April 12, 2026 7:57 pm

ଅଡୁଆରେ ପୁରୀ ଜିଲ୍ଲାପାଳ…

ପୁରୀ: ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି। ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି ମାନ୍ୟବର କୋର୍ଟ। ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ଅଡୁଆରେ ପଡ଼ିଛନ୍ତି ଜିଲ୍ଲାପାଳ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇ ନ ଥିବା ଅଭିଯୋଗରେ ଜବାବ ତଲବ କରିଛନ୍ତି କୋର୍ଟ। ୩ ସପ୍ତାହ ମଧ୍ୟରେ ଜବାବ ଦଖଲ ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୯୮୭ରେ ଅଭୟାରଣ୍ୟ ପାଇଁ ବିଜ୍ଞପ୍ତି ଜାରି … Read more

ଦୁର୍ଘଟଣାରେ ୨୮ଜଣ ଯବାନ ଆହତ

କେନ୍ଦୁଝର: ଆଜି ସକାଳେ ଓଡିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ତଡୁଆବାହାଲ ନିକଟରେ ଦୁର୍ଘଟଣାଗସ୍ତ ହୋଇଛି । ବସ ଟି କୁ ଏକ ଟ୍ରକ୍ ପଛରୁ ଧକ୍କା ଦେଇଛି । ଫଳରେ ୨୮ଜଣ ଯବାନ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚମ୍ପୁଆ ଓ ଭଦ୍ରକ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି … Read more

ବିଦ୍ୟୁତ ଆଘାତରେ ଯୋଗାଣ ମନ୍ତ୍ରୀଙ୍କ ସହାୟକ ମୃତ

ଭୁବନେଶ୍ୱର:ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହାୟକଙ୍କ ମୃତ୍ୟୁ ହୋଇଛି ।ସେ ସପରିବାର ସହିତ ମନ୍ତ୍ରୀଙ୍କ ବାସଭବନରେ ରହୁଥିଲେ ବୋଲି ଜଣାପଡ଼ିଛି । କ୍ୟାପିଟାଲ ଥାନା ପୋଲିସ ପହଁଛି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ

କଟକ : ରାଜ୍ୟ ସରକାରଙ୍କ ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କରିଛନ୍ତି ଓଡିଶା ହାଇକୋର୍ଟ । ମାନ୍ୟବର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ହିରଣ୍ମୟୀ ନାୟକ ସମେତ ୬୩ ଟି ଆବେଦନର ଏକତ୍ର ଶୁଣାଣି କରି ୧୦୩ ପ୍ରୁଷ୍ଠାର ଐତିହାସିକ ରାୟ ପ୍ରଦାନ କରିଛନ୍ତି ମାନ୍ୟବର ବିଚାରପତି ଜଷ୍ଟିସ ଶତପଥୀ । ଏସ୍ .ସି ଓ ଏସ୍ .ଟି … Read more

ୟୁଜିସିର ନୂଆ ନିୟମ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ : ୟୁଜିସିର ନୂଆ ନିୟମ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ପରବର୍ତ୍ତୀ ଆଦେଶ ଯାଏଁ ୟୁଜିସିର ନୂଆ ନିୟମ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ୟୁଜିସି ନିୟମାବଳୀ, ୨୦୨୬’ କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁଜିସି ନୂଆ ନିୟମଗୁଡ଼ିକ … Read more

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ

ଭୁବନେଶ୍ୱର: ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଅଜ୍ଞ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ ଉଭୟଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏହି ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାର ଦୀର୍ଘକାଳୀନ ବିକାଶ ଏବଂ ଆର୍ଥିକ ସଂସ୍କାର ସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ବର୍ତ୍ତମାନର ବିକାଶ ପ୍ରକ୍ରିୟା ଏବଂ ସଂସ୍କାରମୂଳକ ଆଭିମୁଖ୍ୟକୁ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଦଳ ଉଚ୍ଚ ପ୍ରଶଂସା କରିଛନ୍ତି। ଘରୋଇ କ୍ଷେତ୍ରରେ ରାଜ୍ୟର ଯୁବପିଢିଙ୍କ ପାଇଁ … Read more

ଲାଞ୍ଚ ନେଇ ଧରା ପଡିଲେ SCB ମେଡିକାଲ ର ଆସୋସିଏଟ୍‌ ପ୍ରଫେସର

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରା ପଡିଲେ ଏସସିବି ମେଡିକାଲର ଡାକ୍ତର ସନାତନ ବେହେରା। ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ। ଗୁରୁବାର ଅପରାହ୍ନରେ ତାଙ୍କ ନିକଟରୁ ୨,୬୩,୦୦୦ ଟଙ୍କା ସନ୍ଦେହଜନକ ନଗଦ ଅର୍ଥ ଜବତ କରାଯାଇଛି। ହେପାଟୋଲୋଜି ବିଭାଗର ସହକାରୀ ପ୍ରଫେସର ଥିବା ବେହେରା l ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିଲେ। ଏନେଇ ଭିଜିଲାନ୍ସ ପାଖରେ ବିଶ୍ୱସ୍ତ ସୂଚନା ରହିଥିଲା। ଗୁରୁବାର ଡାକ୍ତର … Read more