February 26, 2026 2:25 am

ନବୀନଙ୍କୁ ଭେଟିବେ ଭକ୍ତ ଦାସ

ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ ରେ ଆଲୋଚନା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସମୟ ମାଗିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଦେଖା କରିବାକୁ କହିଛନ୍ତି ଭକ୍ତଦାସ । ଚତୁର୍ଥ ଆସନରେ ପ୍ରାର୍ଥୀ ଦେବା ନେଇ ନବୀନଙ୍କ ସହ ଭକ୍ତ ଆଲୋଚନା କରିବେ । ଚତୁର୍ଥ ଆସନ ନେଇ ଯେହେତୁ ବିଜେଡି କିମ୍ବା କଂଗ୍ରେସର ସଂଖ୍ୟା ନାହିଁ, କଂଗ୍ରେସ ଏବଂ ବିଜେଡି ମିଳିତ ଭାବେ ପ୍ରାର୍ଥୀ ଦେବାକୁ ଭକ୍ତ … Read more

ଅଜିତଙ୍କ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ଦାବି କଲେ ମମତା

ପଶ୍ଚିମବଙ୍ଗ :ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଅଜିତ ପାୱାରଙ୍କ ଆକସ୍ମିକ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ ଏବଂ ସ୍ତବ୍ଧ ବୋଲି ପ୍ରକାଶ କରିଛନ୍ତି । ପାୱାର ପରିବାରକୁ ସମବେଦନା ଜଣାଇବା ସହ ବିମାନ ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି । ଘଟଣାର ଉପଯୁକ୍ତ ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ, ଆଜି ସକାଳ ୮ଟା … Read more

ବନ୍ଦ ପାଳନ ବିଫଳ ବୋଲି କହିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର:ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରାକୁ ବିଫଳ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀକହିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟର କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରି ନାହାଁନ୍ତି । ପ୍ରକୃତ କୃଷକ ଆନ୍ଦୋଳନରେ ନାହାଁନ୍ତି। ରାଜରାସ୍ତାକୁ ଚାଷୀ ବାହାରି ନାହାନ୍ତି । ତେଣୁ ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ସୁପର ଫ୍ଲପ୍ ହେଲା। ପ୍ରମାଣ ହେଲା ଯେ ଚାଷୀ ମାନେ ସରକାରଙ୍କ ସହ ଅଛନ୍ତି। ସେମାନେ ଲୋକଙ୍କୁ ବିଭ୍ରାନ୍ତ … Read more

ଏସିଡ୍ ଆକ୍ରମଣ ମାମଲାରେ କଠୋର ଦଣ୍ଡ ଦିଆଯିବ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ:ଏସିଡ୍ ଆକ୍ରମଣ ମାମଲାରେ କଠୋର ଦଣ୍ଡ ଦିଆଯିବାର ଆବଶ୍ୟକତା ଉପରେ ସୁପ୍ରିମ୍‌କୋର୍ଟ ଗୁରୁତ୍ବାରୋପ କରି ପୀଡିତାଙ୍କୁ କ୍ଷତିପୂରଣ ଦେବା ପାଇଁ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରି ନିଲାମ କରିବାକୁ ପରାମର୍ଶ ଦେଇଛନ୍ତି। ଟ୍ରାଏଲ କୋର୍ଟ ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ଏସିଡ୍ ଆକ୍ରମଣରୁ ବଞ୍ଚିଥିବା ଶାହିନ୍ ମଲ୍ଲିକଙ୍କ ଆବେଦନର ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ … Read more

ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ପ୍ରସଙ୍ଗ; ସ୍ପଷ୍ଟୀକରଣ ଦେବାକୁ କହିଲେ ହାଇକୋର୍ଟ

ଭୁବନେଶ୍ୱର:ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ତଦନ୍ତ କମିଶନ ରିପୋର୍ଟ କେବେ ସାର୍ବଜନୀନ ହେବ ତା ଉପରେ ମଧ୍ୟ ସ୍ପଷ୍ଟୀକରଣ ଲୋଡିଛନ୍ତି ହାଇକୋର୍ଟ ।ତେବେ, ରତ୍ନ ଗଣତି ମଣତି ପାଇଁ ଏସ୍ଓପି ପ୍ରସ୍ତୁତ ହୋଇସାରିଛି ଏବଂ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଲେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି । ୧୯୭୮ ମସିହାରେ ଶେଷ ଥର ପାଇଁ ଗଣତି ମଣତି ହୋଇଥିଲା । କିନ୍ତୁ ସେହି ମୁତାବକ ରତ୍ନ … Read more

ଛାତ ଉପରେ ବୋମା ବିସ୍ପୋରଣରେ ୫ ଜଣ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ଏକ ଛାତ ଉପରେ ବୋମା ବିସ୍ପୋରଣରେ ୫ ଜଣ ଗୁରୁତର ହୋଇଛନ୍ତି lଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ଭୁବନେଶ୍ୱର ଡିସିପି ଘଟଣାର ତଦନ୍ତ କରିଛନ୍ତି। ଛାତ ଉପରେ ବିସ୍ଫୋରଣ ଘଟିଛି। ବୋମା ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ନେଇ ଫିଲ୍ଡ ଭିଜିଟ୍‌ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି। ତେବେ ଏହି ବୋମା ବିସ୍ଫୋରଣରେ ୫ଜଣ ଆହତ ହୋଇଥିବା ଜଣାପଡ଼ିଛି। … Read more