ଭୁବନେଶ୍ୱର: ଆସନ୍ତା ୨୭ରେ ହେବ ସ୍ବତନ୍ତ୍ର OTET ପରୀକ୍ଷା । ଦୁଇ ଦୁଇ ଥର ପରୀକ୍ଷା ସ୍ଥଗିତ ହେବା ଏବେ ସେପ୍ଟେମ୍ବର ୨୭ରେ ପରୀକ୍ଷା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ୭୫ ହଜାର ୪୦୩ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଓଟିଇଟି ପରୀକ୍ଷା ଦେବେ । ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ପାଇଁ ସ୍ଥଗିତ ଥିଲା OTET ପରୀକ୍ଷା । ଲିକ୍ ହୋଇଥିବା ପ୍ରଶ୍ନପତ୍ର ପ୍ରକୃତ ପ୍ରଶ୍ନପତ୍ର ସହିତ ମେଳ ଖାଇବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ସ୍ଥଗିତ ରଖିଥିଲା । ସେପଟେ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସମେତ ମୋଟ ୮ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ l
Post Views: 56









