February 26, 2026 11:10 pm

ଅଲ-ଫଲାହ ୟୁନିଭର୍ସିଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ରଦ୍ଦ ହେଲା’ଏଆଇୟୁ’ ସଦସ୍ୟତା

ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ହୋଇଥିବା ଆତଙ୍କବାଦୀ ବିସ୍ଫୋରଣକୁ ନେଇ ଅଲ-ଫଲାହ ୟୁନିଭର୍ସିଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆସୋସିଏସନ ଅଫ ଇଣ୍ଡିଆନ ୟୁନିୟନ (ଏଆଇୟୁ) ହରିୟାଣାର ଫରିଦାବାଦସ୍ଥିତ ଅଲ-ଫଲାହ ୟୁନିଭର୍ସିଟିର ସଦସ୍ୟତା ରଦ୍ଦ କରିଦେଇଛି। ଏଣୁ ଅଲ-ଫଲାହକୁ ତତ୍କାଳ ପ୍ରଭାବରେ ଏଆଇୟୁର ଲୋଗୋ ହଟେଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୟୁନିଭର୍ସିଟିର କେତେକ ଡାକ୍ତରଙ୍କୁ ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ଯାଞ୍ଚ ଏଜେନ୍ସୀ ଗିରଫ କରିଛନ୍ତି। ଅଲ-ଫଲାହ ୟୁନିଭର୍ସିଟି ତା ୱେବସାଇଟ୍ ରେ ପାଠ୍ୟକ୍ରମକୁ ନେଇ ଭୂଲ ସୂଚନା ପ୍ରସାରଣ କରୁଥିବା ଯୋଗୁ ତଦନ୍ତର ସମ୍ମୁଖୀନ ହୋଇଛି। ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ୟୁନିଭର୍ସିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଥି ପାଇଁ ପ୍ରମାଣକୁ ଅପେକ୍ଷା କରାଯାଇଥିବା ଏନଏମସି କହିଛନ୍ତି। ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଏସନ କାଉନସିଲ (ଏନଏଏସି) ମଧ୍ୟ ୟୁନିଭର୍ସିଟିକୁ ନିଜ ୱେବସାଇଟରେ ଭୁଲ ମାନ୍ୟତା ପ୍ରଦର୍ଶିତ କରିବା କାରଣରୁ ନୋଟିସ୍ ଜାରି କରିଛି ।ୟୁନିଭର୍ସିଟିର ଏନଏଏସି ମାନ୍ୟତା ନଥିବା ବେଳେ ଏଥି ପାଇଁ ଆବେଦନ ମଧ୍ୟ କରି ନାହିଁ। ହେଲେ ୱେବସାଇଟରେ ଏନଏଏସି ସ୍ୱୀକୃତି ଥିବା ପ୍ରଦର୍ଶିତ କରୁଛି। ଲାଲକିଲ୍ଲା ବିସ୍ଫୋରଣ ପରେ ଫରିଦାବାଦର ଅଲ-ଫଲାହ ୟୁନିଭର୍ସିଟି ର ଡାକ୍ତରଙ୍କ ଗିରଫ ଯୋଗୁ ତଦନ୍ତ ପରିସରକୁ ଆସିଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏହି ୟୁନିଭର୍ସିଟିର ଫଣ୍ଡିଂ ନେଇ ତଦନ୍ତ ଆରମ୍ଭ କରିଛି l