February 26, 2026 12:21 am

ଫୁଲକୋବି ଗାଡିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଏନସିବି

ଭୁବନେଶ୍ୱର: କପ୍ତିପଦା ଥାନା ନୂଆସାହି ଭରଡାଛକ ନିକଟରୁ ପ୍ରାୟ ୧ କୋଟି ଟଙ୍କାର ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣର ନୂଆ ତରିକା। କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଉଥିଲା ଏକ ସ୍କର୍ପିଓ। ରାତି ତମାମ ଗାଡିକୁ ଫଲୋ କରିବା ପରେ ଶେଷରେ ଏନସିବିର ସ୍ପେସିଆଲ ସ୍କ୍ବାର୍ଟ ହାତରେ ଧରାପଡିଛି ଗଞ୍ଜେଇ ଗାଡି। ଏହି ଚଢାଉରେ ୨୩ ବସ୍ତା ଗଞ୍ଜେଇ ଜବତ କରାଯାଇଛି। କେଉଁଝର … Read more

ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଶୁଭାରମ୍ଭ ହୋଇଛି ଅତ୍ୟାଧୁନିକ କାରା-ଭାନ ଟୁରିଷ୍ଟ ସେବା। ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ୨ୟ ପର୍ଯ୍ୟାୟର ଏହା ଶୁଭାରମ୍ଭ ହୋଇଛି। VGF ଯୋଜନା ଦ୍ୱାରା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବା ଏହି ଯୋଜନାର ଲକ୍ଷ୍ୟ ରହିଛି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ଅତ୍ୟାଧୁନିକ ଓ ଆରାମଦାୟକ ଯାତ୍ରା ସେବା ଯୋଗେଇବ କାରାଭ୍ୟାନ୍। ଗାଡିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି। … Read more

ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆଉ ୯ ମାସ ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାନଦୀ ବିବାଦର ସମାଧାନ ହେଉ। ଗଣତନ୍ତ୍ର ବ୍ୟବସ୍ଥାରେ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ। ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ସମସ୍ୟା ସମାଧାନ ସମୟ ସାପେକ୍ଷ। କଥାବାର୍ତ୍ତା ମାଧ୍ୟମରେ … Read more

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ବର୍ଷ ଜେଲ୍‌

ଭୁବନେଶ୍ବର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ବାଂଲାଦେଶୀ ଗିରଫ ଘଟଣା। ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ପ୍ରଥମ ଥର ପାଈଁ ଓଡ଼ିଶାରେ ବାଂଲାଦେଶ ଅନୁପ୍ରବେଶ କାରୀଙ୍କ ବିରୋଧରେ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହାସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ୩ ମାସ ଅଧିକ ସଶ୍ରମ କାରାଦଣ୍ଡା ଦେଶ। ୬ ଜଣ ସାକ୍ଷୀ ଏବଂ ଦସ୍ତାବିଜ ଆଧାରରେ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ୨୦୨୫ ମାର୍ଚ୍ଚରେ ଭୁବନେଶ୍ବର ଷ୍ଟେସନରୁ … Read more

ଜୁଲାଇ ୨୦୨୬ ସୁଦ୍ଧା ଉତ୍ତରାଖଣ୍ଡରୁ ମଦ୍ରାସା ବୋର୍ଡ ହେବ ଉଚ୍ଛେଦ

ନୂଆଦିଲ୍ଲୀ: ଜୁଲାଇ ୨୦୨୬ ସୁଦ୍ଧା ମଦ୍ରାସା ବୋର୍ଡକୁ ଉଚ୍ଛେଦ କରିବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ସରକାର। ନୂତନ ବ୍ୟବସ୍ଥା ଅନୁଯାୟୀ, ଉତ୍ତରାଖଣ୍ଡ ରାଜ୍ୟ ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ପରାଗ ମଧୁକର ଧକାତେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗତ ବିଧାନସଭା ଅଧିବେଶନରେ ମଦ୍ରାସା ବୋର୍ଡକୁ ଉଚ୍ଛେଦ କରିବାର ନେଇ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ କହିଥିଲେ ଯେ ଚଳିତ … Read more

ସୋସିଆଲ ମିଡିଆ ୟୁଜର୍ସଙ୍କୁ ସତର୍କ କରାଇଲା ଭଦ୍ରକ ପୋଲିସ

ଭଦ୍ରକ :ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ, ଅଡିଓ କିମ୍ବା ସାମ୍ପ୍ରଦାୟିକ ସଦ୍ଭାବନା କ୍ଷୁଣ୍ଣ ହେଲା ଭଳି ମନ୍ତବ୍ୟ ପୋଷ୍ଟ କରନ୍ତି ତେବେ ଯେକୌଣସି ସମୟରେ ଗିରଫ କରିବ ଭଦ୍ରକ ପୋଲିସ ବୋଲି l ମଙ୍ଗଳ ବାର ଦିନ ଜିଲ୍ଲା ପୁଲିସ ପକ୍ଷରୁ ଏକ ଆଡ୍‌ଭାଇଜରି ଜାରି ହୋଇଛି । ଯେଉଁଥିରେ ଏଭଳି କାର୍ଯ୍ୟ ନ କରିବାକୁ ଭଦ୍ରକ ପୋଲିସ ପକ୍ଷରୁ ନିବେଦନ କରାଯାଇଛି। ଏପରି କାର୍ଯ୍ୟ ଭାରତୀୟ ନ୍ୟାୟ ସଂହିତାର ଧାରା 353(2)ଓ 299 ଅନୁଯାୟୀ ଦଣ୍ଡନୀୟ … Read more