ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ର ପ୍ରସ୍ତୁତି: କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ଆୟୋଜନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଭାରତୀୟ ଖେଳ ପ୍ରାଧିକରଣର ଆଞ୍ଚଳିକ କାର୍ଯ୍ୟାଳୟ, କୋଲକାତାଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂରଜ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫିଟ୍ ଇଣ୍ଡିଆ ମିଶନ ଅଧୀନରେ … Read more

ଆରମ୍ଭ ହେଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବୋର୍ଡ ପରୀକ୍ଷା: ଜାତୀୟ ଶିକ୍ଷା ନୀତି ଅନୁସାରେ ରହିଛି ପାସଫେଲ ବ୍ୟବସ୍ଥା

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ଅନୁସାରେ ଏଥର ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ରହିଛି ପାସଫେଲ ବ୍ୟବସ୍ଥା । ପ୍ରଥମ ଥର ପାଇଁ ଏଥର ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀ ଦେଇଛନ୍ତି ବୋର୍ଡ ପରୀକ୍ଷା । ପାସ ପାଇଁ ଦରକାର ୩୦ପ୍ରତିଶତ ମାର୍କ । କମ୍ ନମ୍ବର ରଖିଲେ ଫେଲ୍ । ଆଉ ଫେଲ ହେଲେ ୬ ସପ୍ତାହ ଭିତରେ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା । ସକାଳ ୭ଟାରୁ ୯ଟା ଏବଂ ୯ଟା ୩୦ରୁ ୧୧ଟା ୩୦ ଦୁଇଟି … Read more

ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ତଦନ୍ତ ଗୁଡିକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଏଏସ୍ (କନିଷ୍ଠ ବର୍ଗ) ଏବଂ ଓଆରଏସ୍ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବକେୟା ଥିବା ତଦନ୍ତ ରିପୋର୍ଟଗୁଡିକ ଶୀଘ୍ର ଦାଖଲ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏ ସଂକ୍ରାନ୍ତରେ ସମସ୍ତ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, କନ୍ଧମାଳର ଜିଲ୍ଲା ପରିଷଦମାନଙ୍କର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ … Read more

ସଚିବାଳୟରେ ବଡ଼ବାବୁଙ୍କ ପଦବୀ ସହ ଖାଲି ପଡ଼ିଛି ଅନେକ ପଦବୀ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଭବନରେ ବଡ଼ ବାବୁଙ୍କ ପଦବୀ ଖାଲି ପଡିଛି। ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସଚିବାଳୟର ବିଭିନ୍ନ ବର୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି । ସବୁଠାରୁ ଅଧିକ ୩୬୫ଟି ଉପବିଭାଗ ଅଧିକାରୀ (Section Officer) ଏବଂ ୩୪୮ଟି ସହକାରୀ ଉପବିଭାଗ ଅଧିକାରୀ (ASO) ପଦବୀ ଶୂନ୍ୟ ରହିଛି। ଏହା ବ୍ୟତୀତ ୧୦୫ ଜଣ ଅନୁଶାସନ ସଚିବ, ଜଣେ … Read more

ବିଧାନସଭାରେ ନୂଆ ସବ୍‌-ଟ୍ରେଜରୀକୁ ନେଇ ପ୍ରଶ୍ନ,ଉତ୍ତର ରଖିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଗୃହରେ ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଜାରି ରହିଛି। ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ପ୍ରଶ୍ନକାଳ ମଧ୍ୟରେ ସବ୍-ଟ୍ରେଜରୀକୁ ନେଇ କିଛି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍‌-ଟ୍ରେଜରୀ। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ‘ଏବେ ସବୁ ଟ୍ରେଜରୀ କାମ ଅନ୍‌ଲାଇନ ମାଧ୍ୟମରେ ହେଉଛି। … Read more

ଇରାନର ସର୍ବୋଚ୍ଚ ନେତା ହେଲେ ମୋଜତାବା ଖାମେନି

ତେହେରାନ: ଆୟାତୋଲ୍ଲା ଅଲି ଖାମେନିଙ୍କ ପୁଅ ମୋଜତାବା ଖାମେନିଙ୍କୁ ଦେଶର ନୂତନ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଛି। ଇରାନର ବିଶେଷଜ୍ଞ ସଭା ତାଙ୍କ ପିତାଙ୍କ ମୃତ୍ୟୁର କିଛି ଦିନ ପରେ ଏହି ନିଷ୍ପତ୍ତି ନେଇଛି। ଇରାନର ୮୮ସଦସ୍ୟ ବିଶିଷ୍ଟ ଧାର୍ମିକ ସଂସ୍ଥା, ବିଶେଷଜ୍ଞ ସଭା, ମୋଜତାବା ଖାମେନିଙ୍କୁ ନିର୍ଣ୍ଣାୟକ ଭୋଟ” ଦ୍ୱାରା ତୃତୀୟ ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ କରିଛି। ସେ ବର୍ତ୍ତମାନ ତାଙ୍କ ପିତା ଆୟାତୋଲ୍ଲା ଖାମେନିଙ୍କ ଉତ୍ତରାଧିକାରୀ ହୋଇଛନ୍ତି। ଅଲ ଜାଜିରା ଅନୁଯାୟୀ, ନାମ … Read more

ନବୋଦୟ ବିଦ୍ୟାଳୟର ୩ ଜଣ କର୍ମଚାରୀ ନିଲମ୍ବିତ

କୋରାପୁଟ: କୋଲାବ ଜଳଭଣ୍ଡାରରେ ୩ ଜଣ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହେବା ଘଟଣାରେ କର୍ତ୍ତୃପକ୍ଷ ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେମାନେ ହେଲେ ପଦାର୍ଥ ବିଜ୍ଞାନ ଶିକ୍ଷକ ଚମନ୍ କୁମାର, କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ରାହୁଲ ସିଂ ଓ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀର ଈଶ୍ଵର । ନବୋଦୟ ବିଦ୍ୟାଳୟର ଭୋପାଳ ସ୍ଥିତ ଆଞ୍ଚଳିକ ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିଦ୍ୟାଳୟର ଅଧକ୍ଷା ସୂଚନା ଦେଇଛନ୍ତି l … Read more

ଟି୨୦ କ୍ରିକେଟ ବିଶ୍ୱକପ ଚାମ୍ପିୟାନ ହେଲା ଭାରତ

ନୂଆଦିଲ୍ଲୀ: ଅହମ୍ମଦାବାଦ ର ନରେନ୍ଦ୍ର ମୋଦି ଷ୍ଟାଡିଅମ ରେ ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଟି୨୦ କ୍ରିକେଟ ବିଶ୍ୱକପ ଚାମ୍ପିୟାନ ହୋଇଛି ଭାରତ l ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ଇଶାନ କିଶନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୫୫ ରନ କରିଥିଲା। ଟି୨୦ ବିଶ୍ୱକପ ଫାଇନାଲରେ ଏହାଥିଲା ସର୍ବାଧିକ ସ୍କୋର। ୨୫୬ ରନ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ୧୯ ଓଭରରେ … Read more

ଓଡିଶାକୁ ଦୁର୍ନୀତି ମୁକ୍ତ କରିବାକୁ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଉଛି। ବିଶେଷ କରି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଅଧିକ ପରିଲକ୍ଷିତ ହେଉଛି। ତେଣୁ ସବୁବେଳେ ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତି ନକରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଦୁର୍ନୀତିର ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ମଧ୍ୟ କରାଯାଉଛି। ଏବେ ଦୁର୍ନୀତି ନକରିବାକୁ ଅଧିକାରୀ, କର୍ପୋରେଟର, ମେୟରମାନଙ୍କୁ ମନ୍ତ୍ରୀଙ୍କ ଚେତାବନୀ ଦିଆଯାଇଛି। ଦୁନୀତିରେ ଲିପ୍ତ ନହେବା ପାଇଁ ୟୁଏଲବି ବୈଠକରେ ଗୃହ ଓ ନଗର ଉନ୍ନୟନ … Read more

ଇରାନର ତୈଳ ଭଣ୍ଡାର ଉପରେ ଆମେରିକା ଓ ଇସ୍ରାଏଲର ବୋମା ମାଡ

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଆଉ ଏକ ବଡ ହମଲା କରିଛି । ମିଳିଥିବା ରିପୋର୍ଟ ଅନୁସାରେ, ଇସ୍ରାଏଲ ଏଥର ତେହରାନର ତେଲ ଭଣ୍ଡାରକୁ ଟାର୍ଗେଟ୍ କରିଛି । ଏହା ଦ୍ୱାରା ଇରାନର ଘରୋଇ ଯୋଗାଣ ଉପରେ ବଡ ପ୍ରଭାବ ପଡିପାରେ । ଯଦ୍ୱାରା ଏହି ଦେଶ ଆତ୍ମ ସମର୍ପଣ କରିବ । ତେଣୁ ଆମେରିକା ଓ ଇସ୍ରାଏଲ ଇରାନର ୧୨ରୁ ଅଧିକ ତେଲ ଟ୍ୟାଙ୍କର ଉପରେ ହମଲା କରିଛି । ଏହି ହମଲାରେ ଇରାନର ଲଜିଷ୍ଟିକ, … Read more