ଓଡ଼ିଶାର ଅନ୍ତରୀଣ ଡିଜିପି ହେଲେ ବିନୟତୋଷ ମିଶ୍ର

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ। ୧୯୯୩ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀଙ୍କୁ ଓଡ଼ିଶାର ଅନ୍ତରୀଣ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ଦିଆଯାଇଛି। ସମ୍ପ୍ରତି କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଶ୍ରୀ ମିଶ୍ରଙ୍କୁ ଡିଜିପି ପଦର ଅତିରିକ୍ତ ଦାୟିତ୍ୱ ହସ୍ତାନ୍ତର ନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଆସନ୍ତା ୧୬ ତାରିଖରେ ବର୍ତ୍ତମାନର ଡିଜିପି ୱାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ, ତାଙ୍କ ପରେ ଶ୍ରୀ … Read more

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ:୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀଙ୍କ ଅଂଶଗ୍ରହଣ

କଟକ: ସମାଜରେ ବଢ଼ୁଥିବା ସାଇବର ଅପରାଧର ମୁକାବିଲା କରିବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବାନ ଡିଜିଟାଲ୍ ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ ଶୁକ୍ରବାର ଦିନ ଏକ ବୃହତ୍ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ବ୍ୟାପକ … Read more

ନବୀନ ନିବାସରେ ବିଜେଡିର ବୈଠକ ଅନୁଷ୍ଠିତ:ସରକାରଙ୍କୁ ସମାଲୋଚନା କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି l ବୈଠକ ପରେ ପ୍ରମିଳା ମଲ୍ଲିକ ରାଜ୍ୟର ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ସରକାର ସମୟରେ ଭାଗଚାଷୀମାନେ ସୁବିଧାରେ ପଞ୍ଜୀକରଣ କରୁଥିଲେ କିନ୍ତୁ ବର୍ତ୍ତମାନର ସରକାର ଭାଗଚାଷୀଙ୍କ ସେହି ଅଧିକାରକୁ ଛଡ଼ାଇ ନେଇଛନ୍ତି। ସରକାର ଚାହୁଁନାହାନ୍ତି ଯେ ଚାଷୀମାନେ ଅଧିକ ଅମଳ କରନ୍ତୁ। ତେଣୁ ପୂର୍ବଭଳି ସହଜରେ ଭାଗଚାଷୀଙ୍କ ପଞ୍ଜୀକରଣ ବ୍ୟବସ୍ଥା … Read more

ଇଣ୍ଡିଗୋ ବିମାନ ବାତିଲ ପରେ ଭୁବନେଶ୍ୱର ବିମାନବନ୍ଦରରେ ମହିଳାଙ୍କ ହଙ୍ଗାମା

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରଠାରେଏକ ଇଣ୍ଡିଗୋ ବିମାନ ବାତିଲ ହେବା ପରେ ଜଣେ ମହିଳା ଯାତ୍ରୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ବିଳମ୍ବ ହେବା ସହ ପରେ ବାତିଲ ହୋଇଥିଲା, ଯାହା ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣକ ନିଜ ପୁଅର ଚିକିତ୍ସା ପାଇଁ କୋଲକାତା ଯିବାର ଥିଲା । ତେବେ ବିମାନ ବାତିଲ ହେବା ଖବର ଶୁଣି ସେ ଉତ୍ତ୍ୟକ୍ତ ହୋଇପଡିଥିଲେ। କ୍ରୋଧାନ୍ୱିତ ହୋଇ … Read more

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି, ହୃଦରୋଗ ବିଭାଗରେ ଚିକିତ୍ସାଧୀନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି | ସେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତତ୍କାଳ ଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ହେବାରୁ ହୃଦରୋଗ ବିଭାଗରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତତ୍କାଳ ଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଛି। ଶ୍ରୀ … Read more

ପୁଲିସ ସେବା ପୁରସ୍କାର-୨୦୨୬; ସଂଜୀବ ପଣ୍ଡା ଓ ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ୨୦୨୬ ବର୍ଷର ପୋଲିସ ସେବା ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶାର ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ବିଭିନ୍ନ ବର୍ଗରେ ପୁରସ୍କୃତ ହେବେ। ଏହି ତାଲିକା ଅନୁସାରେ, ୫ ଜଣଙ୍କୁ ସାହାସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ। ADG ପାହ୍ୟା ଅଧିକାରୀ ସଂଜୀବ ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ। DSP ପାହ୍ୟାର ଅଧିକାରୀ ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ୟ ମିଳିବ ରାଷ୍ଟ୍ରପତି ପଦକ। ସୂଚନା ଅନୁସାରେ, … Read more

ଶକ୍ତି ବିଭାଗର ପ୍ରସ୍ତାବିତ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ୨୦୩୦ ସୁଦ୍ଧା ସମସ୍ତଙ୍କୁ ମିଳିବ ଗୁଣାତ୍ମକ ବିଦ୍ୟୁତ ସେବା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନ ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା ଶକ୍ତି ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ବର୍ତ୍ତମାନ ରାଜ୍ୟରେ ୨୧୦ଟି ଗ୍ରୀଡ୍‌ ସବ୍‌ଷ୍ଟେସନ୍ କାର୍ଯ୍ୟକ୍ଷମ ଅଛି । ସେଥିମଧ୍ୟରୁ ଗତ ୨ ବର୍ଷ ମଧ୍ୟରେ ୧୫ଟି ନୂଆ ଗ୍ରୀଡ୍‌ ସବ୍‌ଷ୍ଟେସନ୍ ସ୍ଥାପନ କରାଯାଇଛି। ସେହିଭଳି ୨ ବର୍ଷ ମଧ୍ୟରେ ୭୮୮.୯୯ ସର୍କିଟ୍‌ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ … Read more

ନିର୍ମାଣାଧୀନ ସୁଡ଼ଙ୍ଗରେ ପାଣି ପଶିଯିବାରୁ ୭ ଶ୍ରମିକ ମୃତ,୧୪ ଆହତ

ଉତ୍ତରାଖଣ୍ଡ: ଚମୋଲିରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭିତରେ ପାଣି ପସିଯିବାରୁ ସୁଡ଼ଙ୍ଗରେ କାମ କରୁଥିବା ୭ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୪ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଦୁର୍ଘଟଣା ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିଲା । ହଠାତ୍ ଆବର୍ଜନା ଭର୍ତ୍ତି ପାଣି ସୁଡ଼ଙ୍ଗ ଭିତରକୁ ପସି ଯାଇଥିଲା ଯାହାଫଳରେ ପାଖାପାଖି ୨୨ ଜଣ ଶ୍ରମିକ ସୁଡଙ୍ଗ ଭିତରେ ଫସି ଯାଇଥିଲେ । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା, ରାଜ୍ୟ ବିପର୍ଯ୍ୟୟ … Read more

ଓଡ଼ିଶା DGP ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୟୁନିଅନ ପବ୍ଲିକ ସର୍ଭିସ କମିଶନକୁ ଓଡ଼ିଶା DGP ଚୟନ ପ୍ରକ୍ରିୟାକୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଆଗକୁ ନବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ସାମାଜିକ କର୍ମୀ ଜୟନ୍ତ ଦାସ ଏହି PIL ଦାଖଲ କରିଛନ୍ତି । ଯାହା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି କରି ଏହି ରାୟ ଦେଇଛନ୍ତି । ସୂଚନା ଥାଉ କି, UPSC ପକ୍ଷରୁ ଆଜି DGP ଚୟନ ପାଇଁ … Read more

କଟକରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ୫ ଗିରଫ, ଜଣେ ଫେରାର

କଟକ: ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ କଟକ ନିଶ୍ଚିନ୍ତକୋଇଲି ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାର ତଦନ୍ତ ପାଇଁ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ମୋଟ୍ ଚାରୋଟି ଟିମ୍ ଗଠନ ହୋଇଥିବା ବେଳେ ଉଭୟ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା କଟକ ଜିଲ୍ଲା ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏହି ଗଣ … Read more