April 17, 2026 3:57 pm

ମହିଳାଙ୍କୁ ୨୭୨, ପ୍ରତି ରାଜ୍ୟରେ ୫୦ ପ୍ରତିଶତ ଆସନ ବୃଦ୍ଧି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ତାମିଲନାଡୁ, କେରଳ, କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ସୀମା ନିର୍ଦ୍ଧାରଣକୁ ନେଇ ଘୋର ଆପତ୍ତି ପ୍ରକାଶ ପାଇଛି । ଏହାକୁ ନେଇ ଦକ୍ଷିଣ ଭାରତର ସମସ୍ତ ରାଜ୍ୟ ସରକାର ଓ ବିରୋଧୀ ଦଳ ଅସନ୍ତୋଷ ଜାହିର କରିବା ସହ ଏହାକୁ ବିରୋଧ କରିଛନ୍ତି । ବିରୋଧ କରୁଥିବା ଦଳମାନଙ୍କର କହିବା କଥା ଯଦି ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ ହୁଏ ତେବେ ଦକ୍ଷିଣ ଭାରତର ସିଟ୍ କମିଯିବ । ଏମିତି ହେଲେ ଏହି … Read more

ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ ତିଆରି କରିବାର ପରିକଳ୍ପନା ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନି। ପରୋକ୍ଷ ଭାବେ ଏହାକୁ ବିରୋଧ କରିବା, ଅଟକାଇବା ମାନସିକତା ନବୀନ ଛାଡ଼ନ୍ତୁ। କେନ୍ଦ୍ର ସରକାର ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏତିକି ବଢିବ ସେତିକି ବଢିବ କହି ଦ୍ୱନ୍ଦ୍ୱ କରିବା … Read more

ସୋଆ ପକ୍ଷରୁ ପ୍ରଥମ କମ୍ପ୍ୟୁଟେସ୍‌ନାଲ ଇନ୍‌ଟେଲିଜେନ୍ସ ଟେକ୍ନିକ୍ସ ରେ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଗତ ଏପ୍ରିଲ୍ ୧୦ ଏବଂ ୧୧ ଦୁଇ ଦିନ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ,ବିଗ୍ ଡାଟା ଆନାଲିଟିକ୍ସ, ଡିପ୍ ଲର୍ଣ୍ଣିଙ୍ଗ, କ୍ଲାଉଡ୍ ଆଣ୍ଡ ଫଗ୍ କମ୍ପ୍ୟୁଟିଙ୍ଗ୍‌, ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ ଓ ଇଭେଲ୍ୟୁସନାରୀ କମ୍ପ୍ୟୁଟିଙ୍ଗ ଭଳି ବିବିଧ ବିଷୟକୁ ନେଇ ଦୁଇ ଦିନିଆ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ‘ଇମର୍ଜିଂ ଟ୍ରେଣ୍ଡସ ଇନ୍ ଆଡଭାନ୍ସମେନ୍ସ ଆଣ୍ଡ ଆପ୍ଲିକେସନ୍ସ ଅଫ୍ କମ୍ପ୍ୟୁଟେସ୍‌ନାଲ ଇନ୍‌ଟେଲିଜେନ୍ସ ଟେକ୍ନିକ୍ସ’ (ଇଟିଏଏସିଟି ୨୦୨୬) ଆୟୋଜିତ ହୋଇଯାଇଛି … Read more

୫୦୦ରୁ ୫୦୦ ନମ୍ୱର ରଖି CBSE ଟପର ହେଲେ ଓଡ଼ିଶା ଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଛି CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏହି ପରୀକ୍ଷାରେ ଓଡ଼ିଶାର ଛାତ୍ରୀ ଟିନା ରଥ ଅସାଧାରଣ ସଫଳତା ହାସଲ କରି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲର ଏହି ଛାତ୍ରୀ ୧୦୦ ପ୍ରତିଶତ (୫୦୦ରୁ ୫୦୦) ନମ୍ବର ରଖି ଜାତୀୟ ତଥା ରାଜ୍ୟ ସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ନିଜର ଦୃଢ଼ ପରିଶ୍ରମ ଓ ନିଷ୍ଠା ଯୋଗୁଁ ସେ ଏହି ସଫଳତା ପାଇଥିବା କହିଛନ୍ତି। ଚଳିତ ବର୍ଷ … Read more

୪୮ ଘଣ୍ଟା ମଧ୍ୟରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଡିଲିମିଟେସନ (ସୀମା ନିର୍ଦ୍ଧାରଣ) ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ରାଜନୀତି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଅଧିବେଶନ ଡାକିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଡିଲିମିଟେସନ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ବିଧାନସଭାରେ ବିସ୍ତୃତ ଆଲୋଚନା ଆବଶ୍ୟକ ବୋଲି ନବୀନ ଦର୍ଶାଇଛନ୍ତି। ଅନ୍ୟପଟେ, … Read more

କିଟ୍‍ ରେ ଓଡ଼ିଆ ନବବର୍ଷ ପାଳନ କଲେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ପ୍ରତିଯୋଗୀ

ଭୁବନେଶ୍ୱର: ଓଡ଼ିଆ ନୂଆବର୍ଷ କିଟ୍‍ ରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଯୋଗଦେଇଥିଲେ ୬୧ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ୩୦ ଜଣ ରାଜ୍ୟ ପ୍ରତିଯୋଗୀ। ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ପ୍ରତିଯୋଗୀମାନେ ଖୁବ୍‍ ଧୁମ୍‍ଧାମ୍‍ ରେ ଉତ୍ସାହର ସହ ଓଡ଼ିଆ ନୂଆବର୍ଷ ପାଳନ କରିଥିଲେ। ଓଡ଼ିଶାର ପ୍ରସିଦ୍ଧ ପାଟ ଶାଢ଼ି ପିନ୍ଧି ଓଡ଼ିଆ ଖାଦ୍ୟ ସାଙ୍ଗକୁ ଓଡ଼ିଶାର ପାରମ୍ପରିକ ମିଠା ଛେନାପୋଡ଼ର ମଜା ନେଇଥିଲେ। ସମ୍ପୂର୍ଣ୍ଣ ଓଡ଼ିଆ ଢ଼ାଞ୍ଚାରେ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ଖାଇ … Read more