February 26, 2026 3:17 am

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୧୫ ପୌରପରିଷଦ ର ଚେୟାରମ୍ୟାନ

ଭୁବନେଶ୍ୱର: ଓଡିଶା ରାଜ୍ୟ ପୌର ପରିଷଦ ମହାସଂଘ ପକ୍ଷରୁ ୧୫ ଟି ପୌର ପରିଷଦର ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ଶନିବାର ପୂର୍ବାହ୍ନରେ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇଛନ୍ତି lରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ପୌର ଅଧ୍ୟକ୍ଷ ମାନଙ୍କ କ୍ଷମତା ସଂକୁଚିତ କରାଯାଇଥିବାରୁ ସେମାନେ କିପରି ଅସୁବିଧାର ସମ୍ମୁଖୀନହେଉଛନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି । ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ଙ୍କ ନଗର ଉନ୍ନୟନ ବିଭାଗର ତା ୫/୧/୨୬ ରିଖ ପତ୍ର ଅନୁଯାୟୀ ନିର୍ବାହୀ ଅଧିକାରୀ ମାନଙ୍କ ଆର୍ଥିକ କ୍ଷମତା ୩ ଲକ୍ଷ ଟଙ୍କାକୁବୃଦ୍ଧି କରିବା,ବିନାcompetitive bidingରେ procurement କରିବା ଏବଂ ବିନା countersignରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚେକ ପ୍ରଦାନ ଆଦି ଅଗଣତନ୍ତ୍ର ବିଭିନ୍ନ ନିର୍ଦେଶ ଦିଆଯାଇଛି, ଯାହାକୁ ନିର୍ବାଚିତ ପ୍ରତିନିଧି ମାନେ ବିରୋଧ କରୁଛନ୍ତି।