ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୦ରୁ ଅଧିକ ଓକିଲ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୦ରୁ ଅଧିକ ଓକିଲ । ୪୪ ଜଣ ଓକିଲ କୋର୍ଟରେ ଓକିଲାତିନାମା ଦାଖଲ କରିଥିବା ସୂଚନା ମିଳିଛି । ସେପଟେ ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନାଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି ପୋଲିସ । ଗତକାଲି ସେ ଥାନାରେ ଆତ୍ମସମର୍ପଣ କରିଥିଲେ । ତେବେ ଅନ୍ୟ ଏକ ତାରିଖରେ ହାଜର ହେବା ପାଇଁ ତାଙ୍କୁ ନୋଟିସ ଜାରି ହୋଇଥିବା ଜଣେ ପଦସ୍ଥ ପୋଲିସ ଅଧିକାରୀ … Read more

ବସ୍‌ରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲେ ୨୦ ଯାତ୍ରୀ

ହାଇଦ୍ରାବାଦ: ହାଇଦ୍ରାବାଦ-ବେଙ୍ଗାଲୁରୁ ରାଜପଥର କୁର୍ଣ୍ଣୁଲରେ ଏକ ବାଇକ ସହିତ ଧକ୍କା ହେବା ପରେ ହାଇଦ୍ରାବାଦ-ବେଙ୍ଗାଲୁରୁ ଏନ୍‌ଏଚ୍‌ ବସ୍‌ରେ ଲାଗିଲା ନିଆଁ। ଘଟଣାରେ ୨୦ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସୂଚନା ଅନୁସାରେ ବାଇକ୍‌ ସହ ଧକ୍କା ହେବାରୁ ବସ୍‌ରେ ହଠାତ୍ ଲାଗିଲା ନିଆଁ। ବସ୍‌ରେ ୪୨ ଜଣ ଯାତ୍ରୀ ଥିଲେ, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା ଏହି ବସ୍। ଆହୁରି ଅନେକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଖବର ଅନୁଯାଇ କୁହାଯାଉଛି … Read more

ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫କେଜି ଚାଉଳ, ଉପକୃତ ହେବେ ୨କୋଟି ୪୦ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର: ପୂର୍ବରୁ ୧୧ ଜିଲ୍ଲା ଓ ଏବେ ୧୯ ଜିଲ୍ଲାକୁ କାର୍ଡ ପ୍ରତି ୫ କେଜି ଅଧିକ ଚାଉଳ ଦେଲେ ସରକାର। ଏନେଇ ୧୯ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ଅତିରିକ୍ତ ଚାଉଳ ବଣ୍ଟନ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ରାସନ କାର୍ଡଧାରୀଙ୍କୁ ୫କେଜି ଅଧିକ ଚାଉଳ ମିଳିବ। ୧୯ ଜିଲ୍ଲାରେ ମୋଟ ୨ କୋଟି ୪୦ଲକ୍ଷ ହିତାଧିକାରୀ ଏଥିରେ … Read more

ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି । ରାଜଧାନୀର ୨୦ଟି ବଡ଼ ହାଟରେ ଲାଗୁହେବ ଏସ୍‌ଓପି । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ ।BMC ଅଧିକରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ହାଟରେ ଏନ୍‌ଫୋର୍ସମେଣ୍ଟ କଡାକଡ଼ି ହେବ, ଜରିପାଲ ଟାଣି ପାରିବେନି ଦୋକାନୀ । ଏକ ନମ୍ବର ମାର୍କେଟକୁ ମଡର୍ଣ୍ଣ ମାର୍କେଟ କରିବାକୁ ୧୮୬ … Read more

ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ। ୩୦ ଲକ୍ଷ ଟନର ଆଲୁମିନିୟମ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏକ ମାସ ଭିତରେ ଜମି ମିଳିବ। ଜମି ମିଳିଲେ ୩ ରୁ ୪ ମାସ ଭିତରେ କାମ ଆରମ୍ଭ ହେବ। ୩୦ ରୁ ୪୦ … Read more

ଜେଲରୁ ବାହାରିଲେ ଅମରେଶ ଜେନା

ଭୁବନେଶ୍ୱର: ଝାରପଡ଼ା ଜେଲରୁ ବାହାରିଲେ ବିଜେଡି କର୍ପୋରେଟର ଅମରେଶ ଜେନା । ଦୁଇ ମାସରୁ ଅଧିକ ଦିନ ଧରି ଜେଲରେ ଥିଲେ ଅମରେଶ ଜେନା। ଜେଲରୁ ବାହାରିବା ପରେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ ସମର୍ଥକମାନେ । ପୁଷ୍ପ ମାଲ୍ୟ ସହ ଆଳତି କରିଛନ୍ତି ମହିଳା ସମର୍ଥକ । ଏହାପରେ ବାଜା ବଜାଇ ବିରାଟ ପଟୁଆରରେ ଅମରେଶ ଜେନାଙ୍କୁ ପାଛୋଟି ନେଇଥିଲେ ଶୁଭେଛୁ । ଜେଲରୁ ବାହାରିବା ପରେ ଅମରେଶ କହିଛନ୍ତି ସାମାଜିକ ଓ ରାଜନୈତିକ ହତ୍ୟା … Read more

୮ ଜଣ ମନ୍ତ୍ରୀଙ୍କୁ ୮ଟି ଜୋନ୍ ଦାୟିତ୍ବ ଦେଲା ବିଜେପି

ନୂଆପଡା: ଉପନିର୍ବାଚନ ଜିତିବା ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ଯୋଜନା । ନୂଆପଡ଼ା ଉପନିର୍ବାଚନ ପାଇଁ ୮ ଜଣ ମନ୍ତ୍ରୀଙ୍କୁ ୮ଟି ଜୋନ୍ ଦାୟିତ୍ବ ଦେଲା ବିଜେପି । ବଞ୍ଜରୀ ଦାୟିତ୍ବରେ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସୁନାଦେଇ ଜୋନ୍ ଦାୟିତ୍ବରେ ରହିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ପାତାଳେଶ୍ୱର ପାଇଁ ମତ୍ସ୍ଯ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜୟଜଂଘା ପାଇଁ ଖାଦ୍ୟ … Read more

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ନୂଆ ଗାଇଡ଼ ଲାଇନ ଜାରି

ଭୁବନେଶ୍ୱର: ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ । ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚିବ । ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ସ୍ତରୀୟ … Read more

ନୂଆପଡା ଉପନିର୍ବାଚନ; ୫ ନାମାଙ୍କନ ପତ୍ର ନାକଚ

ଭୁବନେଶ୍ୱର: ନୂଆପଡା ବିଧାନସଭା ଉପନିର୍ବାଚନ ପୂର୍ବରୁ ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ମୋଟ ୫ଟି ନାମାଙ୍କନ ପତ୍ର ନାକଚ କରାଯାଇଛି ବୋଲି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ବୁଧବାର ସୂଚନା ଦେଇଛନ୍ତି। ଅଯୋଗ୍ୟ ଘୋଷଣା ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ବହୁଜନ ସମାଜ ପାର୍ଟି (ବିଏସପି) ପ୍ରାର୍ଥୀ ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ପ୍ରାର୍ଥୀ ସୀତାରାମ ବେହେରା ଏବଂ ତିନି ସ୍ୱାଧୀନ ପ୍ରାର୍ଥୀ – କମଳ କୁମାର ଛତ୍ରିଆ, ପୁରୁଷୋତ୍ତମ ବେହେରା ଏବଂ ଭୁଜବଳ ଆଦବାଙ୍ଗ। … Read more

ପୋଲିସ ସବ୍‌-‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତିର ସି.ବି.ଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇ କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶା ପୋଲିସ ସବ୍‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ ସି.ଆଇ.ଡିକୁ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସଂଧାନରୁ ଜଣାଯାଇଛି ଯେ ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ … Read more