March 25, 2026 4:11 pm

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅଡିଟର୍‌

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ (RDE) କାର୍ଯ୍ୟାଳୟର ଅଡିଟର ଅମ୍ବିକା ପ୍ରସାଦ ରଥ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଜଣେ କଲେଜ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। ଖୋର୍ଦ୍ଧା ଜିଲ୍ଲାର ଏକ ଡିଗ୍ରୀ କଲେଜ କର୍ମଚାରୀଙ୍କ ସର୍ଭିସ୍ ବୁକ୍ ଅନୁଯାୟୀ MACP ଯୋଜନାରେ ଦରମା ନିର୍ଦ୍ଧାରଣ ଓ ସେବା ଯାଞ୍ଚ ପାଇଁ ସେ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଗତକାଲି (ମଙ୍ଗଳବାର) … Read more

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ

ପୁରୀ :ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି ଟିମ୍ । ଏହି ସ୍ବତନ୍ତ୍ର ପ୍ରତିନିଧି ଦଳରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ ସାମିଲ ଅଛନ୍ତି । ଜିଓଲୋଜିଷ୍ଟ, ସ୍ବର୍ଣ୍ଣକାର, ଆରବିଆଇ ଅଧିକାରୀ ମଧ୍ୟ ଟିମ୍‌ରେ ସାମିଲ ଅଛନ୍ତ । ୧୨ଟା ୯ରୁ ୧ଟା ୪୫ ମିନିଟ୍ ରହିଛି ଶୁଭ ମୁହୂର୍ତ୍ତ । ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛି ଟିମ୍ । ଗଣତି ମଣତିର ସମ୍ପୂର୍ଣ୍ଣ … Read more

କଳା ରଙ୍ଗର ଟି-ସାର୍ଟ ପିନ୍ଧି ବିଧାନସଭା ରେ ବିରୋଧୀ ଦଳ ର ନାରାବାଜୀ

ଭୁବନେଶ୍ୱର: ଆଜି ମଧ୍ୟ ଏସସିବି ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି lବିଜେଡ଼ି ବିଧାୟକମାନେ ଆଜି ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି । କଳା ରଙ୍ଗର ଟି-ସାର୍ଟ ପିନ୍ଧି ଗୃହରେ ହଙ୍ଗମା କରିଛନ୍ତି ।ଯେଉଁଥିରେ ଲେଖାଯାଇଥିଲା ‘ଦୁର୍ବଳ ମୁଖ୍ୟମନ୍ତ୍ରୀ’ ଓ ‘ଶକ୍ତିଶାଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ’ । ପ୍ରଶ୍ନ କାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ପୁଣି ଥରେ … Read more

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି

ନୂଆଦିଲ୍ଲୀ:ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ଅନୁମତି ପରେ ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଦିଲ୍ଲୀ ଏମ୍ସ (AIIMS)ଠାରେ ‘ପାସିଭ ଇଉଥାନେସିଆ’ ବା ଇଚ୍ଛାମୃତ୍ୟୁ ପ୍ରକ୍ରିୟା ମାଧ୍ୟମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତରେ ଏହା ଏକ ବିରଳ ଘଟଣା ଭାବେ ପରିଗଣିତ ହେଉଛି।ପ୍ରାୟ ୧୩ ବର୍ଷ ତଳେ ଛାତରୁ ପଡ଼ିଯିବା ଫଳରେ ହରିଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେହିଦିନଠାରୁ ସେ କୋମାକୁ ଚାଲିଯାଇଥିଲେ। … Read more

ପ୍ରଭାତଙ୍କ ବିଶ୍ୱାଳ ଙ୍କ ବାସଭବନରେ ଏକାଠି ହେଲେ ଅସନ୍ତୁଷ୍ଟ କର୍ପୋରେଟର

କଟକ:କଟକରେ ବିଜେଡିରେ ଏକପ୍ରକାର ଅସ୍ଥିରତା ସୃଷ୍ଟି ହୋଇଛି। ସୌଭିକଙ୍କ ନିଲମ୍ବନକୁ ଜୋରଦାର ବିରୋଧ କରିଛନ୍ତି କଟକ ବିଜେଡିର କର୍ମୀ। ଏହା ମଧ୍ୟରେ ପ୍ରଭାତ ବିଶ୍ୱାଳଙ୍କ ଘରେ ମେଳି କରିଛନ୍ତି ବିଜେଡି କର୍ପୋରେଟର। ମଙ୍ଗଳବାର ଦିନ ୧୩ ବିଜେଡି କର୍ପୋରେଟର ପ୍ରଭାତଙ୍କ ମହାନଦୀ ବିହାର ବାସ ଭବନରେ ଏକାଠି ହୋଇଛନ୍ତି। ଏହା ପରେ ଆରମ୍ଭ ହୋଇଛି ରୁଦ୍ଧ ଦ୍ଵାର ବୈଠକ। ପ୍ରଭାତ ବିଶ୍ଵାଳ ଦଳରୁ ବହିସ୍କୃତ ହେବା ଏବଂ ବିଧାୟକ ସୌଭିକ ବିଶ୍ଵାଳ ବିଜେଡିରୁ ନିଲମ୍ବିତ ହେବା ପରେ … Read more