February 25, 2026 7:46 pm

ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୮ ଜୀବନ୍ତ ଦଗ୍ଧ

ରାଜସ୍ଥାନ: ଏକ ରାସାୟନିକ କାରଖାନାରେ ବଡ଼ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ରାଜସ୍ଥାନର ଭିୱାଡିରେ। ଖବର ପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ସେତେବେଳକୁ ନିଆଁ ରେ ଆଠଜଣ ଫସିଯାଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀମାନେ ସମୟ ମଧ୍ୟରେ ଲୋକଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଏବଂ ଆଠ ଜଣ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବର ଅନୁଯାୟୀ, ଆଜି ସକାଳେ ଖୁଶଖେଡାର ଶିଳ୍ପାଞ୍ଚଳରେ … Read more

ରାଜନଗରରେ ତିନି ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର

ରାଜନଗର: ଘଡିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକା ନିଯୁକ୍ତିକୁ କେନ୍ଦ୍ର କରି ଦୀର୍ଘ ୩ ମାସ ଧରି ଚାଲିଥିବା ସମସ୍ୟାର ଅନ୍ତ ଘଟିଛି। ପୂର୍ବ ନିଷ୍ପତି ଅନୁଯାୟୀ ଆଜି ସକାଳୁ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଧ୍ରୁବ ସାହୁ ପହଞ୍ଚି ଗାଁର ମୁରବି ମାନଙ୍କ ସହ ଆଲୋଚନା କରିଥିଲେ। ପିଲାମାନଙ୍କୁ ସାଙ୍ଗରେ ନେଇ କେନ୍ଦ୍ରକୁ ଆସିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ନିଜ ବିଧାୟକ ପାଣ୍ଠିରୁ … Read more

ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଆଜି ସଂଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା। ସେ ଗତଗୁରୁବାର ଦିନ ଏକ ସାହିତ୍ୟ ସଭାରେ ଯୋଗ ଦେଇଥିଲେ। ସେଠାରେ ସେ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ହେଉଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଓଡିଆ ଚଳଚିତ୍ର ତଥା ଆଧୁନିକ ଗୀତ ବୋଲି ସେ ଓଡିଶା … Read more

ଟି-୨୦ ବିଶ୍ବକପ: ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ‘ଟିମ୍ ଇଣ୍ଡିଆ’ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଛି। ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପାକିସ୍ତାନର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ହୋଇଥିଲା। ପାକିସ୍ତାନ ୧୮ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୪ ରନ୍‌ କରିବା ସହିତ ୬୧ ରନ୍‌ରେ ପରାସ୍ତ … Read more

ଦୁଇ ନକଲି ମାଓବାଦୀ ଗିରଫ

ରାୟଗଡା: ମାଓ ପୋଷ୍ଟର ମାରି ଆତଙ୍କ ଖେଳାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଅନୁବ୍ରତ ବାରା । ସେ ୱେବ୍ ଚ୍ୟାନେଲର ସାମ୍ବାଦିକ ଭାବେ କାର୍ଯ୍ୟ କରନ୍ତି। ଅନ୍ୟଜଣେ ହେଲେ ବଳୀ ମାଝୀ। ସେ ପୂର୍ବରୁ ମଧ୍ୟ ନକ୍ସଲ ମାମଲାରେ ସମ୍ପୃକ୍ତ ରହି ଗିରଫ ହୋଇ ଜେଲ୍ ଯାଇଥିଲେ।ଗତ ଦୁଇ ଦିନ ତଳେ ରାୟଗଡ଼ା ଜିଲ୍ଲାର ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାଁରେ ପୋଷ୍ଟର … Read more