February 26, 2026 11:14 am

ଗାଡିରେ କଳା କାଚ ଲାଗିଥିଲେ ଜରିମାନା ଦେବାକୁ ପଡିବ 

ଭୁବନେଶ୍ଵର: ଯଦି ଆପଣ ଭୁବନେଶ୍ବରରେ କାର ଚଳାଉଛନ୍ତି ତେବେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ହେଲା ବର୍ତ୍ତମାନ କମିଶନରେଟ ପୋଲିସ କାରରେ ଲାଗିଥିବା କଳା କାଚ ବା କଳା କୋଟିଂ ଥିଲେ ଜରିମାନା ଲାଗୁ କରୁଛି। ଆଜିଠାରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏହି ଚଢାଉ ଆରମ୍ଭ କରାଯାଇଛି।

ପୋଲିସ ତରଫରୁ କଳାକାଚ ବା କୋଟିଂ ଥିବା କାରକୁ ଅଟକାଇ ପ୍ରଥମେ ସେହି କାଚରୁ ଜରି ବା କୋଟିଂକୁ ଛଡାଉଛି। ଆପଣ ତରବରିଆ ଥିବା ବେଳେ ପୋଲିସ ରାସ୍ତାରେ ଅଟକାଇ ପ୍ରଥମେ ଏହା ଛଡାଇବା ପରେ ଯାଇ ଗାଡିକୁ ଛାଡୁଛି। ଯଦି ଦ୍ବିତୀୟ ଥର ଏପରି କରାଯାଏ ଦେବେ ଗାଡିଚଳକଙ୍କୁ ପାଞ୍ଚହଜାର ଟଙ୍କା ଜରିମାନା କରାଯିବ ବୋଲି ପୋଲିସ ସୂଚାଇ ଦେଉଛି।