ଟି-୨୦ ବିଶ୍ୱକପରୁ ବାଦ୍ ପଡିଲା ପାକିସ୍ତାନ

ନୂଆଦିଲ୍ଲୀ : ସୁପର-୮ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ୫ ରନରେ ହରାଇଛି । ହେଲେ ବିଜୟ ପରେ ବି ପାକିସ୍ତାନ ଚଳିତ ଟି-୨୦ ବିଶ୍ୱକପରୁ ବାଦ୍ ପଡିଛି । ଗ୍ରୁପ ବି ରୁ ଦ୍ୱିତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିରେ ପ୍ରବେଶ କରିଛି । ଶ୍ରୀଲଙ୍କା ହାରିବା ସହ ପାକିସ୍ତାନକୁ ସେମିରେ ପହଞ୍ଚିବାକୁ ଦେଇନି । ପାକିସ୍ତାନ ୨୧୨ ରନ କରିଥିଲେ ବି ଶ୍ରୀଲଙ୍କାକୁ ୧୪୭ ରନ ଭିତରେ ସୀମିତ ରଖିବାର ଥିଲା । ହେଲେ … Read more

ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଯୁଦ୍ଧ ଘୋଷଣା କଲା ଇରାନ

ତେହେରାନ : ଆମେରିକା ଓ ଇସ୍ରାଏଲର ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଛନ୍ତି l ଇରାନ ମଧ୍ୟ ଏହାର ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମାତୃଭୂମିର ରକ୍ଷା ପାଇଁ ଶତ୍ରୁପକ୍ଷକୁ ଉଚିତ ଶିକ୍ଷା ଦେବାର ସମୟ ଆସିଯାଇଛି। ଇରାନ ପକ୍ଷରୁ ସୌଦି ଆରବ, ଜର୍ଦ୍ଦାନ, ବାହାରିନ, କୁଏତ, କାତାର ଏବଂ ୟୁଏଇ (UAE) ରେ ଥିବା ଆମେରିକୀୟ ସୈନ୍ୟ ଘାଟିଗୁଡ଼ିକ ଉପରେ ଜୋରଦାର … Read more

ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ବିଜେଡି ରୁ ଟିକେଟ୍‌

ଭୁବନେଶ୍ୱର: ୨ ଜଣଙ୍କ ନାଁ ଘୋଷଣା କଲା ବିଜୁ ଜନତା ଦଳ। ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ରାଜ୍ୟସଭା ଟିକେଟ୍‌ । ରାଜ୍ୟସଭା ପ୍ରାର୍ଥୀ ପାଇଁ ଏହି ଦୁଇ ଜଣଙ୍କୁ ଚୟନ କଲେ ନବୀନ ପଟ୍ଟନାୟକ । ତେବେ ଏହି ଦୁଇ ଜଣଙ୍କ ନାଁ ଆଗରୁ ଚର୍ଚ୍ଚା ହେଉଥିଲା । ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୀତି ମାହୋଲ ପୁରା ଗରମ ରହିଛି । କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ … Read more

ଇଂରାଜୀ ନାମ ପରିବର୍ତ୍ତେ ଓଡ଼ିଆ ନାମର ବ୍ୟବହାର କରାଯିବ

ଭୁବନେଶ୍ୱର: ବ୍ରିଟିଶ୍ ଶାସନ କାଳରୁ ଓଡ଼ିଶାର ବିଭିନ୍ନ ସ୍ଥାନର ପ୍ରଚଳିତ ଭୁଲ୍ ନାମକରଣର ସଂଶୋଧନ ହେବ। ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର। ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ। ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ୍ ଏବଂ ତହସିଲ, ଯେଉଁଠି ବର୍ତ୍ତମାନ ସରକାରୀ ବ୍ୟବହାରରେ ଥିବା ଇଂରାଜୀ … Read more

ପିସିଆର କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି, ନିୟମ ଖିଲାପ କଲେ ସସପେଣ୍ଡ

ଭୁବନେଶ୍ୱର: ପିସିଆର କର୍ମଚାରୀଙ୍କ ମନମାନିରେ ଲାଗିଲା ତାଲା । ପୁଲିସ ସ୍କାନରରୁ ସେମାନେ ବର୍ତ୍ତିପାରିବେନି । ଯଦି କେହି ପିସିଆର କର୍ମଚାରୀ କର୍ତ୍ତବ୍ୟ ପାଳନରେ ଅବହେଳା କରନ୍ତି, ତେବେ ସିଧା ନିଲମ୍ବିତ ହେବ । ଚାକିରିରୁ ବହିଷ୍କୃତ ହେବା ପରେ ଜେଲ୍ ମଧ୍ୟ ଯିବାକୁ ପଡିପାରେ । ଅତିରିକ୍ତ ଆରକ୍ଷୀ ଆୟୁକ୍ତ (ଭିକ୍ଟୋର କଣ୍ଟ୍ରୋଲ ରୁମ୍) ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଯାହାର ଏକ କପି, ପ୍ରତି ପିସିଆର ଭ୍ୟାନ୍ ଭିତରେ ଛପାଯାଇଛି । ସେଥିରେ … Read more

ଭକ୍ତଦାସଙ୍କ ଦିଲ୍ଲୀ ଗସ୍ତ: ପାର୍ଥୀ ତାଲିକା ନେଇ ଦେଲେ ସୂଚନା

ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଦଳ ଗୁଡିକରେ ହଲଚଲ ଦେଖିବାକୁ ମିଳିଛି l ଶୁକ୍ରବାର ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଭକ୍ତ ଦାସ ବଡ଼ ସୂଚନା ଦେଇ କହିଛନ୍ତି, ୫ଟି ନାଁକୁ ନେଇ ଆଲୋଚନା ଚାଲିଛି। ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ।ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି, ପ୍ରାର୍ଥୀ ଫାଇନାଲ ହେବ। ତାଲିକାରେ … Read more

ବିକାଶ ମନ୍ଥନ ସମ୍ମିଳନୀ ୧. ୦: “ସମୃଦ୍ଧ ଓଡ଼ିଶା”: ରାଜ୍ୟର ଉଚ୍ଚ ଅଭିବୃଦ୍ଧି ପାଇଁ ବହୁମୁଖୀ ରୋଡମ୍ୟାପ୍ ପ୍ରସ୍ତୁତ

ଭୁବନେଶ୍ୱର: ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ‘ବିକାଶ ମନ୍ଥନ ୧.୦ – ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ’ ପରାମର୍ଶ ସମ୍ମିଳନୀ ର ପ୍ରଥମ ଦିନର ଚତୁର୍ଥ ତଥା ଶେଷ ଅଧିବେଶନର ଆଲୋଚନା “ସମୃଦ୍ଧ ଓଡ଼ିଶା” ପ୍ରସଙ୍ଗ ଉପରେ ପଯ୍ୟବସିତ ଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନେ ଶିଳ୍ପ ସମ୍ପ୍ରସାରଣ, ସେବା କ୍ଷେତ୍ରର ରୂପାନ୍ତରଣ, ସହରୀ ସଂସ୍କାର, ପରିବହନ କ୍ଷେତ୍ରରେ ଅନୁଷଙ୍ଗିକ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ମାଧ୍ୟମରେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ … Read more

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍‌ ଜେଟି ପାଇଁ ମିଳିଲା ମଞ୍ଜୁରୀ

ପାରାଦୀପ: ଓଡ଼ିଶାର ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ, ଆମୋନିଆ ଏବଂ ଅନ୍ୟାନ୍ୟ ତରଳ କାର୍ଗୋ ପରିବହନ ପାଇଁ ଏକ ଜେଟି ନିର୍ମାଣକୁ ଅନୁମୋଦନ କରିଛି କେନ୍ଦ୍ର । ଏଥିପାଇଁ ୭୯୭ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା ବିଲ୍ଡ-ଅପରେଟ-ଟ୍ରାନ୍ସଫର (ବିଓଟି) ଆଧାରରେ କାର୍ଯ୍ୟକାରୀ କରାଯିବ। ପ୍ରସ୍ତାବିତ ପ୍ରକଳ୍ପରେ ବାର୍ଷିକ ୪ ନିୟୁତ ଟନ୍ ମାଲ ପରିଚାଳନା କ୍ଷମତା ରହିବ। ପାରାଦୀପ ବନ୍ଦରକୁ ଏକ ସବୁଜ ଶକ୍ତି କାର୍ଗୋ … Read more

ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗ ଦେବେ ଅମିତ ଶାହ

ଭୁବନେଶ୍ୱର: ଆସନ୍ତା ମାସ ମାର୍ଚ୍ଚ ୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶାହ ମାର୍ଚ୍ଚ ୫ ତାରିଖ ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଁଚିବେ । ୬ ତାରିଖ ପୂର୍ବାହ୍ନରେ କଟକ … Read more

ଆଫଗାନିସ୍ତାନ ବିରୋଧରେ ‘ଯୁଦ୍ଧ ଘୋଷଣା’ କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ଇସିଲାମାବାଦ: ଗୁରୁବାର ପାକିସ୍ତାନ ସୀମାରେ ଜୋରଦାର ଆକ୍ରମଣ କରିଛି ଆଫଗାନିସ୍ତାନ । ଏକାଧିକ ପାକ୍ ପୋଷ୍ଚ୍ କୁ ଧ୍ୱଂସ କରିଦେଇଛି । ଯେଉଁଥିଲେ ପାକ୍ ଆର୍ମୀର ଅନେକ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି । ପାକିସ୍ତାନ ମଧ୍ୟ ଏହାର ପାଲଟା ଜବାବ ଦେଇଛି । ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ଦକ୍ଷିଣ କାନ୍ଦାହାରରେ ପାକ୍ ତରଫରୁ ଆକ୍ରମଣ କରାଯାଇଛି । ଦୁଇ ଦିନ ତଳେ ପାକିସ୍ତାନ ଆଫଗାନ୍ ସୀମାରେ ଏୟାରଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ୭୦ରୁ … Read more