ଭୁବନେଶ୍ଵର- ମଧ୍ୟରୁ ଅନନ୍ତ ଜେନା, ବାଲେଶ୍ଵର ଲୋକସଭା ପାଇଁ ଲେଖାଶ୍ରୀ
ଭୁବନେଶ୍ଵର: ଆଜି ବିଜେଡି ତାହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
ଏଥିରେ ଲୋକସଭା ପାଇଁ ବାକି ରହିଥିବା ଏକମାତ୍ର ବାଲେଶ୍ବର ଆସନରେ ଦଳ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ବିଜେଡି ତାଙ୍କୁ ମାତ୍ ଦେବା ଲାଗି ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରି ଏଠାରେ ମହିଳାକାର୍ଡ ଖେଳିଛି। ଫଳରେ ଏହି ଆସନରେ ଏଥର ଲୋକସଭାରେ ବଡ ଲଢେଇ ଦେଖିବାକୁ ମିଳିବ।
ବିଧାନସଭା ପାର୍ଥୀମାନେ ହେଲେ:
- ଲକ୍ଷ୍ମୀପୁର- ପ୍ରଭୃ ଜାନୀ
- ଭୁବନେଶ୍ଵର ମଧ୍ୟ- ଅନନ୍ତ ନାରାୟଣ ଜେନା
- ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ
- ରେଢାଖୋଲ- ରୋହିତ ପୂଜାରୀ
- ପାରାଦ୍ଵୀପ- ଗୀତାଞ୍ଜଳୀ ରାଉତରାୟ
- ତାଳଚେର- ବ୍ରଜ ପ୍ରଧାନ
- ନର୍ଲା- ମନୋରମା ମହାନ୍ତି
- ବାଲିଗୁଡା- ଚକ୍ରମଣି କହଁର
- ତେଲକୋଇ- ମାଧବ ସର୍ଦ୍ଦାର