May 30, 2026 3:38 am

ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ; ଡିଜିପିଙ୍କ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଅପରାଧକୁ ଜିରୋ ଟୋଲରେନ୍ସ। ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ । ଅପରାଧ ଘଟାଇବା ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ବ୍ରହ୍ମପୁର ଓ ସମ୍ବଲପୁର ଭଳି ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ। ଗତ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ୧୭୭୧ ଜଣଙ୍କୁ NBW ଡ୍ରାଇଭ୍ କରାଯାଇଛି । ୬ ଜଣଙ୍କ ବିରୋଧରେ NSA ଲଗାଯାଇଛି । … Read more

ଟ୍ରଲର-କାର ମୁହାଁମୁହିଁ ଧକ୍କା: ଚାଲିଗଲା ମାଆ-ଝିଅଙ୍କ ଜୀବନ

ପୁରୀ: ପୁରୀରେ ଜଗନ୍ନାଥଙ୍କ ଦର୍ଶନ ସାରି ସପରିବାର ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣାରେ ମାଆ ଓ ଝିଅଙ୍କ ଜୀବନ ଚାଲିଯାଇଥିବା ବେଳେ ପରିବାରର ଅନ୍ୟ ୩ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ପ୍ରଧାନୀଗୁଡ଼ା ନିକଟସ୍ଥ ରାଜାମାଟୁ ଛକରେ ଏକ ପାଇପ୍ ବୋଝେଇ ଟ୍ରଲର ଏବଂ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏପରି ପରିସ୍ଥିତି ଘଟିଥିଲା। ଖବର ଅନୁସାରେ, ଏକ ପାଇପ୍ ବୋଝେଇ … Read more

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଥିରୁବନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ଏକ ଏସି କୋଚ୍‌ରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ କୋଟା ରେଳ ଡିଭିଜନର ଲୁନିରିଛା ଓ ବିକ୍ରମଗଡ଼ ଆଲୋଟ୍ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ କୋଟା ରେଳ ଡିଭିଜନର ରିଲିଫ୍ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, … Read more

ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ ହେଲା ସୋଆରେ

ଭୁବନେଶ୍ୱର: ଶିକ୍ଷା ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର ପ୍ରୋପାଗେସନ୍, ପି୍ରଜରଭେସନ୍ ଆଣ୍ଡ ରେେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆନ (ପ୍ରାଚୀନ) ଦ୍ୱାରା ଶୁକ୍ରବାର ଆୟୋଜିିତ ଏକ ସପ୍ତାହ ବ୍ୟାପୀ ଲେଖା ସମ୍ପାଦନା କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ଆଚାର୍ଯ୍ୟ ଏହା କହିଛନ୍ତି । ଡକ୍ଟର ଆଚର୍ଯ୍ୟ କହିଥିଲେ ଯେ ଭାରତର ଅସରନ୍ତି ସାହିତ୍ୟ ଭଣ୍ଡାର ବିଶେଷ ଭାବେ ସଂସ୍କୃତରେ ଲିଖିତ ପୋଥି ଗୁଡ଼ିକ … Read more

ବାଇକ୍-ଟ୍ୟାକ୍ସି ଆପ୍‌ଗୁଡ଼ିକୁ ଆପ୍ ଷ୍ଟୋର ଏବଂ ପ୍ଲେ ଷ୍ଟୋରରୁ ହଟାଇବାକୁ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ:ମହାରାଷ୍ଟ୍ର ସାଇବର ବିଭାଗ ଆପଲ୍ ଏବଂ ଗୁଗୁଲ୍‌କୁ ଉବର, ଓଲା ଏବଂ ରାପିଡୋ ଭଳି ଆପ୍‌ଗୁଡ଼ିକୁ ଆପ୍ ଷ୍ଟୋର ଏବଂ ପ୍ଲେ ଷ୍ଟୋରରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି।୧୫ ମେ ରେ ମହାରାଷ୍ଟ୍ର ସାଇବର ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ର ଧାରା ୭୯(୩)(ବି) ଅନୁଯାୟୀ ଏକ ନୋଟିସ୍ ଜାରି କରିଥିଲା। ନୋଟିସ୍‌ରେ ଉଲ୍ଲେଖ କରାଯାଇଥିଲା ଯେ କିଛି ଆପ୍-ଭିତ୍ତିକ ପ୍ଲାଟଫର୍ମ ପରିବହନ ବିଭାଗରୁ ବୈଧ ଅନୁମତି ନ ନେଇ ଏବଂ ସରକାରୀ … Read more

ନବମ ଆଉ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତିନୋଟି ଭାଷା ପଢ଼ିବା ବାଧ୍ୟତାମୂଳକ କଲା “ସିବିଏସ୍‌ଇ”

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଜାରି ହୋଇଥିବା ସର୍କୁଲାର ଅନୁଯାୟୀ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନିମନ୍ତେ ଜୁଲାଇ ୧ରୁ ୩ ଭାଷା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ସିବିଏସ୍‌ଇ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ ପାଠ୍ୟକ୍ରମରେ ୩ ଭାଷା ରହିବ। ତେବେ ତୃତୀୟ ଭାଷା ପାଇଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ ନାହିଁ। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ଏବଂ ସ୍କୁଲ୍‌ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଯୋଜନା ୨୦୨୩ … Read more