May 30, 2026 7:08 am

OMCର ଉତ୍ପାଦନରେ ୧୨% ବୃଦ୍ଧି ସହ ୨୫ ହଜାର କୋଟି ପାର କଲା ଆୟ

ଭୁବନେଶ୍ୱର: ଓଡ଼ିଶାର ଖଣିଜ କ୍ଷେତ୍ରରେ ନୂଆ ଇତିହାସ ରଚିଛି (ଓଏମସି)। ଆର୍ଥିକ ବର୍ଷ ୨୦୨୫-୨୬ରେ ସଂସ୍ଥା ୪୪.୮୨ ମିଲିୟନ୍ ଟନ୍ ଖଣିଜ ଉତ୍ପାଦନ କରି ସର୍ବାଧିକ ରେକର୍ଡ ସ୍ଥାପନ କରିଛି, ଯାହା ଓଡ଼ିଶାର ଔଦ୍ୟୋଗିକ ଉନ୍ନତିକୁ ନୂଆ ଗତି ଦେଇଛି। ଏଥିରେ ସବୁଠାରୁ ବେଶି ଅଂଶ ରହିଛି ଲୌହ ଧାତୁର। ଏହାର ଉତ୍ପାଦନ ୪୦.୦୨ ମିଲିୟନ୍ ଟନ୍ ପହଞ୍ଚିଛି, ଯାହା ପୂର୍ବବର୍ଷ ତୁଳନାରେ ୧୨% ଅଧିକ। ସେହିପରି କ୍ରୋମ ଧାତୁ ୧.୬୯ ମିଲିୟନ୍ ଟନ୍ ଓ ବକ୍ସାଇଟ୍ … Read more

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ବୈଠକ,ହୋଇପାରେ ୧୨ଟି ଏଜେଣ୍ଡା ଉପରେ ଆଲୋଚନା

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବ। ଏହି ବୈଠକକୁ ନେଇ ପ୍ରଶାସନିକ ମହଲ ସହ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଆଗ୍ରହ ବଢ଼ିଛି। ଖବର ଅନୁସାରେ, ବୈଠକରେ ମୋଟ ୧୨ଟି ଏଜେଣ୍ଡା ଉପରେ ଆଲୋଚନା ହୋଇପାରେ। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପୂର୍ତ୍ତ ବିଭାଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଥିବା ସୂଚନା ମିଳିଛି। ତେବେ କେଉଁ କେଉଁ ପ୍ରସ୍ତାବକୁ ଅନୁମୋଦନ ମିଳିବ, ସେନେଇ … Read more

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ୍‌

ପୁରୀ: ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି। ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ। ଓଡ଼ିଶାର ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ନୀତିଗତ ଷ୍ଟେଜ୍-୧ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ କିଛି ସର୍ତ୍ତ ସହିତ ଅନୁମତି ଦେଇଛନ୍ତି। ନୀତିଗତ ଭାବେ ରାଜି, କିନ୍ତୁ ଚୂଡ଼ାନ୍ତ ଅନୁମତି ପୂର୍ବରୁ କିଛି ନିୟମ ପାଳନ … Read more

‘ଇଣ୍ଡିଆ ସ୍କିଲ୍ସ’ରେ ଟିମ୍ ଓଡ଼ିଶା ହାତେଇଲା ୧୫ ସ୍ଵର୍ଣ୍ଣ ସହ ୫୭ ପଦକ

ଭୁବନେଶ୍ୱର: ଜାତୀୟସ୍ତରୀୟ ପ୍ରତିଯୋଗିତା ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରିଛି । ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର ନୋଏଡାର ‘ଇଣ୍ଡିଆ ଏକ୍ସପୋ ସେଣ୍ଟର’ଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ‘ଇଣ୍ଡିଆ ସ୍କିଲ୍ସ’ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର … Read more

ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା

ଝାରସୁଗୁଡା: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏୟାର କାର୍ଗୋ ସେବା ଆରମ୍ଭ ଦିଗରେ ଆଲୋଚନା ହୋଇଛି । ପ୍ରାଥମିକ ପର୍ୟ୍ୟାୟରେ କ୍ଷୁଦ୍ର ଏୟାର କାର୍ଗୋ ପରେ ଆବଶ୍ୟକତା ଅନୁଯାୟୀ ବୃହତ ଏୟାର କାର୍ଗୋ ପରିବହନ କରାଯିବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ।ଭୁବନେଶ୍ୱର ନାଗପୁର ପରେ ଆଉ କୌଣସି ବିମାନବନ୍ଦରରେ କାର୍ଗୋ ସେବା ଉପଲବ୍ଧ ନାହିଁ । ଏହା ଦ୍ବାରା ଜିଲ୍ଲାରେ ପାୱାର ପ୍ଲାଣ୍ଟ ବାଦ ଦେଲେ ଅନ୍ୟ … Read more

ରେଳୱେ ବୋର୍ଡର ନିଷ୍ପତ୍ତି କୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା: ସ୍ପଷ୍ଟୀକରଣ ଦେଲା ରେଳ ମନ୍ତ୍ରାଳୟ

ଭୁବନେଶ୍ବର: ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ । ରେଳୱେ ବୋର୍ଡର ଏହି ନିଷ୍ପତ୍ତି ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ପ୍ରେସମିଟରେ ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର । କିନ୍ତୁ ଆନ୍ଧ୍ରପ୍ରଦେଶକୁ ପୂର୍ବତଟ ରେଳପଥର ଗୋଟିଏ ପରେ ଗୋଟିଏ ଅଞ୍ଚଳ କାହିଁକି ଚାଲିଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ । ରାଜ୍ୟରୁ ୨୦ ଜଣ … Read more