ଭୁଶୁଡ଼ିଲା ମାର୍କେଟ କମ୍ପ୍ଲେକ୍ସ ଛାତ

କୋରାପୁଟ: ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଅଘଟଣ । କୋରାପୁଟରେ ମାର୍କେଟ୍ କମ୍ପ୍ଲେକ୍ସ ଭୁଶୁଡ଼ିବା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ପାନ ଦୋକାନୀ ପି.ଲୋକନାଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କୁ ପ୍ରଥମେ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏବେ ବି ୨ ଜଣ ଛାତ ତଳେ ଚାପି ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି … Read more

ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ଆମ ବସ୍ କର୍ମଚାରୀ

ଭୁବନେଶ୍ୱର: ଦରମା ନ ମିଳିବରୁ ଗାଡ଼ି ଗଡ଼ିଲାନି । ସଠିକ ସମୟରେ ଦରମା ନ ମିଳିବା ପ୍ରତିବାଦରେ ଆମ ବସ୍ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି । ୪୨ ଦିନ ହେବ ଦରମା ମିଳି ନଥିବାରୁ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରାୟ ୧୫ଟି ମାର୍ଗରେ ଗଡ଼ୁଥିବା ୪୩ଟି ବସ ଭୁବନେଶ୍ୱର ଉପକଣ୍ଠ ପୋଖରୀପୁଟ ଡିପୋରେ ବନ୍ଦ ପଡ଼ିଛି ।ଡ୍ରାଇଭରମାନେ ଅଭିଯୋଗ ଆଣିଛନ୍ତି ଯେ, ପ୍ରତିମାସ ୧୦ ତାରିଖ ସୁଦ୍ଧା ଦରମା ମିଳିଥାଏ। କିନ୍ତୁ ଗତମାସ … Read more

ସେପ୍ଟେମ୍ବର ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୭ରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ବ୍ରହ୍ମପୁରରେ ଏକ ବିଶାଳ ଜନ ସମାବେଶରେ ଯୋଗଦେବାର ସମ୍ଭାବନା ଅଛି। ମୋଦିଙ୍କ ଯୋଜନାବଦ୍ଧ ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ଏବଂ ଚୂଡ଼ାନ୍ତ ଯାତ୍ରା କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ତାଙ୍କର ଦିନିକିଆ ଗସ୍ତ ସମୟରେ ବ୍ରହ୍ମପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର ସମ୍ଭାବନା ଅଛି। ପ୍ରସ୍ତାବିତ ଗସ୍ତ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ଚୂଡ଼ାନ୍ତ … Read more

ସମଗ୍ର ଦେଶରେ ବାଣ ବନ୍ଦ କରାଯିବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ବାଣ ବନ୍ଦ କରାଯିବା ଉଚିତ ପ୍ରଦୂଷଣ କୁ ନେଇ ଏହିଭଳି ଏକ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତି ବି ଆର ଗଭାଇ କହିଛନ୍ତି ଯେ ଯଦି ଏନସିଆର ସହରଗୁଡ଼ିକର ବାୟୁ ସଫା କରିବାର ଅଧିକାର ଅଛି, ତେବେ ଅନ୍ୟ ସହରର ଲୋକମାନଙ୍କୁ କାହିଁକି ନୁହେଁ ? ଯାହା ନୀତି ତିଆରି ହେବ ତାହା ସମଗ୍ର ଭାରତ ସ୍ତରରେ ହେବା ଉଚିତ। ଆମେ କେବଳ ଦିଲ୍ଲୀ ପାଇଁ ନୀତି ତିଆରି କରିପାରିବୁ ନାହିଁ … Read more

ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାମରା ତହସିଲଦାର

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାମରା ତହସିଲଦାର ଅଶ୍ବିନୀ ପଣ୍ଡା । ସେ ୨୦୧୯ ବର୍ଷର ଓଏଏସ ଟପ୍ପର ।୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି । ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଥିବା ପ୍ରବିନ କୁମାରଙ୍କୁ ଅଟକ ରଖି ସମ୍ବଲପୁରକୁ ନେଇଛି ଭିଜିଲାନ୍ସ। ଜମି ପଟ୍ଟା ମ୍ୟୁଟେସନ୍ ଓ କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ । ସୂଚନା ଅନୁଯାଇ, ବାମରା ବ୍ଲକ ସଦର ମହକୁମା ସ୍ଥିତ … Read more

ଅର୍ଚ୍ଚନା ନାଗଙ୍କ ଘରେ ED ଚଢ଼ାଉ

ଭୁବନେଶ୍ବର : ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗଙ୍କ ଘରେ ଚଢ଼ାଉ କରିଛି ED । ୨୦୨୨ ଅର୍ଥ କାରବାର ମାମଲାରେ ଚଢ଼ାଉ କରିଛି ED । ସୂଚନା ଯୋଗ୍ୟ, ଅର୍ଚ୍ଚନା ନାଗ ଭୁବନେଶ୍ୱରରେ ଏକ ସେକ୍ସଟର୍ସନ୍ /ହନିଟ୍ରାପ୍ ରାକେଟ୍ ଚଲାଇଥିବା ଅଭିଯୋଗରେ 2022ରେ ଗିରଫ ହୋଇଥିଲେ । ତାଙ୍କ ନାମରେ ଅଭିଯୋଗ ହୋଇଥିଲା ଯେ, ସେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ସୃଷ୍ଟି କରି, ଗୁପ୍ତ ଭିଡିଓ/ଫଟୋ ଉଠାଇ ସେମାନଙ୍କୁ ବ୍ଲାକମେଲ୍ କରି ଟଙ୍କା … Read more

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ନିଯୁକ୍ତି ମିଳିଛି । ସେ ବର୍ତ୍ତମାନ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ସେ ଏକକାଳୀନ ଦୁଇଟି ଦାୟିତ୍ୱ ତୁଲାଇବେ । ସେହିପରି ଆୟୁଷ ନିର୍ଦ୍ଦେଶକ ବଦଳିଛନ୍ତି । ଆୟୁଷ ନିର୍ଦ୍ଦେଶକ ଥିବା ପ୍ରେମଜିତ ପଟ୍ଟନାୟକଙ୍କୁ ଏସିଏସଟି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ … Read more

ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟକୁ ଏକ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି । ବିଚାରପତିଙ୍କ ଚାମ୍ବର ଏବଂ ଅନ୍ୟାନ୍ୟ ସ୍ଥାନରେ ତିନୋଟି ବୋମା ରଖାଯାଇଛି । ଅପରାହ୍ନ ନମାଜ ପରେ ବିସ୍ଫୋରଣ ହେବ । ତେଣୁ ଅପରାହ୍ନ ୨ଟା ସୁଦ୍ଧା କୋର୍ଟ ପରିସର ଖାଲି କରିବାକୁ ଇମେଲରେ କୁହାଯାଇଥିଲା । ଧମକ ପୂର୍ଣ୍ଣ ଇମେଲ ମିଳିବା ପରେ କୋର୍ଟ ପରିସରରେ ଯାଞ୍ଚ ଆରମ୍ଭ ହୋଇଯାଇଛି ।ସୂଚନା ମିଳେ ଯେ, ଦିଲ୍ଲୀ ହାଇକୋର୍ଟକୁ ଏକ ଇମେଲ୍ ମିଳିଥିଲା … Read more

ବିଶ୍ୱ ଭ୍ରମଣରେ ବାହାରିଲେ ୩ ସେନାର ମହିଳା ଅଧିକାରୀ

ନୂଆଦିଲ୍ଲୀ: ଆଗକୁ ଦଶହରା ଆସୁଥିବାରୁ, ଦେବୀ ଶକ୍ତିକୁ ଅନୁଭବ କରିବ ଧରଣୀ। ଏହି ଅବସରରେ ଆମ ଦେଶର ମହିଳାମାନେ ବି ବିଭିନ୍ନ ଦିଗରେ ପ୍ରତିନିଧିତ୍ୱ କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ତିନିଟି ସେବାର ପ୍ରଥମ ମହିଳା ସମୁଦ୍ର ଯାତ୍ରା ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆଗାମୀ ନଅ ମାସ ମଧ୍ୟରେ ତିନୋଟି ସେବାର ଦଶ ଜଣ ମହିଳା ଅଧିକାରୀ ପ୍ରାୟ ୨୬ ହଜାର ନଟିକାଲ୍ ମାଇଲ୍ ଦୂରତା ଅତିକ୍ରମ କରିବେ, ଯେଉଁଥିରେ ବିଶ୍ୱର … Read more

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ନିଲମ୍ବିତ

ଭୁବନେଶ୍ୱର: ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କଲା ବିଜେଡି । ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଉପସଭାପତି ପ୍ରତାପ ଜେନାଙ୍କ ଏକ ଚିଠି ଜରିଆରେ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି। ସୁଚନାଅନୁଯାଇ, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦଳ ବିରୋଧରେ ନିୟମିତଭାବେ ଅସନ୍ତୋ‌ଷ ଝାଡ଼ିଚାଲିଥିଲେ। ବିଜେଡି ଠିକ୍ … Read more