February 26, 2026 12:14 am

ଥାନା ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ପୁଲିସ କର୍ମଚାରୀ ମୃତ

ଝାରସୁଗୁଡା :ଆଜି ଭୋର ସମୟରେ ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତଗାମୀ ଟ୍ରଲର ଓ ପୁଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।ସୂଚନା ଅନୁଯାୟୀ, ଭୋର ସକାଳେ ବିପରୀତ ଦିଗରୁ ଆସୁଥିବା ଏକ ବେପରୁଆ ଟ୍ରଲର ସହ ପୁଲିସ … Read more

ପୋଲିସ ରିମାଣ୍ଡରେ ଗଲେ ଦିଲ୍ଲୀ AI ସମ୍ମିଟରେ ପ୍ରଦର୍ଶନକାରୀ କଂଗ୍ରେସ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ:ଭାରତ ମଣ୍ଡପମରେ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟ’ରେ ବିରୋଧ ପ୍ରଦର୍ଶନ ଲାଗି ୟୁଥ କଂଗ୍ରେସର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଶନିବାର ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ଗିରଫର ଦିନକ ପରେ ପୋଲିସ ପ୍ରଦର୍ଶନକାରୀଙ୍କୁ ଶନିବାର ଦିଲ୍ଲୀ ପାଟିଆଲା ହାଉସ କୋର୍ଟରେ ହାଜର କରି ୫ ଦିନିଆ ରିମାଣ୍ଡ ମାଗିଥିଲା। କୋର୍ଟ ରିମାଣ୍ଡର କାରଣ ପଚାରିବା ପରେ ମଞ୍ଜୁର କରିଛନ୍ତି। ତେବେ ବିରୋଧ ପ୍ରଦର୍ଶନକାରୀଙ୍କ ଓକିଲ ପୋଲିସ ରିମାଣ୍ଡକୁ ବିରୋଧ କରିଥିଲେ। କହିଥିଲେ ଏପରି ହେଲେ ଦେଶରେ … Read more

ନବ ଦାସ ହତ୍ୟା ମାମଲାରେ PSO ଙ୍କ ସାକ୍ଷ୍ୟ ଗ୍ରହଣ

ଝାରସୁଗୁଡା:ନବ ଦାସ ହତ୍ୟା ମାମଲାରେ ପିଏସ୍‌ଓ ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ଝାରସୁଗୁଡ଼ା ଏଡିଜେରେ ପିଏସଓ ମିତ୍ରଭାନୁ ଦେଓ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ମୁଁ ଗୁଳିମାଡ଼ ଦେଖିନି। ନବ ଦାସଙ୍କ ଗାଡ଼ିରେ ବସି ନଥିଲି, ମୁଁ ପଛ ଗାଡ଼ିରେ ବସିଥିଲି। ଯେତେବେଳେ ବାଣ ଫୁଟିବା ଭଳି ଶବ୍ଦ ହେଲା, ସେତେବେଳେ ମୁଁ ଆସି ଦେଖିଲି ନବ ଦାସ ତଳେ ପଡ଼ି ଯାଇଛନ୍ତି। ନବଙ୍କୁ ଗୁଳିମାଡ଼ କିଏ କରିଛି, ମୁଁ ଦେଖିନି। ସମସ୍ତେ ଗୋପାଳ … Read more

ଅନୁଗୁଳ ଜଙ୍ଗଲ ରେ ପକିନିକି ଉପରେ ଲାଗୁହେଲା କଟକଣା

ଅନୁଗୁଳ: ମାର୍ଚ୍ଚ ୧ରୁ ଆରମ୍ଭ କରି ରାଜ୍ୟରେ ମୌସୁମୀ ବର୍ଷା ଆସିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ସମସ୍ତ ବନାଞ୍ଚଳରେ ପିକନିକ୍, ସାମାଜିକ ସମାବେଶ ଏବଂ ତତ୍ ଜନିତ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। ଅନୁଗୁଳ ଜିଲ୍ଲା ପ୍ରଶାସନ ଶନିବାର ଦିନ ଏହି ନିଷେଧାଦେଶ ଘୋଷଣା କରିଛି। ପୂର୍ବରୁ ଅନୁଗୁଳ ଜିଲ୍ଲା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା ଘଟିଥିବାରୁ ପ୍ରଶାସନ ଏଥିପାଇଁ ଆଗରୁ ପଦକ୍ଷେପ ନେବା ସହ ଜଙ୍ଗଲ ଅଞ୍ଚଳରେ ଅଗ୍ନିକାଣ୍ଡ ଭଳି ଦୁର୍ଘଟଣା କୁ ଏଡ଼ାଇବା ପାଇଁ … Read more

ଏ ବର୍ଷ ବି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା

ଭୁବନେଶ୍ୱର:ଏବର୍ଷ ବି ବନ୍ଦ ରହିଲା ଶ୍ରୀ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା। କପିଳେଶ୍ୱର ମନ୍ଦିରରେ କେଉଁ ସେବାୟତ ବାଟ ବରଣୀ କରିବେ ସେନେଇ ବିବାଦ ନ ତୁଟିବାରୁ ଏବର୍ଷ ବି ମହାପ୍ରଭୁଙ୍କ ହାଣି ଭଙ୍ଗା ଯାତ୍ରା ହୋଇପାରିନାହିଁ। ଆଉ ଏହାକୁ ମିଶାଇଲେ ପ୍ରାୟ ୧୨ ବର୍ଷ ହେବ ମହାପ୍ରଭୁଙ୍କ ଏହି ନୀତି ବନ୍ଦ ରହିଛି। ବିବାଦର ସମାଧାନ ପାଇଁ ଗତ ୧୯ ତାରିଖରେ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର … Read more