କାନାଡ଼ା:- ଭାରତ-କାନାଡା ସମ୍ପର୍କରେ ଆସିବ ସୁଧାର । G7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାନାଡାର ନବନିର୍ବାଚିତ ପିଏମ ମାର୍କ ଜେ କାର୍ଣ୍ଣିଙ୍କ ନିମନ୍ତ୍ରଣ । ଚଳିତ ମାସ ଶେଷ ସପ୍ତାହରେ କାନାଡାର କାନାନାସ୍କିସ ସହରରେ ଆୟୋଜନ ହେବାକୁ ଯାଉଛି G7 ଶିଖର ସମ୍ମିଳନୀ । G7 ବୈଠକରେ ଯୋଗଦେବାକୁ କାନାଡ଼ା ପିଏମଙ୍କ ନିମନ୍ତ୍ରଣ ସ୍ବୀକାର କରିବା ସହ ନିର୍ବାଚନରେ ବିଜୟ ପାଇଁ ମାର୍କ ଜେ କାର୍ଣ୍ଣିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ଫୋନରେ ବାର୍ତ୍ତାଳାପକୁ ନେଇ ଏକ୍ସ ପୋଷ୍ଟରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପାରସ୍ପରିକ ସହଯୋଗ ଓ ସମ୍ମାନ ସହ ଭାରତ-କାନାଡା ଦ୍ବିପାକ୍ଷିକ ଆଲୋଚନାକୁ ଅପେକ୍ଷା ରହିଛି ବୋଲି କହିଛନ୍ତି ମୋଦି । G7 ଦୁନିଆର ୭ ବିକଶିତ ଅର୍ଥବ୍ୟବସ୍ଥା ଯଥା ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ବ୍ରିଟେନର ମିଳିତ ସଂଗଠନ । ଏଥିରେ ୟୁରୋପୀୟ ସଂଘ, ବିଶ୍ବବ୍ୟାଙ୍କ, ଜାତିସଂଘ ଓ IMF ମଧ୍ୟ ସାମିଲ ଅଛନ୍ତି ।
Post Views: 19