December 6, 2025 3:43 pm

ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ନୂଆଦିଲ୍ଲୀ: ଏସିଆ କପ୍‌ କ୍ରିକେଟ୍‌ର ସୁପର ୪ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ ହୋଇଛି । ପାକିସ୍ତାନକୁ ପୁଣି ଥରେ ଭାରତ ପରାସ୍ତ କରିଛି । ଟସ୍‌ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଓପନିଂ ବ୍ୟାଟର୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ମାତ୍ର ଭାରତ ବୋଲରମାନ ପାକିସ୍ତାନର ମିଡିଲ୍‌ ଅଡର୍‌କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ପାକିସ୍ତାନର ଓପନର୍‌ ସାହିବଜାଦା ଫରହାନ୍‌ ସର୍ବାଧିକ ୫୮ ରନ୍‌ କରିଥିଲେ । ଅନ୍ୟ କୌଣସି ବ୍ୟାଟର୍‌ ଏତେ ଭଲ ଖେଳର ପ୍ରଦର୍ଶନ କରିପାରି ନଥିଲେ । ଭାରତର ଶିବମ୍‌ ଦୁବେ ୨ଟି ଓ୍ୱିକେଟ୍‌ ନେଇଥିବା ବେଳେ ହାର୍ଦିକ ପାଣ୍ଡ୍ୟା ଓ କୁଳଦୀପ ଜାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ । ୨୦ ଓଭର୍‌ରେ ପାକିସ୍ତାନ ୫ ଓ୍ୱିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା । ଏହାର ଜବାବରେ ଭାରତର ଓପନର୍‌ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଓପନର୍‌ ଅଭିଷେକ୍‌ ଶର୍ମା ସର୍ବାଧିକ ୭୪ ରନ୍‌ କରିଥିଲେ । ଶୁଭମନ୍‌ ଗିଲ୍‌ ୪୭ ରନ୍‌ର ଯୋଗଦାନ କରିଥିଲେ । ଭାରତ ୧୮.୫ ଓଭର୍‌ରେ ୪ ଓ୍ୱିକେଟ୍‌ ହରାଇ ୧୭୪ ରନ୍‌ ସଂଗ୍ରହ କରିଥିଲା। ୬ ଓ୍ୱିକେଟ୍‌ରେ ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୋଇଛି ।