March 23, 2026 10:51 am

ବିବେକ ଅନୁଯାଇ ଭୋଟ ଦେଇଛି; ସୁବାସିନୀ ଜେନାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଦଳୀୟ ହ୍ୱିପ୍ ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀକୁ ଭୋଟ ଦେଇଥିବା ବିଧାୟିକା ସୁବାସିନୀ ଜେନାଙ୍କ ବାସଭବନ ସମ୍ମୁଖରେ ଆଜି ବିଜେଡ଼ି କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ସୁବାସିନୀ ବିଧାନସଭା ଯାଇପାରିନଥିଲେ । ଦ୍ୱିତୀୟାର୍ଦ୍ଧରେ ବିଧାନସଭା ଯାଇ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହା ପରେ ସୁବାସିନୀ ସ୍ପଷ୍ଟୀକରଣ ଦେଇଛନ୍ତି । ଦଳ ବିରୋଧରେ ଯାଇ କ୍ରସ୍‌ ଭୋଟିଂ କରିଥିବା ବିଧାୟିକା ସୁବାସିନୀ ଜେନା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି … Read more

OHRCରେ ପ୍ରଶାସନିକ ଅଚଳାବସ୍ଥା: ଜଣେ ସଦସ୍ୟଙ୍କ ଭରସାରେ କମିଶନ

ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) କାର୍ଯ୍ୟାଳୟକୁ ଫୋନ୍‌ କଲେ ମିଳୁନି ଉତ୍ତର । ଅଚଳ ଅବସ୍ଥାରେ ଓଡ଼ିଶା ମାନବାଧିକାର କମିଶନ । ସମ୍ବେଦନଶୀଳ ମାମଲାର ହୋଇପାରୁନି ଶୁଣାଣି । ଦେଢ଼ ମାସ ହେଲାଣି ମାତ୍ର ଜଣେ ସଦସ୍ୟଙ୍କୁ ନେଇ ଚାଲିଛି ଓଏଚ୍‌ଆର୍‌ସି । ଦୀର୍ଘଦିନ ହେବ ଅନ୍‌ଲାଇନ୍‌ ଯୋଗେ ଅଭିଯୋଗ କରିବା ପରେ କୌଣସି ଉତ୍ତର ନ ପାଇବାରୁ ଅଭିଯୋଗକାରୀମାନେ ଟେଲିଫୋନ୍‌ରେ ଯୋଗାଯୋଗ କରୁଛନ୍ତି । କେହି ଫୋନ୍‌ ଉଠାଉନାହାନ୍ତି । ଜଣେ ସାମାଜିକ କର୍ମୀ ବୁଧବାର … Read more

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ରାଜ୍ୟସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲାବେଳେ ବୁଧବାର ‘ଏସ୍‌ଓପି’ ଜାରି ହୋଇଛି। ଯଦି ସଂପୃକ୍ତ ବିଭାଗ ପରାମର୍ଶଦାତାଙ୍କ ନିଯୁକ୍ତି ବେଳେ ଏହି ‘ଏସ୍‌ଓପି’ ପାଳନ ନ କରେ ତେବେ ୨୦୨୬ ଏପ୍ରିଲ ପହିଲାରୁ ସେମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଅବଗତ … Read more

କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣା:ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚାରିଜଣ ଅଧିକାରୀ ନିଲମ୍ୱିତ

କଟକ : କଟକ ବଡ ମେଡିକାଲ ଅଗ୍ନିକାଣ୍ଡ ଘଟଣା । ୪ଜଣଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଘଟଣାର ୩ଦିନ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଲମ୍ବିତ ଅଧିକାରୀ ମାନେ ହେଲେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ ଜେନା, ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଜୀବ ବେହେରା, ଏସସିବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଓ ଏସସିବି ସବଡ଼ିଭିଜନର ସହକାରୀ ନିର୍ବାହୀ … Read more

ଶ୍ରୀମନ୍ଦିର ସାଂସ୍କୃତିକ ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ପୁରୀ: ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସାଂସ୍କୃତିକ ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ଶ୍ରୀମନ୍ଦିର ଏମାର ମଠ ନିକଟରେ ଏକ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ହେବ । ଏହି କେନ୍ଦ୍ରରେ ଶ୍ରୀଜଗନ୍ନାଥଙ୍କର ସମସ୍ତ ତତ୍ତ୍ଵ ଏବଂ ଐତିହାସିକ ତଥ୍ୟାବଳୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିଷୟରେ ଶ୍ରଦ୍ଧାଳୁଙ୍କୁ ସୂଚନା ଦିଆଯିବ । ସେହିପରି ଜଗନ୍ନାଥ ସଂସ୍କୃତି … Read more