December 6, 2025 3:53 pm

ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି…

କେରଳ: କୋଚିରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏ ଆଇ ୫୦୪ ରେ ରବିବାର ବିଳମ୍ୱିତ ରାତିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ବିମାନଟି ଦିଲ୍ଲୀ ପାଇଁ ଉଡ଼ାଣ ଭରିବାକୁ ରହିଥିଲା । କିନ୍ତୁ ଟେପଅପ୍ କରିବାର କିଛି ସମୟ ପୂର୍ବରୁ ପାଇଲଟ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ । ଏହାପରେ ପାଇଲଟ ତୁରନ୍ତ ଏଟିସି ସହିତ ସଂପର୍କ କରିବା ପରେ ଟେକଅପ୍ କରିନଥିଲେ । ଖବର ମୁତାବକ, କେରଳର କୋଚିରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏ ଆଇ ୫୦୪ରେ ରବିବାର ବିଳମ୍ୱିତ ରାତିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ବିମାନଟି ଦିଲ୍ଲୀ ପାଇଁ ଉଡ଼ାଣ ଭରିବାକୁ ରହିଥିଲା । କିନ୍ତୁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପାଇଲଟ୍ ଏକ ସମସ୍ୟା ଲକ୍ଷ୍ୟ କରିଥିଲେ । ପାଇଲଟ୍ ତୁରନ୍ତ ATC ସହିତ ଯୋଗାଯୋଗ କରି ଉଡ଼ାଣ ବାତିଲ କରିଥିଲେ ।
ଏୟାର ଇଣ୍ଡିଆ କହିଛି ଯେ, ଫ୍ଲାଇଟ୍ ନମ୍ବର ଏ ଆଇ ୫୦୪ ରେ ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । କକପିଟ୍ କ୍ରୁ ପ୍ରୋଟୋକଲ୍ ଅନୁସରଣ କରି ଉଡ଼ାଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଯାଞ୍ଚ ପାଇଁ ବିମାନକୁ ପୁଣି ବିମାନବନ୍ଦରକୁ ଅଣାଯାଇଥିଲା । ଏୟାରଲାଇନ୍ସ ମୁଖପାତ୍ରଙ୍କ ଅନୁଯାୟୀ, ସମସ୍ୟାର ସମାଧାନ ପ୍ରକ୍ରିୟା କରି ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ବିମାନ ବ୍ୟବସ୍ଥା କରାଯାଇଛି । ଏ ସମ୍ପର୍କରେ କୋଚି ବିମାନବନ୍ଦରକୁ ମଧ୍ୟ ଅବଗତ କରାଯାଇଛି ।