April 14, 2026 9:22 pm

ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ

ଭୁବନେଶ୍ୱର: ଆଜି ପଣାସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ଓଡିଆ ନବବର୍ଷ ଉପଲକ୍ଷେ ନୂତନ ପଞ୍ଜିକାର ଶୁଭାରମ୍ଭ ହୁଏ । ଓଡିଆ ପରମ୍ପରା ଅନୁଯାୟୀ ପଣାସଂକ୍ରାନ୍ତି ଅବସରରେ ଘରେ ଘରେ ପଣା ପ୍ରସ୍ତୁତ କରାଯାଏ, ଏହାସହିତ ପ୍ରତି ଘରର ମା ବୃନ୍ଦାବତୀଙ୍କ ଉପରେ ଏକ ମାଟିର ଠେକି ପାଣି ପୂରାଇ ବନ୍ଧଯାଏ। ଆଜିର ଦିନରେ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହୋଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ … Read more

ଓଡିଶା ଜନତା କଂଗ୍ରେସର ନେତୃତ୍ୱ ନେବେ ସୋଫିଆ :ମୋକିମ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆତ୍ମପ୍ରକାଶ କରିବ ନୂଆ ଆଂଚଳିକ ଦଳ ଓଡିଶା ଜନତା କଂଗ୍ରେସ । ତେବେ ଏହାର ଲିଡ୍ ନେବେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ଖାସ୍ କରି ଓଡିଶା ଜନତା କଂଗ୍ରେସର ନେତୃତ୍ୱ ନେବେ ସୋଫିଆ । ଏ ନେଇ ସୂଚନା ଦେଇଛନ୍ତି ଓଡିଶା ଜନତା କଂଗ୍ରେସ ଦଳର ପ୍ରତିଷ୍ଠାତା ମହମଦ ମୋକିମ । ସେ କହିଛନ୍ତି ବିଜେଡି ଓ କଂଗ୍ରେସର ଅନେକ ନେତା ଯୋଗାଯୋଗରେ ଅଛନ୍ତି । ଆଗକୁ ସେମାନେ … Read more

ଓଡ଼ିଆ ନବବର୍ଷରେ ମା ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଘଟଗାଁ ପ୍ରସିଦ୍ଧ ମା’ ତାରିଣୀଙ୍କ ଚଇତି ପର୍ବର ଆଜି ଅନ୍ତିମ ଦିନ। ମନ୍ଦିର ପରିସରକୁ ଆଲୋକମାଳା ସହ ଫୁଲ ଦ୍ୱାରା ସୁସଜ୍ଜିତ କରାଯାଇଛି। ଆଜି ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ। ଭକ୍ତମାନେ ମା’ଙ୍କର ଏହି ଦିବ୍ୟ ବେଶ ଦର୍ଶନ କଲେ ଅନେକ ପୁଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ଲକ୍ଷାଧିକ ଭକ୍ତ ମା’ ତାରିଣୀଙ୍କୁ ଦର୍ଶନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ମା’ … Read more

ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ

ବିହାର: ସବୁ କଳ୍ପନା ଜଳ୍ପନା ପରେ ସମ୍ରାଟ ଚୌଧୁରୀଙ୍କ ନାରେ ମୋହର ବାଜିଛି । ସେ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ । ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ନେଇ ଚୂଡାନ୍ତ ହୋଇ ସାରିଛି । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୫ରେ ପୂର୍ବାହ୍ନ ୧୧ଟାରେ ଲୋକଭବନରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ । ଉପମୁଖ୍ୟମନ୍ତ୍ରୀ ଭାବେ ନିଶାନ୍ତ କୁମାର ଓ … Read more

ବିଦ୍ୟୁତ୍ ବିଲ୍ ବକେୟା ଥିଲେ ମଧ୍ୟ ଗ୍ରୀଷ୍ମଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ମନ୍ତ୍ରୀ, କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୨୬ର ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ।ବିଲ୍ ପୈଠ ନକରିବା କାରଣରୁ କୌଣସି ବି ଡ଼ିସକମ୍ (ଡିସ୍‌କମ୍‌) ଦ୍ୱାରା ଘରୋଇ ଗ୍ରାହକଙ୍କ ଅଘୋଷିତ ବିଦ୍ୟୁତ୍ କାଟ୍ କରିପାରିବେ ନାହିଁ। କେବଳ ଅତ୍ୟାବଶ୍ୟକ ମରାମତି … Read more

ହର୍ମୁଜରେ ନାକାବନ୍ଦୀ କଲା ଆମେରିକା ସୈନ୍ୟ

ୱାସିଂଟନ: ଇରାନର ସମସ୍ତ ବନ୍ଦର ଓ ତଟବର୍ତ୍ତୀ କ୍ଷେତ୍ରରେ ନାକାବନ୍ଦୀ ଲାଗୁ କରିଛି ଆମେରିକା ସୈନ୍ୟ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ସେନା ଏହି ପଦକ୍ଷେପ ନେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ନାକାବନ୍ଦୀ ଇରାନ ବନ୍ଦରଗୁଡିକରୁ ଆସୁଥିବା ସବୁ ଦେଶର ଜାହାଜ ଉପରେ ସମାନ ଭାବେ ଲାଗୁ ହେବ। ହେଲେ ଅଣ ଇରାନ ବନ୍ଦରରୁ ଆସୁ୍ଥିବା ଜାହାଜଗୁଡ଼ିକୁ ହର୍ମୁଲରେ ଯାତ୍ରା କରିବାକୁ ଅନୁମତି ଦିଆଯିବ। ଆମେରିକା ଓ ଇରାନ ମଧ୍ୟରେ … Read more