଧାନସଭା ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ବିଧାନସଭା ଗସ୍ତକୁ ଦୃଷ୍ଟିରେ ରଖି ସେ ରାଜ୍ୟର ମନ୍ତ୍ରୀ ଥିବାବେଳେ … Read more

ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ୧୦ ମୃତ,୧୫ ରୁ ଅଧିକ ଆହତ

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ ନିକଟରେ ଏକ i20 କାର୍‌ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୦ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଲାଲ କିଲ୍ଲା ଭଳି ଉଚ୍ଚ ସୁରକ୍ଷା ଅଞ୍ଚଳରେ ଏହିଭଳି ଘଟଣା ଘଟିବା ପରେ ଦେଶବ୍ୟାପୀ ହାଇ ଆଲର୍ଟ ଜାରି କରାଯାଇଛି। ସନ୍ଧ୍ୟା ପ୍ରାୟ ୬:୫୫ରେ ବିସ୍ଫୋରଣ ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ଅଗ୍ନିଶମ ବାହିନୀର ୭ଟି ଗାଡ଼ି ଏବଂ … Read more

ରାଜଧାନୀର ତାପମାତ୍ରା ୪ ଦିନରେ ୪.୬ ଡିଗ୍ରୀ ଖସିଲା

ଭୁବନେଶ୍ୱର: ଏଥର ରାଜ୍ୟରେ ଶୀତ ବିଳମ୍ବରେ ଆସି ଜଲଦି ଚାଲିଯିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବିଳମ୍ବରେ ଶୀତର ପ୍ରଭାବ ଜାରି ହେବ । ଏପଟେ ରାଜଧାନୀ ଭୁବନେଶ୍ବରରେ ହାଲକା ହାଲକା ଶୀତ ଅନୁଭୂତ ହେବା ଆରମ୍ଭ ହୋଇଗଲାଣି । ଗତ ୪ ଦିନରେ ୪.୬ ଡିଗ୍ରୀ ଖସିଛି ରାଜଧାନୀର ତାପମାତ୍ରା । ଭୋର ସାଢେ ୭ଟା ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି । … Read more

ଇଭିଏମ୍ ପ୍ରସ୍ତୁତ, ଆସନ୍ତାକାଲି ୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆପଡା: ପ୍ରଚାର ଅବଧି ସରିଛି, ଆସନ୍ତାକାଲି ନୂଆପଡ଼ା ଭୋଟ୍ । ଉପନିର୍ବାଚନରେ ନୂଆ ବିଧାୟକ ବାଛିବ ନୂଆପଡ଼ା। ସେଥିପାଇଁ ନୂଆପଡାରେ ହାଇ-ଷ୍ଟେକ୍ସ ଉପ-ନିର୍ବାଚନ ପୂର୍ବରୁ ନୀରବତା ଅବଧି ଆରମ୍ଭ ହୋଇଥିବା ବେଳେ ଏବେ ନିର୍ବାଚନ ମଣ୍ଡଳୀ ମୁହାଁ ପୋଲିଂ ପାର୍ଟି । ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ସହିତ ସମ୍ବେଦନଶୀଳ ଭାବରେ ଚିହ୍ନଟ ହୋଇଥିବା ମୋଟ ୪୭ ଟି ବୁଥ୍ ଉପରେ କଡ଼ା ନଜର ରଖାଯିବ। ସ୍ୱଚ୍ଛତା ଏବଂ ବାସ୍ତବ-ସମୟ ତଦାରଖ ପ୍ରଦାନ କରିବା ପାଇଁ … Read more

ଟ୍ରଲରକୁ ଧକ୍କା ଦେଲା ଘରୋଇ ବସ୍ : ଜଣେ ମୃତ

ସମ୍ବଲପୁର: କଟକ NH-୫୫ର ରେଢାଖୋଲ ଲୁହାପଙ୍କ ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରଲରକୁ ଧକ୍କା ଦେଇଛି ଏକ ଘୋରଇ ବସ୍। ଫଳରେ କଣ୍ଡକ୍ଟରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତେଣୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରିଥିଲେ।ମିଳିଥିବା ସୂଚନା ଅନୁସାରେ, ୩୪ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ … Read more

ଓଡିଶା ଝିଅକୁ ଆମେରିକାରେ ଶାରୀରିକ ଏବଂ ମାନସିକ ନିର୍ଯାତନା; ନିଜ ରାଜ୍ୟକୁ ଫେରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରି

ଭୁବନେଶ୍ୱର: ଆମେରିକାରେ ରହୁଥିବା ବାଲେଶ୍ୱରର ଝିଅ ପୂଜା ନାୟକ ଓରଫ (ସେଜଲ ଜୋହନ) (୨୧) ଆମେରିକାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆକୁଳ ନିବେଦନ କରିଛନ୍ତି । ଏକ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପୋଷ୍ୟକନ୍ୟା ଭାବେ ପାଳିତ ହେଉଥିବା ସେଜଲ ଏବେ ଅସୁବିଧାରେ ଥିବା କହିଛନ୍ତି । ଏକ ଭାବପ୍ରବଣ ଭିଡିଓ ବାର୍ତ୍ତା ଜାରି କରି ଆମେରିକାରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ସମ୍ମୁଖୀନ ହେବା ବିଷୟରେ ବର୍ଣ୍ଣନା କରିଛନ୍ତି ।ସେ କହିବା ଅନୁସାରେ, ତାଙ୍କ ପାଳିତ ମାଆ … Read more