୩୨୫ କୋଟି ଟଙ୍କାର GST ଠକେଇ ମାମଲାର ମାଷ୍ଟରମାଇଣ୍ଡ ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍‌ ଗିରଫ

ଭୁବନେଶ୍ୱର: ଓଡ଼ିଶାର ଛୋଟ ଛୋଟ ବ୍ୟବସାୟୀଙ୍କ ଜିଏସ୍‌ଟି ନମ୍ବରକୁ ବ୍ୟବହାର କରି ୩୨୫ କୋଟି ଟଙ୍କା ଜିଏସ୍‌ଟି ଠକେଇ କରିଥିବା ବଡ଼ ରାକେଟ୍‌ କୁ କେନ୍ଦ୍ରୀୟ ଜିଏସ୍‌ଟି ଗୁଇନ୍ଦା ବିଭାଗ ଠାବ କରିଛି। ମାଷ୍ଟରମାଇଣ୍ଡ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍‌ ଯୋଗେଶ୍ ଜିଗିୱାଲାଙ୍କୁ ଜିଏସ୍‌ଟି ଗୁଇନ୍ଦା ବିଭାଗ ମୁମ୍ବାଇରୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ମୁମ୍ବାଇରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ଵର ଅଣାଯାଇଥିଲା। ଭୁବନେଶ୍ଵରରେ ପହଞ୍ଚିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ … Read more

ବାଲିଯାତ୍ରାର ଖାଦ୍ୟ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ରେଡ୍

କଟକ: ଆଜି ସକାଳୁ ସକାଳୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍‌ ମଧ୍ୟ କଟାଯାଇଛି ।ଖବର ଅନୁଯାୟୀ, କଟକରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ୨୦୨୫ । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ଲୋକଙ୍କ ଭିଡ଼ ଜମିଛି । ପ୍ରତିଦିନ ହଜାର … Read more

୩ ସେବାୟତଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ :ଗତମାସରେ ଶ୍ରୀମନ୍ଦିରର ବାହାର କାଠ ନିକଟରେ ଯାତ୍ରୀମାନଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଯାହା ଶ୍ରୀମନ୍ଦିରର ଶୃଙ୍ଖଳା, ସୁରକ୍ଷା ଓ ଗରିମାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏଣୁ ସୁଆର ବଡୁ ସେବକ ନାରାୟଣ ପଣ୍ଡା ଏବଂ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ର ୨୧ (କ) ଧାରା ଅନୁଯାୟୀ ଦୁଇ ମାସ ପାଇଁ … Read more

ସାଇଲେନ୍ସ ଆୱାର ପାଇଁ ଗାଇଡଲାଇନ୍ ଜାରି

ନୂଆପଡା : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର ଏସ ଗୋପାଳନ , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ପ୍ରମୋଦ ସାହୁ ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀପ୍ରସାଦ ସାହୁ ଶୁକ୍ରବାର ଦିନ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଉପନିର୍ବାଚନରେ ଭୋଟରଙ୍କୁ ନିରପେକ୍ଷ ନିଷ୍ପତ୍ତି ନେବା ପାଇଁ ସୁଯୋଗ ଦେବା ନିମନ୍ତେ ନିର୍ବାଚନ ଆୟୋଗ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି । ୧୧ତାରିଖରେ ଭୋଟଗ୍ରହଣ ଶେଷ ହେବାର ୪୮ଘଣ୍ଟା ପୂର୍ବରୁ … Read more

ନବୀନଙ୍କ ନୂଆପଡ଼ା ଗସ୍ତକୁ ନେଇ ଶ୍ରୀମୟୀଙ୍କ ସମାଲୋଚନା

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତକୁ ନେଇ ଶ୍ରୀମୟୀ ମିଶ୍ର ସମାଲୋଚନା କରିଛନ୍ତି। ଶୁକ୍ରବାର ଦିନ ନୂଆପଡ଼ା କ୍ୟାମ୍ପେନକୁ ଯାଉଥିବାବେଳେ ନବୀନଙ୍କ ଏକ ଭିଡିଓ ପୋଷ୍ଟ କରି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ। ଭିଡିଓରେ ନବୀନ ଏୟାରପୋର୍ଟରେ ଧୀରେ ଧୀରେ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଛି। ଭିଡିଓରେ ନବୀନଙ୍କୁ ୨ ଜଣ ପିଏସଓ ହାତ ଧରି ନେଉଛନ୍ତି । ସେହି ଭିଡିଓକୁ ସେୟାର କରି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି, ଯଦି ନବୀନଙ୍କ ପୁଅ,ଝିଅ … Read more

ନୂଆପଡ଼ା ଯିବାପାଇଁ ନବୀନଙ୍କ ହେଲିକପ୍ଟରକୁ ବିଳମ୍ବରେ ମିଳିଲା ଅନୁମତି

ନୂଆପଡା: ନବୀନଙ୍କ ହେଲିକପ୍ଟରକୁ ବିଳମ୍ବରେ ମିଳିଲା ଅନୁମତି । ଭୁବନେଶ୍ବର ଏୟାରପୋର୍ଟରୁ କ୍ଲିଅରାନ୍ସ ପାଇବାରେ ୧ ଘଣ୍ଟାରୁ ଅଧିକ ବିଳମ୍ବ ହେଲା । ଫଳରେ ୧ ଘଣ୍ଟା ୧୦ ମିନିଟ ବିଳମ୍ବରେ ନବୀନ ନୂଆପଡ଼ା ଯାତ୍ରା କରିଥିଲେ । ହେଲିକପ୍ଚର ଉଡ଼ାଣରେ ଅନୁମତି ବିଳମ୍ବ ପଛରେ ଷଡଯନ୍ତ୍ର ଅଭିଯୋଗ ଆଣିଛି ବିଜେଡି । ଖରିଆର ରୋଡ୍ ରୁ ନୂଆପଡ଼ା ଏନଏସି ପର୍ଯ୍ୟନ୍ତ ରୋଡ୍ ସୋ କରିବେ ନବୀନ । ବାଟରେ ୬ଟି ସ୍ଥାନରେ ଜନସାଧାରଣଙ୍କୁ ଉଦବୋଧନ ଦେବା … Read more

ବିଏମ୍‌ସିର ଯୋଜନା ରାଜଧାନୀରେ ହେବ ପଥ ଉତ୍ସବ..

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ମାସରେ ପଥ ଉତ୍ସବ କରିବାକୁ ବିଏମ୍‌ସି ଯୋଜନା କରୁଛି । ତା ପୂର୍ବରୁ ଆସନ୍ତା ୧୬ ତାରିଖରେ ମାଷ୍ଟର କ୍ୟାଣ୍ଟିନ୍‌ରେ ଷ୍ଟ୍ରିଟ୍‌ କାର୍ନିଭାଲ ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍‌ (IIA) ଏବଂ ବିଏମ୍‌ସିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯିବ । ଏହି ଷ୍ଟ୍ରିଟ୍‌ କାର୍ନିଭାଲ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ । ଏଥିରେ ୩ଡି ଆର୍ଟ, ଫ୍ୟାସନ ସୋ, … Read more

ଉତ୍ତରାଖଣ୍ଡରେ ଓଡ଼ିଆ ଝିଅ ହତ୍ୟା ଘଟଣା…

ଭୁବନେଶ୍ୱର: ଉତ୍ତରାଖଣ୍ଡ ଲାଲପୁରରେ ରହି ପଢ଼ୁଥିବା ଜଣେ ଓଡ଼ିଆ ଛାତ୍ରୀକୁ ହତ୍ୟା ଅଭିଯୋଗ ହୋଇଛି। ସେ ହେଲେ ରାୟଗଡ଼ା ଜିଲ୍ଲା ଜେକେପୁରର ସୃଷ୍ଟି ଶର୍ମା(୨୩)। ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ତାଙ୍କୁ ହତ୍ୟା କରି ମୃତଦେହକୁ ଚଦରରେ ଗୁଡ଼ାଇ ଇଟା ଓ ପଥର ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ନଦୀରୁ ମୃତଦେହ ଲାଲପୁରର ପୁଲିସ ଉଦ୍ଧାର କରି ଅଭିଯୁକ୍ତ ଅମିତ କୁମାର ସିଂହକୁ ଗିରଫ କରିଛି। ସୃଷ୍ଟି ଉତ୍ତରାଖଣ୍ଡର ଲାଲପୁରର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ … Read more

ବିହାରରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ

ବିହାର: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ମୋଟ ୧୩୧୪ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା।ଗୁରୁବାର ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ କେତେକ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡକୁ ଆକ୍ରମଣ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସମୀକ୍ଷା କରୁଥିବା ସମୟରେ ବହୁ ସଂଖ୍ୟକ … Read more

ପତଞ୍ଜଳିକୁ ଦିଲ୍ଲୀ ହାଇକୋର୍ଟଙ୍କ ସମାଲୋଚନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ପରେ ଏବେ ହାଇକୋର୍ଟ ବିବାଦୀୟ ବିଜ୍ଞାପନ ପାଇଁ ରାମଦେବ ବାବାଙ୍କ ପତଞ୍ଜଳି କମ୍ପାନୀକୁ ସମାଲୋଚନା କରିଛନ୍ତି। ଏଥର ଚ୍ୟବନପ୍ରାସ ବିଜ୍ଞାପନକୁ ନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟ କମ୍ପାନୀ ଉପରେ କଡ଼ା ଟିପ୍ପଣୀ କରିଛନ୍ତି। ଅନ୍ୟ କମ୍ପାନୀର ଚ୍ୟବନପ୍ରାସକୁ ଆପଣ କିଭଳି ଧୋକା ଭାବେ ଦର୍ଶାଇପାରିବେ? ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଆପଣଙ୍କ ଭାଷାରେ ଅନ୍ୟ କମ୍ପାନୀମାନେ ଠକେଇ କରୁଛନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ ପତଞ୍ଜଳିକୁ ପ୍ରଶ୍ନ କରିଛନ୍ତି। ଏନେଇ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ … Read more